ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ପ୍ରସଙ୍ଗ: ଫିଟ୍‌ମେଣ୍ଟ୍ କମିଟି ଗଠନ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବେ ବୋଲି ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜି ଏନେଇ ଏକ ଫିଟ୍‌ମେଣ୍ଟ୍ କମିଟି ଗଠନ କରାଯାଇଛି। ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫିଟ୍‌ମେଣ୍ଟ୍ କମିଟି ଗଠନ କରାଯାଇଛି। ଏଥିରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ, ଗୃହ ସଚିବ ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଏ.କେ ମୀନା […]

Balakrishnan

Rakesh Mallick
  • Published: Monday, 31 October 2016
  • , Updated: 31 October 2016, 07:01 PM IST

ଭୁବନେଶ୍ୱର: ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବେ ବୋଲି ଗତ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଆଜି ଏନେଇ ଏକ ଫିଟ୍‌ମେଣ୍ଟ୍ କମିଟି ଗଠନ କରାଯାଇଛି।

ଉନ୍ନୟନ କମିଶନର ଆର. ବାଲକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଫିଟ୍‌ମେଣ୍ଟ୍ କମିଟି ଗଠନ କରାଯାଇଛି। ଏଥିରେ ଅର୍ଥ ସଚିବ ତୁହିନକାନ୍ତ ପାଣ୍ଡେ, ଗୃହ ସଚିବ ଅସିତ ତ୍ରିପାଠୀ, ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଏ.କେ ମୀନା ଓ ଅଶ୍ୱିନୀ ମିଶ୍ର ପ୍ରମୁଖ ସଦସ୍ୟ ରହିଛନ୍ତି।

୪ ମାସ ମଧ୍ୟରେ ଏହି କମିଟି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କରିବା ପାଇଁ ନିୟମାବଳୀ ଓ ପେ-ସ୍କେଲ୍ ଆଦି ପ୍ରସଙ୍ଗରେ ରିପୋର୍ଟ ପ୍ରଦାନ କରିବ ଏହି କମିଟି।

ରାଜ୍ୟ ସରକାର ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ କଲେ ରାଜ୍ୟର ୪ ଲକ୍ଷ ସରକାରୀ କର୍ମଚାରୀ ଏବଂ ୩ ଲକ୍ଷ ପେନସନ୍‌ଭୋଗୀ ଉପକୃତ ହେବେ। ବର୍ତ୍ତମାନ ଦରମା ଓ ପେନ୍‌ସନ୍ ବାବଦକୁ ବର୍ଷକୁ ରାଜ୍ୟ ସରକାର ୨୯,୮୩୬ କୋଟି ଟଙ୍କା ପ୍ରଦାନ କରୁଛନ୍ତି। ସପ୍ତମ ବେତନ କମିଶନ ଲାଗୁ ହେଲେ ବର୍ଷକୁ ଏବାବଦକୁ ୫,୫୦୦ କୋଟିର ଅତିରିକ୍ତ ବୋଝ ପଡ଼ିବ।

Related story