ସାରଥି ମାମଲା: ଶରତ ପାତ୍ରଙ୍କୁ ୩ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି

ସାରଥିଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରଙ୍କୁ ତିନି ଦିନ ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମବ୍ରାଞ୍ଚ୍। ଗତକାଲି ଗିରଫ ହୋଇଥିବା ଶରତଙ୍କୁ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ଗ୍ରହଣ କରି ଶରତଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ। ଶରତ ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। […]

sarat

Rakesh Mallick
  • Published: Saturday, 29 August 2015
  • , Updated: 29 August 2015, 12:29 PM IST

ସାରଥିଙ୍କ ପ୍ରମୁଖ ସହଯୋଗୀ ଶରତ ପାତ୍ରଙ୍କୁ ତିନି ଦିନ ରିମାଣ୍ଡରେ ନେବାକୁ ଅନୁମତି ପାଇଛି କ୍ରାଇମବ୍ରାଞ୍ଚ୍। ଗତକାଲି ଗିରଫ ହୋଇଥିବା ଶରତଙ୍କୁ ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ରିମାଣ୍ଡରେ ନେବା ଲାଗି କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ କ୍ରାଇମବ୍ରାଞ୍ଚର ଏହି ଆବେଦନକୁ ଗ୍ରହଣ କରି ଶରତଙ୍କୁ ୩ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଶରତ ସାରଥି ଆଶ୍ରମର ପରିଚାଳନା ଦାୟିତ୍ୱ ସହ ଆର୍ଥିକ କାରବାର ମଧ୍ୟ ବୁଝୁଥିଲେ। ତେଣୁ ସାରଥିଙ୍କ ଆର୍ଥିକ କାରବାର ନେଇ ତାଙ୍କଠାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ ବୋଲି ଆଶା ରଖିଛି କ୍ରାଇମବ୍ରାଞ୍ଚ। ଶିକ୍ଷକ ଥିବା ଶରତଙ୍କୁ ପୂର୍ବରୁ ଚାକିରିରୁ ନିଲମ୍ୱିତ କରାଯାଇଥିଲା।

ସାରଥିଙ୍କ ଆଶ୍ରମର ଜଣେ ପୀଡିତା ଶରତଙ୍କ ବିରୋଧରେ ଧମକ ଦେବା ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି। ଆଇପିସିର ଧାରା ୪୨୦, ୫୦୬ ଏବଂ ୧୨୦-ବି ଧାରାରେ ତାଙ୍କୁ ଗିରଫ କରାଯାଇଛି। ସାରଥିଙ୍କ ସହିତ ଶାରୀରିକ ସଂପର୍କ ରଖିବା ପାଇଁ ଶରତ ବାଧ୍ୟ କରୁଥିଲେ ବୋଲି ଅଭିଯୋଗ ହୋଇଛି।

Related story