ସଞ୍ଜୟଙ୍କ ଚିଟ୍‌ଫଣ୍ଡ୍‌ ଲିଙ୍କ୍‌: ସିବିଆଇ ଅଫିସ୍ ଘେରିଲେ ୨୨ ସଙ୍ଗଠନ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇକୁ ନେଇ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ସଞ୍ଜୟଙ୍କୁ ବିରୋଧ କରି ୨୨ଟି ସଙ୍ଗଠନର କର୍ମକର୍ତ୍ତା ଏକାଠି ହୋଇଛନ୍ତି। ସଂଗଠନଗୁଡିକ ପକ୍ଷରୁ ଭୁବନେଶ୍ୱର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତଦନ୍ତରେ ଶିଥିଳ ହୋଇଯାଇଥିବା ଅଭିଯୋଗ କରାଯାଇଛି। ଚିଟ୍‌ଫଣ୍ଡ୍‌ ସଂସ୍ଥା ଏଟି ଗ୍ରୁପ୍ ସହ ସଞ୍ଜୟଙ୍କ ଲିଙ୍କ୍ ଅଭିଯୋଗର ଖୁଲାସା ପାଇଁ ସଙ୍ଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି। ବିଜେଡି-ବିଜେପି ଡିଲ୍‌ ଯୋଗୁଁ ସିବିଆଇ […]

chit

Rakesh Mallick
  • Published: Friday, 15 April 2016
  • , Updated: 15 April 2016, 09:39 AM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ଠକେଇକୁ ନେଇ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଆଜି ସଞ୍ଜୟଙ୍କୁ ବିରୋଧ କରି ୨୨ଟି ସଙ୍ଗଠନର କର୍ମକର୍ତ୍ତା ଏକାଠି ହୋଇଛନ୍ତି। ସଂଗଠନଗୁଡିକ ପକ୍ଷରୁ ଭୁବନେଶ୍ୱର ସିବିଆଇ ଅଫିସ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ତଦନ୍ତରେ ଶିଥିଳ ହୋଇଯାଇଥିବା ଅଭିଯୋଗ କରାଯାଇଛି। ଚିଟ୍‌ଫଣ୍ଡ୍‌ ସଂସ୍ଥା ଏଟି ଗ୍ରୁପ୍ ସହ ସଞ୍ଜୟଙ୍କ ଲିଙ୍କ୍ ଅଭିଯୋଗର ଖୁଲାସା ପାଇଁ ସଙ୍ଗଠନଗୁଡିକ ପକ୍ଷରୁ ଦାବି କରାଯାଇଛି।

ବିଜେଡି-ବିଜେପି ଡିଲ୍‌ ଯୋଗୁଁ ସିବିଆଇ ଏହି ଘଟଣାର ତଦନ୍ତ ଠିକ୍‌ରେ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ସଙ୍ଗଠନ ଗୁଡ଼ିକ ଦାବି କରିଛନ୍ତି।

ଜଣେ ବିକ୍ଷୋଭକାରୀ କହିଛନ୍ତି, “ଓଡ଼ିଶାରେ ଚିଟ୍‌ଫଣ୍ଡ୍‌ ଦୁର୍ନୀତି ନେଇ ସିବିଆଇ ତଦନ୍ତ ଚାଲିଛି। ତଦନ୍ତ ହେବାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା, କୌଣସି ସୁଫଳ ମିଳିପାରି ନାହିଁ। ସୁପ୍ରିମକୋର୍ଟ ୨୦୧୪ରେ ଚିଟ୍‌ଫଣ୍ଡର ଦୁର୍ନୀତିର ତଦନ୍ତ ସିବିଆଇକୁ କରିବାକୁ ନିର୍ଦ୍ଦେଶ ଦେବା ପରେ ଓଡ଼ିଶାର ଲୋକେ ସେମାନଙ୍କ ହକ୍‌ ପାଇବେ ବୋଲି ଆଶା କରିଥିଲୁ। ଏଥିରେ ସମ୍ପୃକ୍ତ ବିଭିନ୍ନ ରାଜନୈତିକ ଦଳର ମନ୍ତ୍ରୀ, ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରାଯାଉଥିଲା। ହେଲେ ସେପରି କିଛି ହେଉନାହିଁ।”

କର୍ମକର୍ତ୍ତା ଜଣଙ୍କ ଆହୁରି କହିଛନ୍ତି, “ମନି ଟ୍ରେଲ୍ ଘଟଣାର ତଦନ୍ତ କରିବାକୁ ସୁପ୍ରିମକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତଦନ୍ତ ହେବାର ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ସିବିଆଇ ସେହିପରି କିଛି ଅଗ୍ରଗତି ହୋଇନାହିଁ। ସିବିଆଇ ଚାପରେ ବଶବର୍ତ୍ତୀ ହୋଇ ବିଜେଡି ନେତାମାନଙ୍କ ବିରୋଧରେ ଆସୁଥିବା ଅଭିଯୋଗକୁ ତଦନ୍ତକୁ ଆଗକୁ ନେଉନାହିଁ।”

Related story