ସହିଦ କିଶୋର ରାଉତଙ୍କ ଶେଷକୃତ୍ୟ ସଂପନ୍ନ

ଭୁବନେଶ୍ୱର: ସହିଦ ଓଡ଼ିଆ ବିଏସ୍ଏଫ୍ ଯବାନ କିଶୋର ରାଉତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ପୈତୃକ ଗାଁରେ ସଂପନ୍ନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନିଜ ଗାଁ ଦେଉଳତରାରେ ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଥିଲା। ଶେଷକୃତ୍ୟ ପୂର୍ବରୁ ସହିଦ୍ କିଶୋରଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗାଁରେ ପରିକ୍ରମା କରାଯାଇଥିଲା। ଦେଉଳତରା ଖେଳପଡ଼ିଆରେ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, କେନ୍ଦ୍ରାପଡ଼ା ଏସ୍ପି ନୀତିନଜିତ୍ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଏସ୍ଏଫ୍ […]

alu-sahid

Rakesh Mallick
  • Published: Thursday, 24 December 2015
  • , Updated: 24 December 2015, 02:52 PM IST

ଭୁବନେଶ୍ୱର: ସହିଦ ଓଡ଼ିଆ ବିଏସ୍ଏଫ୍ ଯବାନ କିଶୋର ରାଉତଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନର ସହ ପୈତୃକ ଗାଁରେ ସଂପନ୍ନ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ନିଜ ଗାଁ ଦେଉଳତରାରେ ଅନ୍ତ୍ୟେଷ୍ଟି ସଂପନ୍ନ ହୋଇଥିଲା। ଶେଷକୃତ୍ୟ ପୂର୍ବରୁ ସହିଦ୍ କିଶୋରଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗାଁରେ ପରିକ୍ରମା କରାଯାଇଥିଲା। ଦେଉଳତରା ଖେଳପଡ଼ିଆରେ ମରଶରୀର ପହଞ୍ଚିବା ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା, ଆଳି ବିଧାୟକ ଦେବେନ୍ଦ୍ର ଶର୍ମା, କେନ୍ଦ୍ରାପଡ଼ା ଏସ୍ପି ନୀତିନଜିତ୍ ସିଂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବିଏସ୍ଏଫ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସଂପନ୍ନ ହୋଇଥିଲା।

ଗତକାଲି ବିଏସଏଫର ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କ ଜନ୍ମମାଟି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଦେଉଳତରକୁ ନିଆଯାଇଥିଲା। ମରଶରୀର ଗାଁରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ପରିବାର କିଶୋର ମୃତ୍ୟୁକୁ ନେଇ ଯେତିକି ଦୁଃଖ ପ୍ରକାଶ କରୁଛନ୍ତି ତା’ଠାରୁ ଅଧିକ ପୁଅ ସହିଦ୍ ହୋଇଥିବା ନେଇ ଗର୍ବ ଅନୁଭବ କରିଥିବା କହିଛନ୍ତି।

ଭୁବନେଶ୍ୱର ବିମାନ ବନ୍ଦରରେ ଓଡ଼ିଶା ପୋଲିସ୍ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏହି ସମୟରେ ବିଏସ୍ଏଫ୍ ମୁଖ୍ୟାଳୟ ଆଇଜି ପି.ଏସ୍.ସାନ୍ଧୁ, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କିଶୋରଙ୍କ ମରଦେହ ସହ ତାଙ୍କ ପତ୍ନୀ ଓ ପୁଅ ମଧ୍ୟ ଦିଲ୍ଲୀରୁ ଆସିଥିଲେ। ଏହି ଅବସରରେ ସାଂସଦ ବୈଜୟନ୍ତ ପଣ୍ଡା କିଶୋରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

ବିଏସ୍ଏଫର ସୁପରକିଙ୍ଗ ବିମାନ ମଙ୍ଗଳବାର ସକାଳ ପ୍ରାୟ ୯ଟା ୩୭ ମିନିଟରେ ଅର୍ଦ୍ଧସାମରିକ ବାହିନୀର ଟେକ୍ନିସିଆନଙ୍କୁ ନେଇ ରାଞ୍ଚି ଅଭିମୁଖେ ଯାତ୍ରା କରୁଥିଲା। ଉଡ଼ାଣର କିଛି ସମୟ ପରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ଏଥିରେ ଥିବା କିଶୋରଙ୍କ ସହ ସମସ୍ତ ୧୦ଜଣ ଯବାନଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଓ ଗୃହରାଷ୍ଟ୍ର ମନ୍ତ୍ରୀ କିରଣ ରିଜିଜୁ  କିଶୋର  ରାଉତ ଓ ଅନ୍ୟ ୯ ଜଣ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

Related story