ଅନ୍ଧବିଶ୍ୱାସର କରୁଣ ପରିଣତି: ଅଙ୍ଗନବାଡ଼ି କର୍ମୀଙ୍କ ୨୭ ଦିନର ଶିଶୁକୁ ଲୁହାକଣ୍ଟା ଚେଙ୍କ

ନବରଙ୍ଗପୁର: ମାତ୍ର ୨୭ ଦିନର ଶିଶୁକୁ ଦିଆଯାଇଛି ତତଲା ଲୁହାକଣ୍ଟା ଚେଙ୍କ। ଗୁରୁତର ଅବସ୍ଥାରେ ଜୀବନ ସହ ଲଢେ଼ଇ କରୁଛି ନିଷ୍ପାପ ଶିଶୁଟି। ଗୁରୁତର ଅବସ୍ଥାରେ ତାକୁ ଏସଏନସିୟୁରେ ଚିକିତ୍ସା କରାଯାଉଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଶୁର ମାଆ ଜଣେ ଅଙ୍ଗନବାଡ଼ି କର୍ମୀ। ତେଣୁ ତାଙ୍କ ପରିବାରରେ ଏଭଳି ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ନବରଙ୍ଗପୁର ସଦର ବ୍ଳକ୍ ବୁଟିପଦର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ […]

chenka

Rakesh Mallick
  • Published: Thursday, 24 December 2015
  • , Updated: 25 December 2015, 03:29 AM IST

ନବରଙ୍ଗପୁର: ମାତ୍ର ୨୭ ଦିନର ଶିଶୁକୁ ଦିଆଯାଇଛି ତତଲା ଲୁହାକଣ୍ଟା ଚେଙ୍କ। ଗୁରୁତର ଅବସ୍ଥାରେ ଜୀବନ ସହ ଲଢେ଼ଇ କରୁଛି ନିଷ୍ପାପ ଶିଶୁଟି। ଗୁରୁତର ଅବସ୍ଥାରେ ତାକୁ ଏସଏନସିୟୁରେ ଚିକିତ୍ସା କରାଯାଉଛି। ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲାରେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିଶୁର ମାଆ ଜଣେ ଅଙ୍ଗନବାଡ଼ି କର୍ମୀ। ତେଣୁ ତାଙ୍କ ପରିବାରରେ ଏଭଳି ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି।

ନବରଙ୍ଗପୁର ସଦର ବ୍ଳକ୍ ବୁଟିପଦର ଗାଁର ଅଙ୍ଗନବାଡ଼ି କର୍ମୀ ରୁକ୍ମିଣୀ କିର୍ସାନୀଙ୍କ ୨୭ ଦିନର ଶିଶୁପୁତ୍ରର ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିଲା। ତା’ ପେଟ ବି ଫୁଲିଥିଲା। ରୁକ୍ମିଣୀ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିବା ବେଳେ ପରିବାର ଲୋକେ ଶିଶୁର ଚିକିତ୍ସା ପାଇଁ ଦିଶାରିକୁ ଡକାଇଥିଲେ। ଦିଶାରିର ପରାମର୍ଶ ଅନୁଯାୟୀ, ଏହି କୋମଳମତି ଶିଶୁର ପେଟସାରା ତତଲା ଲୁହାକଣ୍ଟାରେ ଚେଙ୍କ ଦିଆଯାଇଥିଲା। ଏହାପରେ ତାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ଶିଶୁଟିକୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି। ଏବେ ଶିଶୁଟିର ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଶିଶୁଟିର ମା’ ରୁକ୍ମଣୀ କିର୍ସାନୀ କହିଛନ୍ତି ଯେ ଘଟଣାଟି ଘଟିବା ବେଳେ ସେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ଛୁଆଟିର ଦେହ ଭଲ ନ ଥିଲା। ତା’ ପେଟ ଫୁଲି ଥିଲା। ଶାଶୂଶ୍ୱଶୁର ଦିଶାରି ଡାକି ତା’ରି ପରାମର୍ଶରେ ତାଙ୍କ ଛୁଆକୁ ଲୁହାକଣ୍ଟା ଚେଙ୍କ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁର ମୁଖ୍ୟ ଡାକ୍ତର ଯୁଗଳ ବେହେରା କହିଛନ୍ତି ଯେ ଶିଶୁଟି ସଂକ୍ରମଣର ଶିକାର ହୋଇଛି। ଖୁବ୍ ବିଳମ୍ବରେ ତାକୁ ଡାକ୍ତରଖାନା ଅଣାଯାଇଛି। ତା’ ପେଟରେ ଚେଙ୍କ ମଧ୍ୟ ଦିଆଯାଇଛି। ତେବେ ତା’ର ସଠିକ୍ ଚିକିତ୍ସା ଚାଲିଛି। ବର୍ତ୍ତମାନ ଶିଶୁଟିର ଅବସ୍ଥା ସ୍ଥିର ରହିଛି। ସେ ଭଲ ହୋଇଯିବ।

Related story