ସରିଲା ମାଟ୍ରିକ ପରୀକ୍ଷା: ୧୧ରୁ ଖାତା ଦେଖା ଆରମ୍ଭ

କଟକ: ମାଟ୍ରିକ୍‌ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୬୭ଟି ଇ-ବିଦ୍ୟାଳୟରେ କେନ୍ଦ୍ର କରାଯାଇଛି। ଏହାସହ ଆଜିଠାରୁ ଅବଜେକ୍‌ଟିଭ ପେପରର ସ୍କାନିଂ ଆରମ୍ଭ ହୋଇଛି ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି। ଚଳିତବର୍ଷ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୨୮୮୨ଟି କେନ୍ଦ୍ରରେ ୬,୦୧,୩୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଛୋଟମୋଟର କିଛି ଘଟଣାକୁ ଛାଡି ଦେଲେ ପରୀକ୍ଷା ପ୍ରାୟତଃ ସୁରୁଖୁରୁରେ […]

10th-exam

Rakesh Mallick
  • Published: Friday, 04 March 2016
  • , Updated: 04 March 2016, 07:25 AM IST

କଟକ: ମାଟ୍ରିକ୍‌ ପରୀକ୍ଷା ଶୁକ୍ରବାର ଶେଷ ହୋଇଛି। ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ୬୭ଟି ଇ-ବିଦ୍ୟାଳୟରେ କେନ୍ଦ୍ର କରାଯାଇଛି। ଏହାସହ ଆଜିଠାରୁ ଅବଜେକ୍‌ଟିଭ ପେପରର ସ୍କାନିଂ ଆରମ୍ଭ ହୋଇଛି ବୋଲି ବୋର୍ଡ ସଭାପତି ଦକ୍ଷ ପ୍ରସାଦ ନନ୍ଦ କହିଛନ୍ତି।

ଚଳିତବର୍ଷ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ୨୮୮୨ଟି କେନ୍ଦ୍ରରେ ୬,୦୧,୩୪୮ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଥିଲା। ଛୋଟମୋଟର କିଛି ଘଟଣାକୁ ଛାଡି ଦେଲେ ପରୀକ୍ଷା ପ୍ରାୟତଃ ସୁରୁଖୁରୁରେ ଶେଷ ହୋଇଛି।

Related story