ସେପ୍ଟେମ୍ୱରରୁ ସମ୍ୱଲପୁର ଆଇଆଇଏମରେ ପାଠପଢା

ଭୁବନେଶ୍ୱର: ସେପ୍ଟେମ୍ୱର ପ୍ରଥମ ସପ୍ତାହରୁ ଆଇଆଇଏମ ସମ୍ୱଲପୁରରେ ଚଳିତ ଶିକ୍ଷା ବର୍ଷର ପାଠପଢା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ୱଲପୁରସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ୍ ହୋଇଥିବା ଅସ୍ଥାୟୀ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବ। ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଆଇଏମ ପ୍ରଫେସର ଏସ କେ ସିଂହ ଉଭୟ ଆଇଆଇଏମ ଇନ୍ଦୋର ଏବଂ ଆଇଆଇଏମ ସମ୍ୱଲପୁରର କୋ-ଅର୍ଡିନେଟର ଭାବେ କାମ କରିବେ ବୋଲି ବୈଠକରେ […]

sambulpur

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 03:59 PM IST

ଭୁବନେଶ୍ୱର: ସେପ୍ଟେମ୍ୱର ପ୍ରଥମ ସପ୍ତାହରୁ ଆଇଆଇଏମ ସମ୍ୱଲପୁରରେ ଚଳିତ ଶିକ୍ଷା ବର୍ଷର ପାଠପଢା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସମ୍ୱଲପୁରସ୍ଥିତ ସିଲିକନ ଇନଷ୍ଟିଚ୍ୟୁଟ୍ ହୋଇଥିବା ଅସ୍ଥାୟୀ କ୍ୟାମ୍ପସରେ ପାଠପଢା ଆରମ୍ଭ ହେବ। ଗୁରୁବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆଇଆଇଏମ ପ୍ରଫେସର ଏସ କେ ସିଂହ ଉଭୟ ଆଇଆଇଏମ ଇନ୍ଦୋର ଏବଂ ଆଇଆଇଏମ ସମ୍ୱଲପୁରର କୋ-ଅର୍ଡିନେଟର ଭାବେ କାମ କରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଅଗଷ୍ଟ ୧୭ ସୁଦ୍ଧା  ସମ୍ୱଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସ୍ ନେଇ ରିପୋର୍ଟ ଦେବେ ଜିଲ୍ଲାପାଳ। ସେହିପରି ଆସନ୍ତା ଅଗଷ୍ଟ ୨୦ ସୁଦ୍ଧା ଆଇଆଇଏମ ସୋସାଇଟି ପ୍ରତିଷ୍ଠା ହେବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଆଇଆଇଏମ ଇନ୍ଦୋରର ନିର୍ଦ୍ଦେଶକ ଉନ୍ନୟନ କମିଶନର ଏବଂ ବୈଷୟିକ ଶିକ୍ଷା ଓ ତାଲିମ ସଚିବ ଉପସ୍ଥିତ ଥିଲେ।

 

Related story