ଜୁଲାଇ ୩୧ରେ ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ

ଭୁବନେଶ୍ୱର: ଜୁଲାଇ ୩୧ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ସ୍ପେଶାଲ ଜେଇଇ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି। ଏ ସଂପର୍କରେ ସୂଚନା ଦେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ ଦ୍ୱିତୀୟ ଓଜେଇଇ ପାଇଁ ଜୁଲାଇ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୨୨ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୨୭ […]

sanjay

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 09:34 PM IST

ଭୁବନେଶ୍ୱର: ଜୁଲାଇ ୩୧ରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଓଜେଇଇ। ସ୍ପେଶାଲ ଜେଇଇ କରିବାକୁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ଏ ନିଷ୍ପତ୍ତି ନେଇଛନ୍ତି।

ଏ ସଂପର୍କରେ ସୂଚନା ଦେଇ ବୈଷୟିକ ଶିକ୍ଷା ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି,“ ଦ୍ୱିତୀୟ ଓଜେଇଇ ପାଇଁ ଜୁଲାଇ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁଲାଇ ୨୨ରୁ ୨୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ଜୁଲାଇ ୨୭ ତାରିଖଠାରୁ ୩୦ ତାରିଖ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ସେମାନଙ୍କ ଆଡ୍‌ମିଟ୍‌ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଜୁଲାଇ ୩୧ ତାରିଖରେ ପରୀକ୍ଷା ହେବ। ଅଗଷ୍ଟ ୩ ତାରିଖରେ ପରୀକ୍ଷାଫଳ ପ୍ରକାଶ ପାଇବ। ଅଗଷ୍ଟ ୪ ତାରିଖଠାରୁ ଛାତ୍ରଛାତ୍ରୀମାନେ ରାଙ୍କ୍ କାର୍ଡ ଡାଉନ୍‌ଲୋଡ୍‌ କରିପାରିବେ। ଅଗଷ୍ଟ ୫ରୁ ୭ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍‌ କରାଯିବ। ଅଗଷ୍ଟ ୧୦ରେ ଫାଇନାଲ୍ ଆଲଟ୍‌ମେଣ୍ଟ୍ ହେବ।”

ସେ ଆହୁରି କହିଛନ୍ତି,“ଦ୍ୱିତୀୟ ପର୍ଯ୍ୟାୟ ଓଜେଇଇ ପାଇଁ ଭୁବନେଶ୍ୱରରେ ୧୦ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ଏହି ପର୍ଯ୍ୟାୟ ଓଜେଇଇ ସଂପର୍କିତ ସମସ୍ତ ତଥ୍ୟ ଓ ବିବରଣୀ www.ojee.nic.in ରେ ଉପଲବ୍ଧ ହେବ।”

ମନ୍ତ୍ରୀ କହିଛନ୍ତି,“ପୂର୍ବ ପ୍ରବେଶିକା ପରୀକ୍ଷାଗୁଡ଼ିକରେ ରାଙ୍କ ପାଇ ନ ଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇ ରାଙ୍କ ପାଇପାରିବେ ଓ ବୈଷୟିକ ଶିକ୍ଷା ପାଇଁ ଲେଖାଇପାରିବେ। ବିଟେକ୍‌, ଏମ୍‌ବିଏ, ଏମ୍‌ସିଏ ଓ ଲାଟେରାଲ୍ ଏଣ୍ଟ୍ରି ପାଇଁ ଏହି ସୁଯୋଗ ଉପଲବ୍ଧ ହେବ।” ସ୍ପେଶାଲ୍ ଜେଇଇ ଓ ଦ୍ୱିତୀୟ ଏଣ୍ଟ୍ରାସ ପାଇଁ ଓପେକା ହାଇକୋର୍ଟ ଯାଇଥିଲା।

Related story