ଶିଶୁ ମୃତ୍ୟୁ ଘଟଣା: ୩୧୪ ବ୍ଲକ୍, ସିଡିଏମ୍ଓ ଅଫିସ୍ ସମେତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଘର ଘେରିଲା ବିଜେପି

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ରାଜ୍ୟର ୩୧୪ଟି ବ୍ଳକ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଧାରଣାସ୍ଥଳରେ ପ୍ରତିବାଦ ସଭା ଚାଲିଛି। ସେହିଭଳି କଟକ ସମେତ ସମସ୍ତ ସିଡିଏମଓ ଓ ଏଡିଏମଓ ଅଫିସ୍ ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇଛି। କଟକରେ ସିଡିଏମଓ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ବିଜେପୀ କର୍ମୀମାନେ ଧାରଣା ଦେଇଛନ୍ତି। ବଡ଼ ମେଡିକାଲ ସମ୍ମୁଖରେ ମଧ୍ୟ ଦଳ ପକ୍ଷରୁ ଧାରଣା ଦିଆଯାଇଛି।

bjp-strike

Rakesh Mallick
  • Published: Wednesday, 02 September 2015
  • , Updated: 02 September 2015, 02:00 PM IST

ଭୁବନେଶ୍ୱର: କଟକ ଶିଶୁଭବନରେ ଶିଶୁ ମୃତ୍ୟୁ ଘଟଣାର ପ୍ରତିବାଦରେ ଆଜି ଆନ୍ଦୋଳନକୁ ଓହ୍ଲାଇଛି ବିଜେପି। ରାଜ୍ୟର ୩୧୪ଟି ବ୍ଳକ କାର୍ଯ୍ୟାଳୟ ଆଗରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଧାରଣାସ୍ଥଳରେ ପ୍ରତିବାଦ ସଭା ଚାଲିଛି। ସେହିଭଳି କଟକ ସମେତ ସମସ୍ତ ସିଡିଏମଓ ଓ ଏଡିଏମଓ ଅଫିସ୍ ସମ୍ମୁଖରେ ମଧ୍ୟ ଧାରଣା ଦିଆଯାଇଛି। କଟକରେ ସିଡିଏମଓ ଅଫିସ୍ ସମେତ ବିଭିନ୍ନ ସ୍ଥାନରେ ବିଜେପୀ କର୍ମୀମାନେ ଧାରଣା ଦେଇଛନ୍ତି। ବଡ଼ ମେଡିକାଲ ସମ୍ମୁଖରେ ମଧ୍ୟ ଦଳ ପକ୍ଷରୁ ଧାରଣା ଦିଆଯାଇଛି।

[caption id="attachment_28930" align="aligncenter" width="797"] କଟକ ବଡ଼ମେଡିକାଲ ସମ୍ମୁଖରେ ବିଜେପିର ଧାରଣା[/caption]

ଅନ୍ୟପକ୍ଷରେ ଭୁବନେଶ୍ୱରରେ ବିଜେପି କର୍ମୀମାନେ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ବାସ ଭବନକୁ ମଧ୍ୟ ଘେରିଛନ୍ତି। ଘେରାଉ ବେଳେ ଦଳୀୟ କର୍ମୀମାନେ ମନ୍ତ୍ରୀଙ୍କ ଘର ଭିତରକୁ ଧଶେଇ ପଶିବାକୁ ଉଦ୍ୟମ କରିଥିଲେ। ତେବେ ପୁଲିସ୍ ସେମାନଙ୍କୁ ବାଧା ଦେଇଥିଲା। ତେଣୁ କିଛଇ ସମୟ ଧରି ପୁଲିସ୍ ଓ ଦଳୀୟ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ବିଜେପି ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ପାଟଣାଗଡ଼ରେ ଧାରଣା ଦେଇଛନ୍ତି। କନକଙ୍କ ନେତୃତ୍ୱରେ କର୍ମୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ଏନେଇ ପୂର୍ବରୁ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦିଅଯାଇଥିଲେ ସୁଦ୍ଧା ସେ ଛୁଟି ନେଇ ପଳାଇଯାଇଥିବା ଜଣାଯାଇଛି। ଏହାକୁ ନେଇ ପାଟଣାଗଡ଼ ବିଧାୟକ ତଥା ବିଜେପି ରାଜ୍ୟ ସଭାପତି କେ.ଭି ସିଂହଦେଓ ଅସନ୍ତୋଷ ପ୍ରକାଶ କରିଥିଲେ। ଏହା ସହିତ ଉପଖଣ୍ଡ ଚିକିତ୍ସାଧିକାରୀ ନଆସିବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ସେ କହିଛନ୍ତି।

