ଏସ୍‌ସିବି ନର୍ସିଂ ସ୍କୁଲରେ ସାଇନ୍-ଏ-ଡାଏ, ହଷ୍ଟେଲ ଛାଡିବାକୁ ଛାତ୍ରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: କଟକ ଏସ୍‌ସିବି ନର୍ସିଂ ସ୍କୁଲରେ ଗୁରୁବାର ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୭ ଟା ୩୦ ସୁଦ୍ଧା ଛାତ୍ରୀମାନେ ହଷ୍ଟେଲ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ରୀମାନେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡିବେ ନାହିଁ ବୋଲି କହିଛନ୍ତି। ପରିସ୍ଥିତି ବିଗୁଡିଥିବା ଦେଖି ଆଜି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶେଷ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡିଦିଆଯାଇଥିଲା। ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି। […]

scb nursing school

Rakesh Mallick
  • Published: Thursday, 12 May 2016
  • , Updated: 13 May 2016, 08:09 AM IST

ଭୁବନେଶ୍ୱର: କଟକ ଏସ୍‌ସିବି ନର୍ସିଂ ସ୍କୁଲରେ ଗୁରୁବାର ସାଇନ୍-ଏ-ଡାଏ ଘୋଷଣା କରାଯାଇଛି। ଆସନ୍ତାକାଲି ସକାଳ ୭ ଟା ୩୦ ସୁଦ୍ଧା ଛାତ୍ରୀମାନେ ହଷ୍ଟେଲ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷରେ ଛାତ୍ରୀମାନେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡିବେ ନାହିଁ ବୋଲି କହିଛନ୍ତି।

ପରିସ୍ଥିତି ବିଗୁଡିଥିବା ଦେଖି ଆଜି ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଶେଷ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡିଦିଆଯାଇଥିଲା। ସରକାର ଆଜି ଏହି ନିଷ୍ପତ୍ତି ନେଇଛନ୍ତି। ଅଧ୍ୟକ୍ଷାଙ୍କ ବଦଳି ଦାବି ନେଇ ୪ ଦିନ ହେଲା ଛାତ୍ରୀମାନେ ଆନ୍ଦୋଳନ ଚଲାଇଛନ୍ତି।

ଛାତ୍ରୀମାନେ କହିଛନ୍ତି, “ଆମେ କୌଣସି ପରିସ୍ଥିତିରେ ହଷ୍ଟେଲ ଛାଡିବୁ ନାହିଁ। ହଷ୍ଟେଲରେ ରହି ଆନ୍ଦୋଳନ କରିବୁ। ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ମାନିବୁ ନାହିଁ।”

ନର୍ସିଂ ଛାତ୍ରୀଙ୍କ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଅଧ୍ୟକ୍ଷା ବେଆଇନ୍‌ ଉଦ୍ୟମ କରୁଛନ୍ତି ବୋଲି ମଙ୍ଗଳାବାଗ୍‌ ଥାନାରେ ଅଭିଯୋଗ ହୋଇଛି। ଏପରି କି ଆଜି ସେମାନଙ୍କୁ ହଷ୍ଟେଲ୍ ଭିତରେ ତାଲା ପକାଇ ଦିଆଯିବା ସହ ଆଉ ଏକ ଛାତ୍ରୀ ଗୋଷ୍ଠୀ ମାଡ଼ ମାରିଥିବା ଏଫ୍‌ଆଇଆରରେ ଦର୍ଶାଯାଇଛି।

ଅନ୍ୟପକ୍ଷରେ ଆଜି ଛାତ୍ରୀଙ୍କ ଆନ୍ଦୋଳନକୁ କଂଗ୍ରେସ ଓ ଡିଏସ୍‌ଓ ସମର୍ଥନ କରିଛି। ଉଭୟ ସଂଗଠନ କର୍ମକର୍ତ୍ତା ଅଧ୍ୟକ୍ଷାଙ୍କ ବଦଳି ଦାବି କରି ଏସ୍‌ସିବି ଅଧୀକ୍ଷକଙ୍କୁ ଦାବିପତ୍ର ଦେଇଛନ୍ତି।

Related story