ସାରଥୀ ବାବାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ, ରିମାଣ୍ଡରେ ଆଣିବାକୁ ଆବେଦନ କରିବ କୋର୍ଟରେ

କଟକ: ବହୁ ବାଦ ବିବାଦ ପରେ ଶେଷରେ ଗିରଫ ହେଲେ ସାରଥୀ ବାବା। ଆଜି ସାମ୍ୱାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସାରଥୀଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଆଜି ସାରଥିଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ସାରଥୀଙ୍କୁ ୫ ଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ। ଅନ୍ୟପକ୍ଷରେ ସାରଥୀଙ୍କ ଆଶ୍ରମରୁ ୧୫ କେଜିର ରୂପା, ୫୧ କେଜିର ମୁଦ୍ରା, ୫୪.୧ ଗ୍ରାମର ସୁନା ମିଳିବା ସହ ଆଶ୍ରମରୁ ୨ଟି […]

ctc

Rakesh Mallick
  • Published: Saturday, 08 August 2015
  • , Updated: 08 August 2015, 08:52 AM IST

କଟକ: ବହୁ ବାଦ ବିବାଦ ପରେ ଶେଷରେ ଗିରଫ ହେଲେ ସାରଥୀ ବାବା। ଆଜି ସାମ୍ୱାଦିକ ସମ୍ମିଳନୀରେ କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସାରଥୀଙ୍କୁ ଗିରଫ କରାଯାଇଥିବା ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି। ଆଜି ସାରଥିଙ୍କୁ କୋର୍ଟ ଚାଲାଣ କରାଯିବ। ତେବେ ସାରଥୀଙ୍କୁ ୫ ଦିନ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ କୋର୍ଟରେ ଆବେଦନ କରିବ।

ଅନ୍ୟପକ୍ଷରେ ସାରଥୀଙ୍କ ଆଶ୍ରମରୁ ୧୫ କେଜିର ରୂପା, ୫୧ କେଜିର ମୁଦ୍ରା, ୫୪.୧ ଗ୍ରାମର ସୁନା ମିଳିବା ସହ ଆଶ୍ରମରୁ ୨ଟି ଖଣ୍ଡା ଜବତ କରିଥିବା କ୍ରାଇମବ୍ରାଞ୍ଚ ଏଡିଜି ବି.କେ ଶର୍ମା ସୂଚନା ଦେଇଛନ୍ତି। ସାରଥୀ ଆଶ୍ରମର ପୂର୍ବତନ ଭକ୍ତ କୈଳାସ ମଲ୍ଲିକଙ୍କ ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ ବାବା ସାରଥୀ ଓରଫ ସନ୍ତୋଷ ରାଉଳଙ୍କ ବିରୋଧରେ ସିବି- ସିଆଇଡି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଛି । ଏହାର ତଦନ୍ତ କରି ସନ୍ତୋଷଙ୍କ ବିରୋଧରେ ୧୨୦-ବି ଅର୍ଥାତ୍ ଅପରାଧିକ ଷଡଯନ୍ତ୍ର, ୪୨୦ ଅର୍ଥାତ୍ ଠକେଇ, ୩୪୧ ଅର୍ଥାତ୍ ବେଆଇନ ଭାବେ ଅଟକ ରଖିବା,  ୫୦୬ ଅର୍ଥାତ୍ ଧମକ ଦେବା ଓ ୩୭୯ ଅର୍ଥାତ୍ ଚୋରି,  ୪୬୭ ଅର୍ଥାତ୍ ଜାଲିଆତି, ୪୬୮ ଅର୍ଥାତ୍ ଠକେଇ ଉଦ୍ଦେଶ୍ୟରେ ଜାଲିଆତି, ୪୭୧ ଅର୍ଥାତ୍ ଜାଲ କାଗଜପତ୍ରକୁ ଅସଲି ଦର୍ଶାଇ ବ୍ୟବହାର କରିବା ଭଳି ଦଫା ଲଗାଯାଇଛି । ଏହାବାଦ୍ ଏସସି ଓ ଏସଟି ଆଟ୍ରୋସିଟି ପ୍ରିଭେନସନ ଆକ୍ଟ, ଧର୍ମାନୁଷ୍ଠାନର ଅପବ୍ୟବହାର କରିଥିବା ଅଭିଯୋଗରେ ଆରଆଇପିଏମ୍ ଆକଟର ୭ ଧାରା  ଓ ୨୫ ଆର୍ମସ୍ ଆକଟରେ ମଧ୍ୟ ମାମଲା ରୁଜୁ ହୋଇଛି ।

ଆଜି ଭୋର୍ ପ୍ରାୟ ୪ଟା ବେଳେ ବାରିମୂଳ ଆଶ୍ରମରୁ ସାରଥୀଙ୍କୁ କଟକସ୍ଥିତ କ୍ରାଇମବ୍ରାଞ୍ଚ ହେଡକ୍ୱାଟର୍ସକୁ ଅଣାଯାଇଥିଲା। ତେବେ ତାଙ୍କୁ ଗିରଫ କରାଯାଇନାହିଁ ଅଧିକ ପଚରାଉଚରା ପାଇଁ ନିଆଯାଇଥିବା ସ୍ପଷ୍ଟ କରିଥିଲେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରା। ଗତକାଲି ଅପରାହ୍ଣ ପ୍ରାୟ ୨ଟାରୁ ବିଳମ୍ୱିତ ରାତି ଯାଏଁ ସାରଥୀଙ୍କୁ ତାଙ୍କ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରିଥିଲା।

ସେପଟେ ବାରିମୂଳ ଆଶ୍ରମରେ କ୍ରାଇମବ୍ରାଞ୍ଚ ଟିମର ଛାନଭିନ୍ ବେଳେ ସୁନା ଓ ରୁପା ଅଳଙ୍କାର, ନଗଦ ପ୍ରାୟ ୨ ଲକ୍ଷ ଟଙ୍କା, ଜମିଜମା ଓ ଅନ୍ୟ ପ୍ରପର୍ଟି ସଂପର୍କିତ ଡକ୍ୟୁମେଣ୍ଟ ଜବତ କରିଥିଲା। ତା’ଛଡ଼ା ସାରଥୀଙ୍କ ନାଁରେ ଥିବା କିଛି ପର୍ସନାଲ୍ ଆକାଉଣ୍ଟ ଓ ଟ୍ରଷ୍ଟ ନାଁରେ ଥିବା ଆକାଉଣ୍ଟ ସଂପର୍କରେ ଖୋଳତାଡ଼ ଚାଲିଛି। ସାରଥୀଙ୍କ ନାଁରେ ଯେଉଁ ସବୁ ଅଭିଯୋଗ ଆସିଛି ସେଥିରୁ ଗୋଟିଏରେ ହାଇଦ୍ରାବାଦ ଲିଙ୍କ୍ ଅଛି। ତେଣୁ ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ଟିମ୍ ବାହାରକୁ ଯିବ ବୋଲି ଆଇଜି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ସାରଥୀଙ୍କ ବିରୋଧରେ ଲୋକଙ୍କ ଭାବନାକୁ ଆଘାତ ଦେବା, ଠକିବା ଓ ଜମିଜମା ସଂପର୍କିତ ଅଭିଯୋଗ ରହିଛି। ସେହିପରି ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ବି ଅଭିଯୋଗ ଆସିଥିବା ବୋଥ୍ରା କହିଛନ୍ତି।

Related story