[caption id="attachment_28931" align="aligncenter" width="800"] ପାଟଣାଗଡ଼ରେ ବିଜେପି ରାଜ୍ୟ ସଭାପତି କେ.ଭି ସିଂହଦେଓଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି[/caption]

ସେହିପରି ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକ୍ ସମେତ ବ୍ରହ୍ମପୁର ଠାରେ ମେଡ଼ିକାଲ କଲେଜ ସମ୍ମୁଖରେ ବିଜେପିର ନେତା ଓ କର୍ମୀ ମାନେ ଧାରଣା ଦେଇଛନ୍ତି। ଜିଲ୍ଲା ସଭାପତି ବିଜୟ ସ୍ୱାଇଁଙ୍କ ନେତୃତ୍ୱରେ ବିଜେପିର ବହୁ ପୁରୁଷ ଓ ମହିଳା, ଯୁବକ, ଛାତ୍ର ସଂଗଠନର କର୍ମୀମାନେ ବ୍ରହ୍ମପୁର ମେଡ଼ିକାଲ କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସିଛନ୍ତି। ରାଜ୍ୟର ସବୁ ସ୍ଥାନରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବାରୁ ଶିଶୁ ଓ ମାଆ ମାନଙ୍କର ମୃତ୍ୟୁ ଘଟୁଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲା ବିଜେପି ସଭାପତି। ଆଗକୁ ଆନ୍ଦଳନକୁ ତୀବ୍ରରୂପ ଦିଆଯିବ ବୋଲି ସେ କହିଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ସହିତ ବଣାଇରେ ବିଜେପି ପକ୍ଷରୁ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ଧାରଣା ଦିଆଯାଇଛି।କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା। ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ଜେନା ଓ ରାଜ୍ୟ କମିଟି ସଦସ୍ୟ ଦେବଦାସ ମହାନ୍ତିଙ୍କ ନେତୃତ୍ୱରେ ଏଠାରେ ଦଳୀୟ କର୍ମୀମାନେ ଧାରଣା ଦେଇଥିଲେ। ଏଠାରେ ଦଳୀୟ କର୍ମୀମାନେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଧାରଣା ପରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସିଡିଏମଓଙ୍କୁ ପ୍ରଦାନ କରାଯାଇଥିଲା।

[caption id="attachment_28932" align="aligncenter" width="800"] କେନ୍ଦୁଝରରେ ବିଜେପିର ଧାରଣା[/caption]

କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ  ଜିଲ୍ଲା ବିଜେପି ଶାଖା ପକ୍ଷରୁ ଗଣଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା। ଏଥରେ ଦଳର ଜିଲ୍ଲା ସଭାପତି ଅନନ୍ତ ନାଏକ ଓ ରାଜ୍ୟ ସଂପାଦକଙ୍କ ସମେତ ବହୁ କର୍ମୀ ଯୋଗ ଦେଇଥିଲେ। ସେହିପରି ଜିଲାର ୧୩ଟି ବ୍ଲକ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ଦଳ ପକ୍ଷରୁ ଧାରଣା ଦିଆଯାଇଥିଲା।

କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ବିଜେପି ପକ୍ଷରୁ ନଗର ସଭାପତି ସୁଶୀଲ କରଙ୍କ ନେତୃତ୍ୱରେ ଦିଆଯାଇଥିବା ଧାରଣାରେ ବିଧାୟକ ରବି ନାରାୟଣ ନାଏକଙ୍କ ସହ ଶତାଧିକ  କର୍ମୀ ସାମିଲ ହୋଇଥିଲେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି। ଦଳର ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ ଓ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ କର୍ମୀମାନେ ଧାରଣା ଦେଇଛନ୍ତି। ଏହା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦେବଗଡ଼ରେ ବିଜେପି ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଧାରଣା ଦିଆଯାଇଛି। ତା’ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦିଆଯାଇଛି। ସେହିପରି ଜିଲ୍ଲାର ତିନିଟି ବ୍ଲକରେ ମଧ୍ୟ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ନୂଆପଡ଼ା, ଖୋର୍ଦ୍ଧା, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ମଧ୍ୟ ବିଜେପି ପକ୍ଷରୁ ଧାରଣା ଦିଆଯାଇଥିଲା।

ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ସିଧାସଳଖ ବିଜେପି ଉପରେ ବର୍ଷିଛନ୍ତି । ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେପି ଘଟଣାକୁ ରାଜନୀତିକରଣ କରିବାକୁ ଚେଷ୍ଟା କରୁଛି । ସ୍ୱାସ୍ଥ୍ୟ ଭଳି ଏକ ଗୁରୁତର ପ୍ରସଙ୍ଗକୁ ରାଜନୀତିକରଣ କରାଯିବା ଉଚିତ ନୁହଁ ।

Related story