ସତୀଶ ଗଜଭିୟେଙ୍କ ନିଲମ୍ୱନକୁ କେନ୍ଦ୍ରର ମଞ୍ଜୁରୀ: ଡ୍ରାଫ୍ଟ ଚାର୍ଜ କଲେ ରାଜ୍ୟ ସରକାର, ୩୦ ଦିନ ଭିତରେ ଜବାବ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବଢ଼ିଲା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଅଡୁଆ। ସାରଥି ପ୍ରସଙ୍ଗରେ ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଲମ୍ୱନ ହୋଇଥିବା ଏହି ଆଇପିଏସ ଅଫିସରଙ୍କ ନିଲମ୍ୱନକୁ ମିଳିଛି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ ଗଜଭିୟେଙ୍କ ନିଲମ୍ୱନ ପରେ ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ତାଙ୍କୁ ୩୦ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ଉତ୍ତର ମିଳିଲା ପରେ ଅଲ୍ ଇଣ୍ଡିଆ […]

gajviye1

Rakesh Mallick
  • Published: Monday, 19 October 2015
  • , Updated: 19 October 2015, 02:12 PM IST

ଭୁବନେଶ୍ୱର: ବଢ଼ିଲା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ଅଡୁଆ। ସାରଥି ପ୍ରସଙ୍ଗରେ ଆନ୍ଦୋଳନ ବେଳେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପାଇଁ ନିଲମ୍ୱନ ହୋଇଥିବା ଏହି ଆଇପିଏସ ଅଫିସରଙ୍କ ନିଲମ୍ୱନକୁ ମିଳିଛି କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲ୍ ଅନୁଯାୟୀ ଗଜଭିୟେଙ୍କ ନିଲମ୍ୱନ ପରେ ତାଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜ କରିଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ତାଙ୍କୁ ୩୦ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି। ଉତ୍ତର ମିଳିଲା ପରେ ଅଲ୍ ଇଣ୍ଡିଆ ସର୍ଭିସ୍ ରୁଲସ୍ ଅନୁସାରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଗୃହ ସଚିବ ଅସିତ ତ୍ରିପାଠୀ।

ଗତ ଅଗଷ୍ଟ ୧୩ରେ ସତୀଶ ଗଜଭିୟେଙ୍କୁ ନିଲମ୍ୱନ କରାଯାଇଥିଲା। ଏବେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗର ସନ୍ତୋଷଜନକ ଉତ୍ତର ନ ମିଳିଲେ ସରକାର ପୁଣି ତଦନ୍ତ ପାଇଁ ଇନକ୍ୱାରୀ ଅଫିସର ନିଯୁକ୍ତ କରିବେ। ତାଙ୍କ ବିରୋଧରେ ପ୍ରସ୍ତାବିତ କାର୍ଯ୍ୟାନୁଷ୍ଟାନ ନେଇ ରାଜ୍ୟ ସରକାର କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଅବଗତ କରିବେ। ପରେ ଗୃହ ମନ୍ତ୍ରାଳୟ ଏହାକୁ  ୟୁନିୟନ ପବ୍ଲିକ ସର୍ଭିସ୍ କମିଶନଙ୍କୁ ପାଖକୁ ପଠାଇବେ।

ସେପଟେ ଗଜଭିମ୍ଭେଙ୍କ ନିଲମ୍ୱନ ପରେ ଚାର୍ଜ ଫ୍ରେମରେ ବିଳମ୍ୱକୁ ନେଇ ସରକାରଙ୍କୁ ସମଲୋଚନା କରିଛି ବିଜେପି। ଅନ୍ୟପକ୍ଷରେ ବିଜେଡି ପକ୍ଷରୁ କୁହାଯାଇଛି ଜଣେ ଆଇପିଏସ ଅଫିସରଙ୍କ ନିଲମ୍ବନ ନେଇ ରହିଥିବା ଆଇନ ଅନୁସାରେ ପଦକ୍ଷେପ ନିଆଯାଉଛି। କାର୍ଯ୍ୟାନୁଷ୍ଠାନ ନେବାରେ ଆଦୌ ବିଳମ୍ବ କରାଯାଇ ନାହିଁ।

ସାରଥି ପ୍ରସଙ୍ଗ ସହିତ ସରକାରୀ ଜମି ହଡ଼ପ ମାମଲାରେ ବି ଛନ୍ଦି ହୋଇଛନ୍ତି ଗଜଭିୟେ। ଗଜଭିୟେ ବଡ଼କିଆପାଳ ମୌଜାରେ ପତ୍ନୀଙ୍କ ନାଁରେ ୭ ଏକର ୬୦ ଡିସିମିଲ ଜାଗା କିଣିଥିଲେ ବି ଯଥେଷ୍ଟ ଅଧିକ ଜମିରେ ପୋଖରୀ ଖୋଳି ମାଛଚାଷ କରୁଥିବା ଅଭିଯୋଗ ଆସିବା ପରେ ଭିଜିଲାନ୍ସ ତଦନ୍ତ ଆରମ୍ଭ ହୋଇଥିଲା । ଏହି ଅଞ୍ଚଳରେ ମୋଟ ୨୨ ଏକର ୫୯ ଡିସିମିଲ ସରକାରୀ ଜମି ଜବରଦଖଲ ହୋଇଥିବା ଭିଜିଲାନ୍ସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ବଡ଼କିଆପାଳ ମୌଜାର ପ୍ଲଟ୍ ନମ୍ୱର ୩ ଓ ପ୍ଲଟ ନମ୍ୱର ୧୦ରେ ୫୬୦ ଡିସିମିଲ, ପ୍ଲଟ ନମ୍ୱର ୧୦୦ର ୩୬୦ ଡିସିମିଲ, ପ୍ଲଟ୍ ନମ୍ୱର ୧୩୧ର ୧୯୦ ଡିସିମିଲ, ପ୍ଲଟ୍ ନମ୍ୱର ୧୪୧ ଓ ୧୩୩ର ୪୧୦ ଡିସିମିଲ ସରକାରୀ ଜମି ଜବର ଦଖଲ ହୋଇଛି। ଏହାସହ ମହାପ୍ରଭୁ ଜଗନ୍ନାଥଙ୍କର ୩ ଏକର ୨୫ ଡିସିମିଲ, ଶ୍ରୀବଳରାମଙ୍କର ୧ ଏକର ୫୬ ଡିସିମିଲ ଏବଂ ଖଣ୍ଡୁଆଳ ଠାକୁରାଣୀଙ୍କର ୫୪ ଡିସିମିଲ ଜମି ମଧ୍ୟ ଜବରଦଖଲ ହୋଇଛି ।

Related story