ଏହିସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ ଶରୀରରେ କେଉଁ କେଉଁ ଭିଟାମିନ୍‌ର ଅଭାବ ଅଛି

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଭିନ୍ନ ଭିନ୍ନ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଏଥିରେ ଭିଟାମିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭିଟାମିନ ଏକପ୍ରକାରର ଅର୍ଗାନିକ୍ କମ୍ପାଉଣ୍ଡ, ଯାହା ଶରୀରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ। ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ, ସବୁପ୍ରକାର ଭିଟାମିନ୍‌ର ଆବଶ୍ୟକତା ପଡ଼ିଥାଏ, ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ। କିଛି କିଛି ଭିଟାମିନ୍‌ ଅଭାବ ହେଲେ, ଆମେ ରୋଗରେ ପଡ଼ିଥାଉ। ଡାକ୍ତର ପରାମର୍ଶ ନକଲେ, ଏସବୁ ବିଷୟରେ ଜାଣିବା […]

VITAMINE copy

VITAMINE copy

Rakesh Mallick
  • Published: Saturday, 07 July 2018
  • Updated: 07 July 2018, 05:35 PM IST

Sports

Latest News

ଶରୀରକୁ ସୁସ୍ଥ ରଖିବା ପାଇଁ ଆମକୁ ଭିନ୍ନ ଭିନ୍ନ ପୋଷକତତ୍ତ୍ୱର ଆବଶ୍ୟକତା ରହିଛି। ଏଥିରେ ଭିଟାମିନର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭିଟାମିନ ଏକପ୍ରକାରର ଅର୍ଗାନିକ୍ କମ୍ପାଉଣ୍ଡ, ଯାହା ଶରୀରକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ। ଶରୀରର ପ୍ରତ୍ୟେକ ଭାଗ ପ୍ରଭାବଶାଳୀ ଢଙ୍ଗରେ କାର୍ଯ୍ୟ କରିବା ପାଇଁ, ସବୁପ୍ରକାର ଭିଟାମିନ୍‌ର ଆବଶ୍ୟକତା ପଡ଼ିଥାଏ, ଯାହା ଆମକୁ ଖାଦ୍ୟରୁ ହିଁ ମିଳିଥାଏ। କିଛି କିଛି ଭିଟାମିନ୍‌ ଅଭାବ ହେଲେ, ଆମେ ରୋଗରେ ପଡ଼ିଥାଉ। ଡାକ୍ତର ପରାମର୍ଶ ନକଲେ, ଏସବୁ ବିଷୟରେ ଜାଣିବା ସମ୍ଭବ ନୁହେଁ। ତେବେ ଏମିତି କିଛି ଲକ୍ଷଣ ଅଛି, ଯାହାକୁ ଲକ୍ଷ୍ୟ କଲେ ଆପଣ ସହଜରେ ଜାଣିପାରିବେ ଶରୀରରେ କେଉଁ କେଉଁ ଭିଟାମିନ୍‌ର ଅଭାବ ରହିଛି। ଆସନ୍ତୁ ଜାଣିବା କ’ଣ ସେ ଲକ୍ଷ୍ୟଣ।

୧) ଗୋଡ଼ର ମାଂସପେଶୀ ଟାଣ ହୋଇଯିବା- କ୍ୟାଲସିୟମ୍‌ ଓ ପୋଟାସିୟମ୍‌ ଅଭାବରୁ ବାରମ୍ବାର ଗୋଡ଼ର ମାଂସପେଶୀ ଟାଣି ହୋଇଥାଏ। ଫଳରେ କଷ୍ଟ ଅନୁଭବ ହୋଇଥାଏ। ତେଣୁ କ୍ୟାଲସିୟମ୍ ଓ ପୋଟାସିୟମ୍‌ର ଅଭାବ ଦୂର କରିବା ପାଇଁ  କଦଳୀ, ବାଦାମ୍‌, କଖାରୁ, ସେଓ ଏବଂ ସବୁଜ ପନିପରିବା ଖାଆନ୍ତୁ।

୨) ଓଠ ଫାଟିବା- ଆଇରନ୍, ଜିଙ୍କ୍ ଓ ଭିଟାମିନ୍ B-12ର ଅଭାବ ଯୋଗୁଁ ଓଠର ଧାରଗୁଡ଼ିକ ଫାଟିଥାଏ। ଯଦି ଆପଣଙ୍କଠାରେ ଏହି ସମସ୍ୟା ଦେଖାଦେଉଛି ତେବେ ତୁରନ୍ତ ସାବଧାନ ହୋଇଯାଆନ୍ତୁ। ନିଜ ଖାଦ୍ୟମେନୁରେ ଶିମଲା ଲଙ୍କା, ବନ୍ଧାକୋବି, ଚିନା ବାଦାମ ଓ ଭିନ୍ନ ଭିନ୍ନ ପ୍ରକାର ଡାଲି ସାମିଲ କରନ୍ତୁ।

