ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କ୍ଲାସ କରିପାରିବେନି ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ: ସୁପ୍ରିମକୋର୍ଟ

କଟକ: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରେ ଝଟକା ଲାଗିଛି। ବହୁ ବାଦ ବିବାଦ ପରେ ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ ବୁର୍ଲା ଭିଏସ୍ଏସ୍, ବ୍ରହ୍ମପୁର ଏମକେସିଜି, ଏସସିବି ବିଡିଏସ ଓ ତିନିଟି ଘରୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କ୍ଲାସରେ ଯୋଗ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ। ଗତକାଲି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଆସନ୍ତାକାଲିଠୁ […]

sardhra

Rakesh Mallick
  • Published: Tuesday, 05 January 2016
  • , Updated: 05 January 2016, 01:22 PM IST

କଟକ: ସର୍ଦ୍ଦାର ରାଜାସ୍ ମେଡିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ସୁପ୍ରିମକୋର୍ଟରେ ଝଟକା ଲାଗିଛି। ବହୁ ବାଦ ବିବାଦ ପରେ ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ ବୁର୍ଲା ଭିଏସ୍ଏସ୍, ବ୍ରହ୍ମପୁର ଏମକେସିଜି, ଏସସିବି ବିଡିଏସ ଓ ତିନିଟି ଘରୋଇ ମେଡିକାଲ କଲେଜରେ ନାଁ ଲେଖାଇଥିଲେ। ପରବର୍ତ୍ତୀ ଶୁଣାଣି ନ ହେବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ କ୍ଲାସରେ ଯୋଗ ଦେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୮ ତାରିଖରେ ପରବର୍ତ୍ତୀ ଶୁଣାଣି କରାଯିବ।

ଗତକାଲି ହାଇକୋର୍ଟରେ ମାମଲାର ଶୁଣାଣି ହୋଇଥିଲା। ଆସନ୍ତାକାଲିଠୁ ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀ କ୍ଲାସରେ ଯୋଗ ଦେଇପାରିବେ ବୋଲି ହାଇକୋର୍ଟ କହିଥିଲେ। ପାଠପଢାରେ ବିଳମ୍ୱ ହୋଇଥିବାରୁ ଏକ୍ସଟ୍ରା କ୍ଲାସ କରି କୋର୍ସ ସାରିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଛାତ୍ରଛାତ୍ରୀଙ୍କ ପାଠପଢ଼ାକୁ ନେଇ ପୁଣି ଅନିଶ୍ଚିତତା ସୃଷ୍ଟି ହୋଇଛି।

ଅନ୍ୟପଟେ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜକୁ ବନ୍ଦ କରାଯାଇଥିବାରୁ ହାଇକୋର୍ଟ ଏଥିରେ ଅସନ୍ତୋଷ ବ୍ୟକ୍ତ କରି ଏହାର ପୁନରୁଦ୍ଧାର ପାଇଁ କହିଥିଲେ। ଏ ନେଇ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ଜଣାଇବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ସର୍ଦ୍ଦାର ରାଜାସର ଛାତ୍ରଛାତ୍ରୀଙ୍କ ମାମଲାରେ ହାଇକୋର୍ଟରେ କମ୍ପ୍ଲାୟନ୍ସ ରିପୋର୍ଟ ଦାଖଲ କରି ୨୩ ତାରିଖ ସୁଦ୍ଧା ଆଡମିଶନ୍ ଶେଷ ହୋଇଥିବା ଦର୍ଶାଇଥିଲେ।

ସର୍ଦ୍ଦାର ରାଜାସ୍ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ଥଇଥାନ ନେଇ ପୂର୍ବରୁ ବହୁ ବିରୋଧାଭାଷ ଦେଖାଦେଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ୧୨୪ ପିଲାଙ୍କ ମଧ୍ୟରୁ ୫୫ଜଣ ଏମକେସିଜି, ୫୪ ଜଣ ବୁର୍ଲା ଓ ତିନି ଘରୋଇ କଲେଜରେ ୫ ଜଣ ଲେଖାଏଁ ଆଡମିଶନ୍ ନେବା ସହ ଏହା ଭିତରେ ରିପୋର୍ଟିଂ କରିସାରିଛନ୍ତି।

Related story