ଫ୍ରିଜ୍‌ରେ ବାସି ଅଟା ଗୁଳା ରଖନ୍ତୁ ନାହିଁ; ଏଥିରେ ରହିଛି ପ୍ରେତ ଭୟ

ସାଧାରଣତଃ ଘରମାନଙ୍କରେ ଅଟା ଗୋଳା ବଳି ପଡ଼ିଲେ ଏହାକୁ ନଷ୍ଟ ନ କରି ଫ୍ରିଜ୍‌ରେ ରଖି ଦେଇଥାନ୍ତି। ପରଦିନ ଏହାକୁ ରୁଟି ତିଆରି କରି ଖାଆନ୍ତି। କିନ୍ତୁ ଜାଣିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭାରି ପଡ଼ିପାରେ। ଏହା ଆମ ଶରୀର ପାଇଁ କ୍ଷତିକାରକ। ତାହାହେଲେ ଆସନ୍ତୁ ଜାଣନ୍ତୁ ଅଟା ଗୁଳା ଫ୍ରିଜରେ ରଖି ଖାଇଲେ କ’ଣ କ୍ଷତି ହୋଇଥାଏ। ବୈଜ୍ଞାନିକ କାରଣ- ବୈଜ୍ଞାନିକ ମତ ଅନୁସାରେ ଅଟା ଗୁଳାକୁ ଫ୍ରିଜରେ ରଖିବା ଉଚିତ […]

yrt

Rakesh Mallick
  • Published: Thursday, 10 May 2018
  • , Updated: 10 May 2018, 10:42 AM IST

ସାଧାରଣତଃ ଘରମାନଙ୍କରେ ଅଟା ଗୋଳା ବଳି ପଡ଼ିଲେ ଏହାକୁ ନଷ୍ଟ ନ କରି ଫ୍ରିଜ୍‌ରେ ରଖି ଦେଇଥାନ୍ତି। ପରଦିନ ଏହାକୁ ରୁଟି ତିଆରି କରି ଖାଆନ୍ତି। କିନ୍ତୁ ଜାଣିଛନ୍ତି କି ଏହି ଅଭ୍ୟାସ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଭାରି ପଡ଼ିପାରେ। ଏହା ଆମ ଶରୀର ପାଇଁ କ୍ଷତିକାରକ। ତାହାହେଲେ ଆସନ୍ତୁ ଜାଣନ୍ତୁ ଅଟା ଗୁଳା ଫ୍ରିଜରେ ରଖି ଖାଇଲେ କ’ଣ କ୍ଷତି ହୋଇଥାଏ।

ବୈଜ୍ଞାନିକ କାରଣ- ବୈଜ୍ଞାନିକ ମତ ଅନୁସାରେ ଅଟା ଗୁଳାକୁ ଫ୍ରିଜରେ ରଖିବା ଉଚିତ ନୁହେଁ। ଏହାକୁ  ସଙ୍ଗେ ସଙ୍ଗେ କରି ଖାଇଦେବା ଉଚିତ। ଫ୍ରିଜରେ ଅଟା ଗୁଳା ରଖିଲେ ରାସାୟନିକ ପରିବର୍ତ୍ତନ ହୋଇଥାଏ। ଯାହା ଶରୀର ପାଇଁ କ୍ଷତିକାରକ।

ଅଟା ଗୁଳାକୁ ଫ୍ରିଜରେ ରଖିଲେ  ଫ୍ରିଜର ହାନିକାରକ କିରଣ ଏହା ଉପରେ ପଡ଼ିଥାଏ। ଏଥିରୁ  ତିଆରି ରୁଟି ଖାଇଲେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ।

ଆୟୁର୍ବେଦିକ କାରଣ- ଏହି ବିଷୟରେ ମଧ୍ୟ ଆୟୁର୍ବେଦିକ ବିଶେଷଜ୍ଞମାନେ ବିଭିନ୍ନ ତଥ୍ୟ ଦେଇଛନ୍ତି। ସେମାନେ ସ୍ପଷ୍ଟ କରିଛନ୍ତ ଯେ  ଫ୍ରିଜ୍‌ରେ ଅଟା ଗୁଳା ରଖିବା ଉଚିତ ନୁହେଁ।  ନଗଦ ଅଟା ଗୁଳାରେ ରୁଟି ତିଆରି ଖାଇଲେ ଅଧିକ ସ୍ୱାଦ ଲାଗିଥାଏ କିନ୍ତୁ ବାସି ଅଟାର ରୁଟି ତିଆରି କରି  ଖାଇଲେ  ସ୍ୱାଦୁ ଲାଗି ନ ଥାଏ।

ଧାର୍ମିକ କାରଣ- ଫ୍ରିଜ୍‌ରେ ଅଟା ଗୁଳା ରଖିବା ନେଇ ଶାସ୍ତ୍ରରେ ମତ ଦିଆଯାଇଛି।  ବାସି ଖାଦ୍ୟ ଭୁତ ପ୍ରେତଙ୍କ  ଭୋଜନ।  ଅଟା ଗୁଳାକୁ ଫ୍ରିଜରେ ରଖିବା ପିଣ୍ଡ  ସହ ସମାନ ହୋଇଥାଏ। ଏହି ପିଣ୍ଡ ପାଇବା  ପାଇଁ ଘରକୁ  ଭୂତ ପ୍ରେତ ଆସିବା ଆରମ୍ଭ ହୋଇଯାଇଥାଏ। ଯେଉଁ ପରିବାରରେ ଅଟା ଗୁଳାକୁ ଫ୍ରିଜରେ ରଖି ଖାଇଥାନ୍ତି, ସେମାନଙ୍କୁ ବିଭିନ୍ନ ପ୍ରକାର ରୋଗ  ହୋଇଥାଏ।

 

 

Related story