୩) ଚେହେରା ଖରାପ ହେବା- ଭିଟାମିନ୍‌ ‘ଏ’ ଓ ‘ସି’ ଅଭାବରୁ ଚେହେରା ଖରାପ ହେବାକୁ ଲାଗେ। ତ୍ୱଚା ରୁକ୍ଷ ହୋଇଯାଏ ଓ ମୁହଁ ସାରା ଛୋଟ ଛୋଟ ନାଲି ଦାନା ଭଳି ଉଠିଥାଏ। ଯଦି ଆପଣଙ୍କ ତ୍ୱଚାରେ ବି ଏଭଳି ସମସ୍ୟା ଦେଖାଦେଉଛି  ତେବେ ଖାଦ୍ୟରେ ସିଝା ଅଣ୍ଡା, ବନ୍ଧା କୋବି, ବାଦାମ, କମଳା ଓ କଦଳୀ ସାମିଲ କରନ୍ତୁ।

୪) ଥକାପଣ ଓ ମୁଣ୍ଡ ବିନ୍ଧା- ଭିଟାମିନ୍‌ ‘ବି’ ଓ ମ୍ୟାଗ୍ନେସିୟମର ଅଭାବରୁ ଥକାପଣ ଓ ମୁଣ୍ଡ ବିନ୍ଧା ପରି ସମସ୍ୟା ଦେଖାଦେଇଥାଏ। ଏହି କାରଣରୁ ଭୋକ ମଧ୍ୟ ଲାଗି ନଥାଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି, ତେବେ ଶରୀରରେ ମ୍ୟାଗ୍ନେସିୟମର ଅଭାବ ଦୂର କରିବା ପାଇଁ  ପ୍ରତିଦିନ ଗୋଟିଏ କଦଳୀ ଖାଆନ୍ତୁ। ଏହା ବ୍ୟତୀତ ବିନସ୍, ପାଳଙ୍ଗ ଶାଗ ଓ ବାଦାମକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ।

୫) ହାତ ଗୋଡ଼ ଥଣ୍ଡା ହେବା- ଭିଟାମିନ B-6, B-9 ଓ B-12 ଅଭାବ ହେଲେ ଆମ ସ୍ନାୟୁଗୁଡ଼ିକ ଉପରେ ପ୍ରଭାବ ପଡ଼େ। ଫଳରେ ଆମ ହାତ ଗୋଡ଼ ଥଣ୍ଡା ହୋଇଯାଏ। ଏଭଳି ସମସ୍ୟା ଦେଖାଦେଲେ ପାଳଙ୍ଗ, ଅଣ୍ଡା, ବିନସ୍‌ ଓ ବିଟ୍‌ ଖାଆନ୍ତୁ। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ ‘ବି’ ଥାଏ।

୬) ଚୁଟି ଝଡ଼ିବା- ଯଦି ଆପଣଙ୍କର ଅତ୍ୟଧିକ ଚୁଟି ଝଡ଼ୁଛି ଓ ଚୁଟିରେ ଚମକ ଆସୁନାହିଁ ତେବେ ଏହା ଆପଣଙ୍କ ଶରୀରରେ ଭିଟାମିନ୍ B-7, ଜିଙ୍କ ଓ ପ୍ରୋଟିନ୍‌ର ଅଭାବ ଥିବା ସଂକେତ। ଏହି ଅଭାବକୁ ଦୂର କରିବା ଲାଗି ଅଣ୍ଡା, ଡାଲି, ଚଣା, ବାଦାମ ଓ କଖାରୁ ମଞ୍ଜି ଖାଆନ୍ତୁ।

୭) ଓଜନ ହ୍ରାସ ହେବା- ବିନା କାରଣରେ ଯଦି ଆପଣଙ୍କର ଓଜନ ହ୍ରାସ ହେଉଛି ତେବେ ଏହା ଭିଟାମିନ୍‌ ‘ଡି’ର ଅଭାବ ଯୋଗୁ ହେଉଛି ବୋଲି ଜାଣନ୍ତୁ। ଏହି ଅଭାବକୁ ଦୂର କରିବା ପାଇଁ ମାଛ, ଅଣ୍ଡା, ଲହୁଣୀ ଓ ଛତୁକୁ ଖାଆନ୍ତୁ । ଏହା ବ୍ୟତୀତ ସୂର୍ଯ୍ୟ କିରଣରେ ଭିଟାମିନ୍‌ ‘ଡି’ ଥାଏ। ତେଣୁ ସକାଳର ସୂର୍ଯ୍ୟ କିରଣରେ କିଛି ସମୟ ବସନ୍ତୁ ବା ବୁଲନ୍ତୁ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos