ସିଙ୍ଗଡ଼ାକୁ ସାବଧାନ, ପାଟି ସୁଆଦ କରୁକରୁ...

ସିଙ୍ଗଡ଼ା ଦେଖିଲେ ଖାଇବାକୁ ଲାଳ ଗଡେ। ବିଶେଷ କରି ଚା’ ସହ ସିଙ୍ଗଡ଼ା ଖାଇବାର ମଜା ବିଲକୁଲ୍‌ ନିଆରା। ହେଲେ ପାଟିକୁ ସୁଆଦିଆ ଲାଗୁଥିବା ଏହି ସିଙ୍ଗଡ଼ା ଖାଇଲେ ପେଟ ବେଳେ ବେଳେ ଅମାନିଆ ହୁଏ। ଆଉ ଭୋଗିବାକୁ ପଡେ ଯନ୍ତ୍ରଣା। ବିଶେଷ କରି ସିଙ୍ଗଡ଼ା ଭିତରେ ଥିବା ଆଳୁପୁର ପେଟପାଇଁ ସମସ୍ୟା ସୃଷ୍ଟି କରେ। ତା ହେଲେ ଆସନ୍ତୁ ଜାଣିବା ସିଙ୍ଗଡ଼ାର ଏମିତି କିଛି ଦୁଷ୍ଟାମି ସମ୍ପର୍କରେ, ମାନେ ସିଙ୍ଗଡା ଖାଇବା ଦ୍ୱାରା କ’ଣ ସାଇଡ୍‌ଇଫେକ୍ଟ […]

ssss

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 05:32 PM IST

ସିଙ୍ଗଡ଼ା ଦେଖିଲେ ଖାଇବାକୁ ଲାଳ ଗଡେ। ବିଶେଷ କରି ଚା' ସହ ସିଙ୍ଗଡ଼ା ଖାଇବାର ମଜା ବିଲକୁଲ୍‌ ନିଆରା। ହେଲେ ପାଟିକୁ ସୁଆଦିଆ ଲାଗୁଥିବା ଏହି ସିଙ୍ଗଡ଼ା ଖାଇଲେ ପେଟ ବେଳେ ବେଳେ ଅମାନିଆ ହୁଏ। ଆଉ ଭୋଗିବାକୁ ପଡେ ଯନ୍ତ୍ରଣା। ବିଶେଷ କରି ସିଙ୍ଗଡ଼ା ଭିତରେ ଥିବା ଆଳୁପୁର ପେଟପାଇଁ ସମସ୍ୟା ସୃଷ୍ଟି କରେ। ତା ହେଲେ ଆସନ୍ତୁ ଜାଣିବା ସିଙ୍ଗଡ଼ାର ଏମିତି କିଛି ଦୁଷ୍ଟାମି ସମ୍ପର୍କରେ, ମାନେ ସିଙ୍ଗଡା ଖାଇବା ଦ୍ୱାରା କ’ଣ ସାଇଡ୍‌ଇଫେକ୍ଟ ପଡେ ଆସନ୍ତୁ ପଢିବା।

- ଗୋଟିଏ ତେଲ କଡ଼େଇରେ ସିଙ୍ଗଡ଼ାକୁ ଅଧିକ ଥର ଛଣାଯାଇଥାଏ। ଯାହାଫଳରେ ଏହା ବିଶାକ୍ତ ହୋଇଯାଏ।

- ଅଧିକ ସିଙ୍ଗଡ଼ା ଖାଇବା ଦ୍ୱାରା ମଧୁମେହ ହେବାର ସମ୍ଭାବନା ରହିଥାଏ।

- ଗ୍ରାହକଙ୍କୁ ଗରମ ଗରମ ସିଙ୍ଗଡ଼ା ପରସିବା ଲାଗି ଥଣ୍ଡା ସିଙ୍ଗଡ଼ାକୁ ବାରମ୍ୱାର ଛଣାଯାଇଥାଏ। ଯାହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।

- ଆଳୁକୁ ପୁର ଭାବରେ ସିଙ୍ଗଡ଼ାରେ ବ୍ୟବହାର କରାଯାଇଥାଏ। ଅନେକ ସମୟରେ ଆଳୁକୁ ପୂର୍ବରୁ ପ୍ରସ୍ତୁତ କରି ରଖାଯାଏ। ଯେଉଁ କାରଣରୁ ଆଳୁ ବାସି ମଧ୍ୟ ହୋଇଯାଏ। ଯାହାକୁ ଖାଇବା ଶରୀର ପାଇଁ କ୍ଷତିକାରକ।

-  ସିଙ୍ଗଡ଼ାରେ ଅଧିକ ମଇଦା ବ୍ୟବହାର କରାଯାଇଥାଏ। ଅଧିକ ମଇଦା ଖାଇବା ଦ୍ୱାରା ଶରୀର କମ୍ପନ ହେବା ସମସ୍ୟା ଦେଖାଦିଏ ଯାହା ସ୍ୱାସ୍ଥ୍ୟପ୍ରତି ହାନିକାରକ।

-  ସିଙ୍ଗଡ଼ା ଅଧିକ ଖାଇବା ଓଜନ ବୃଦ୍ଧି ହୋଇଥାଏ।  ଏହା ଉଚ୍ଚ ରକ୍ତଚାପ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ।

-  ସିଙ୍ଗଡ଼ା ଖାଇବା ସମୟରେ ଧ୍ୟାନ ଦେବେ ଯେପରି ଏହା ସଙ୍ଗେ ସଙ୍ଗେ ଛଣା ହୋଇଥିବା ଏବଂ ସତେଜ ଥିବ।

- ଯଦି ସିଙ୍ଗଡ଼ା ଖାଇବାକୁ ଅଧିକ ପସନ୍ଦ ଏବଂ ଏହାର  ଖାଇବା ବନ୍ଦ କରିପାରିବେ ନାହିଁ। ତେବେ ଏହାକୁ ଘରେ ପ୍ରସ୍ତୁତ କରି ଖାଆନ୍ତୁ। ଘରେ ସିଙ୍ଗଡ଼ା ପ୍ରସ୍ତୁତ କରିବା ସମୟରେ ଧ୍ୟାନ ଦେବେ ଯେପରି ଏହା ପୂର୍ବରୁ ଛଣା ହୋଇଥିବା ତେଲରେ ଛଣା ନ ହୁଏ ।

Related story