ସ୍ୟାଟ୍ ବାର୍ ଉଚ୍ଛେଦ ପ୍ରତିବାଦରେ ଆନ୍ଦୋଳନ ବେଳେ ପୋଲିସ- ଆଇନଜୀବୀ ଧସ୍ତାଧସ୍ତି

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ବା ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆଜି ଆଇନଜୀବୀମାନେ ଚଳାଥିବା ଆନ୍ଦୋଳନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟାରିକେଡ୍ ଭଙ୍ଗ ଉଦ୍ୟମ ବେଳେ ପୋଲିସ୍ ଓ ଓକିଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆଇନଜୀବୀମାନଙ୍କର ଏକ ରାଲି ଲୋୟର୍ ପିଏମଜିରେ ପହଞ୍ଚିଛି। କଟକ ଓ ଭୁବନେଶ୍ୱର ସାଟ୍ ବାର୍ ଆସୋସିଏସନର ଶତାଧିକ ଆଇନଜୀବୀ ଏହି ରାଲିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର […]

sat

Rakesh Mallick
  • Published: Monday, 14 December 2015
  • , Updated: 14 December 2015, 03:13 PM IST

ଭୁବନେଶ୍ୱର: ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ୍ ବା ସ୍ୟାଟ୍ ଉଚ୍ଛେଦ ପ୍ରତିବାଦରେ ଆଜି ଆଇନଜୀବୀମାନେ ଚଳାଥିବା ଆନ୍ଦୋଳନ ବେଳେ ଉତ୍ତେଜନା ପ୍ରକାଶ ପାଇଛି। ବ୍ୟାରିକେଡ୍ ଭଙ୍ଗ ଉଦ୍ୟମ ବେଳେ ପୋଲିସ୍ ଓ ଓକିଲମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି। ଆଇନଜୀବୀମାନଙ୍କର ଏକ ରାଲି ଲୋୟର୍ ପିଏମଜିରେ ପହଞ୍ଚିଛି। କଟକ ଓ ଭୁବନେଶ୍ୱର ସାଟ୍ ବାର୍ ଆସୋସିଏସନର ଶତାଧିକ ଆଇନଜୀବୀ ଏହି ରାଲିରେ ସାମିଲ ହୋଇଛନ୍ତି। ଭୁବନେଶ୍ୱର ବାର୍ ଆସୋସିଏସନ୍ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ କରୁଛି। ସ୍ୟାଟ୍ ଉଚ୍ଛେଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ପୂର୍ବରୁ ରାଜ୍ୟ ସରକାର ଆଶ୍ୱାସନା ଦେଇଥିଲେ ମଧ୍ୟ ଏଯାଏଁ କୌଣସି ପଦକ୍ଷେପ ନେଇ ନ ଥିବାରୁ ମିଳିତ ସ୍ୟାଟ୍ ବାର୍ ଆସୋସିଏସନ୍ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି।

ଏଥିରେ ଜଣେ ମହିଳା ଆଇନଜୀବୀ ଆହତ ହୋଇଛନ୍ତି। ଆନ୍ଦୋଳନକାରୀଙ୍କ ଏକ ପ୍ରତିନିଧି ଦଳ ଆଜି ସଚିବାଳୟ ଯାଇ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଥିଲେ। ତେବେ ଏହା ବିଫଳ ହୋଇ ଯାଇଥିବା ଜଣାପଡିଛି। ଏବେ ଆଇନଜୀବୀମାନେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଅଡ଼ି ବସିଛନ୍ତି।

ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ଆନ୍ଦୋଳନକାରୀଙ୍କୁ ଭେଟି ଆଲୋଚନା କରିବା ସହ, ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ବିରୋଧୀ ଦଳ ନେତା ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇବା ସହ ସ୍ୟାଟ୍ ବାର୍ ଆସୋସିଏସନର ଦାବି ଯୁକ୍ତିଯୁକ୍ତ ବୋଲି କହିଛନ୍ତି।

Related story