ସରିଲା ସନାତନଙ୍କ ଜବରଦଖଲ ଜମିର ଉଚ୍ଛେଦ

କେନ୍ଦୁଝର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜବରଦଖଲରେ ଥିବା ସରକାରୀ ଜମିରେ ଆଜି ବି ଜାରି ରହିଥିଲା ଉଚ୍ଛେଦ ପ୍ରକ୍ରିୟା। ଆଜି ବାକି ଥିବା ପାଚେରୀକୁ ପ୍ରଶାସନ ଭାଙ୍ଗିଛି। ତେବେ ସନାତନଙ୍କ ବହୁଚର୍ଚ୍ଚିତ ଏସି ଗୁହାଳ ଭାଙ୍ଗିବା ପୂର୍ବରୁ  ପ୍ରଶାସନ ୫ ଦିନ ସମୟ ଦେଇଛି। ଗୃହପାଳିତ ପଶୁମାନଙ୍କୁ ଆଇନ ଅନୁସାରେ  ସ୍ଥାନାନ୍ତର ପରେ ଗୁହାଳ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଛେଦ କାମରେ ୪ଟି ବୁଲଡ଼ୋଜର ମେସିନ୍ ନିୟୋଜିତ କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସେଠାରେ ୨୫ […]

jami

Rakesh Mallick
  • Published: Saturday, 23 April 2016
  • , Updated: 23 April 2016, 08:35 AM IST

କେନ୍ଦୁଝର: ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜବରଦଖଲରେ ଥିବା ସରକାରୀ ଜମିରେ ଆଜି ବି ଜାରି ରହିଥିଲା ଉଚ୍ଛେଦ ପ୍ରକ୍ରିୟା। ଆଜି ବାକି ଥିବା ପାଚେରୀକୁ ପ୍ରଶାସନ ଭାଙ୍ଗିଛି। ତେବେ ସନାତନଙ୍କ ବହୁଚର୍ଚ୍ଚିତ ଏସି ଗୁହାଳ ଭାଙ୍ଗିବା ପୂର୍ବରୁ  ପ୍ରଶାସନ ୫ ଦିନ ସମୟ ଦେଇଛି। ଗୃହପାଳିତ ପଶୁମାନଙ୍କୁ ଆଇନ ଅନୁସାରେ  ସ୍ଥାନାନ୍ତର ପରେ ଗୁହାଳ ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଛି। ଉଚ୍ଛେଦ କାମରେ ୪ଟି ବୁଲଡ଼ୋଜର ମେସିନ୍ ନିୟୋଜିତ କରାଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସେଠାରେ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଥିଲା। ତା’ସହ ଜବରଦଖଲ ଉଚ୍ଛେଦ ସ୍ଥଳରେ ୧୫ ଦିନ ପାଇଁ ୧୪୪ଧାରା ଜାରି ରହିଛି।

ଶୁକ୍ରବାର ଉଚ୍ଚବାଲିରେ ଥିବା ବେଆଇନ ନିର୍ମାଣକୁ  ବୁଲଡୋଜର୍ ଲଗାଇ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଥିଲା। ପ୍ରଥମ ଦିନରେ ୮୫ ପ୍ରତିଶତ ପାଚେରୀ ଭାଙ୍ଗିଥିଲା। ଉଚ୍ଛେଦ କାମ ପାଇଁ ୪ଟି ମେସିନ୍ ନିୟୋଜିତ ହୋଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେଠାରେ ୮ ଜଣ ମାଜିଷ୍ଟ୍ରେଟଙ୍କ ସହ ୨୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ। ଘଟଣାସ୍ଥଳରେ ନିଜେ ଏସ୍‌ପି କବିତା ଜଲାନ୍ ଉପସ୍ଥିତ ରହି କାମ ତଦାରଖ କରିଥିଲେ।

ପାଚେରୀ ଭଙ୍ଗା ଯାଉଥିବା ୫ ଏକର ଜମିରେ ଜବରଦଖଲ ଉଚ୍ଛେଦ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ସନାତନଙ୍କ ଘର ଓ ଅଫିସ୍, ଏକ ଏକର ୨୦ ଡିସିମିଲ ପରିମିତି ଅନ୍ୟ ଏକ ପ୍ଲଟ୍‌ରେ ରହିଥିବାରୁ ଏହାକୁ ଭଙ୍ଗାଯିବା ଉପରେ ହାଇକୋର୍ଟଙ୍କ ରହିତାଦେଶ ରହିଛି। ତା’ସହ ଏଠାରେ ଥିବା ମନ୍ଦିରକୁ ମଧ୍ୟ ନ ଭାଙ୍ଗିବାକୁ ନିର୍ଦ୍ଦେଶ ରହିଛି।

 

Related story