ସମ୍ୱଲପୁର ଆଇଆଇଏମରେ ଆଜିଠାରୁ ଆରମ୍ଭ ହେଲା ପାଠପଢା

ସମ୍ୱଲପୁର: ଆଇଆଇଏମ୍ ସମ୍ୱଲପୁରର ଅସ୍ଥାୟୀ କ୍ୟାମ୍ପସ୍ ସିଲିକନ୍ ଇନଷ୍ଟିଚ୍ୟୁଟରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ସାଢେ଼ ୮ଟାରୁ କ୍ଲାସ ଆରମ୍ଭ ହୋଇଛି। ପ୍ରଥମ କ୍ଲାସ ନେଇଥିଲେ ଆଇଆଇଏମ୍ ଇନ୍ଦୋର୍ ପ୍ରଫେସର ବିଜୟ କୁମାର ଗୁପ୍ତା। ଫାଇନାନସ୍ ଆଣ୍ଡ ଆକାଉଣ୍ଟ ବିଷୟରେ ସେ ନେଇଥିଲେ ପ୍ରଥମ କ୍ଲାସ୍।ପରେ ଅପରାହ୍ଣ  ୨ଟାରେ ଦ୍ୱିତୀୟ କ୍ଲାସ ନେଇଥିଲେ ଆଇ ଆଇଏମ୍ ସମ୍ୱଲପୁରର ସଂଯୋଜକ ପ୍ରଫେସର ପବନ କୁମାର ସିଂ। ସେ ଅର୍ଗାଜାଇସନାଲ ବିହେଭିୟର ଆଣ୍ଡ୍ ହ୍ୟୁମାନ୍ ରିସୋର୍ସେସ୍ ଡେଭଲପମେଣ୍ଟ୍ ବିଷୟରେ […]

iim

Rakesh Mallick
  • Published: Thursday, 24 September 2015
  • , Updated: 24 September 2015, 12:20 PM IST

ସମ୍ୱଲପୁର: ଆଇଆଇଏମ୍ ସମ୍ୱଲପୁରର ଅସ୍ଥାୟୀ କ୍ୟାମ୍ପସ୍ ସିଲିକନ୍ ଇନଷ୍ଟିଚ୍ୟୁଟରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ସକାଳ ସାଢେ଼ ୮ଟାରୁ କ୍ଲାସ ଆରମ୍ଭ ହୋଇଛି। ପ୍ରଥମ କ୍ଲାସ ନେଇଥିଲେ ଆଇଆଇଏମ୍ ଇନ୍ଦୋର୍ ପ୍ରଫେସର ବିଜୟ କୁମାର ଗୁପ୍ତା। ଫାଇନାନସ୍ ଆଣ୍ଡ ଆକାଉଣ୍ଟ ବିଷୟରେ ସେ ନେଇଥିଲେ ପ୍ରଥମ କ୍ଲାସ୍।ପରେ ଅପରାହ୍ଣ  ୨ଟାରେ ଦ୍ୱିତୀୟ କ୍ଲାସ ନେଇଥିଲେ ଆଇ ଆଇଏମ୍ ସମ୍ୱଲପୁରର ସଂଯୋଜକ ପ୍ରଫେସର ପବନ କୁମାର ସିଂ। ସେ ଅର୍ଗାଜାଇସନାଲ ବିହେଭିୟର ଆଣ୍ଡ୍ ହ୍ୟୁମାନ୍ ରିସୋର୍ସେସ୍ ଡେଭଲପମେଣ୍ଟ୍ ବିଷୟରେ ପଢ଼ାଇଥିଲେ। ସମ୍ବଲପୁର ଆଇଆଇଏମର ଅସ୍ଥାୟୀ କ୍ୟାମ୍ପସକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଉଭୟ ପ୍ରଫେସର ବିଜୟ କୁମାର ଗୁପ୍ତା ଓ ପବନ କୁମାର ସିଂ। ଛାତ୍ରଛାତ୍ରୀମାନେ ମଧ୍ୟ ଅସ୍ଥାୟୀ କ୍ୟାମ୍ପସକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି। ରହିବା ଓ ଖାଇବା ବ୍ୟବସ୍ଥାକୁ ନେଇ ମଧ୍ୟ ସେମାନେ ସନ୍ତୋଷ ପ୍ରକାଶ କରିଛନ୍ତି। ତେବେ କ୍ୟାମ୍ପସରେ ଯଥାଶୀଘ୍ର ୱାଇଫାଇ ବ୍ୟବସ୍ଥା କରିବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି।

ଆଜିଠାରୁ ୪୯ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ବଲପୁର ଆଇଆଇଏମରେ କ୍ଲାସ ଆରମ୍ଭ ହୋଇଛି। ୪୯ଜଣଙ୍କ ମଧ୍ୟରୁ ୪୦ ଜଣ ଛାତ୍ର ଓ ୯ ଜଣ ଛାତ୍ରୀ ଅଛନ୍ତି।

ଗତକାଲି ସମ୍ବଲପୁର ଆଇଆଇଏମକୁ ଆନୁଷ୍ଠାନିକ ଭାବେ ଖୋଲା ଯାଇଥିଲା ଏବଂ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Related story