ଶିଳ୍ପନୀତି-୨୦୧୫କୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ: ୭୦ ହଜାର ଏକରର ‘ଲ୍ୟାଣ୍ଡ୍ ବ୍ୟାଙ୍କ୍’ ସୃଷ୍ଟି କରାଯିବ

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫କୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ନିମନ୍ତେ ସାରା ବିଶ୍ୱର ପୁଞ୍ଜି ନିବେଶକମାନଙ୍କର ଓଡ଼ିଶା ଯେପରି ପ୍ରଥମ ପସନ୍ଦ ହେବ ସେହି ଆଭିମୁଖ୍ୟ ନେଇ ଏହି ନୂଆ ଶିଳ୍ପନୀତି ପ୍ରଣୟନ କରାଯାଇଛି।  ମୂଲ୍ୟଯୁକ୍ତ ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ଆୟ କ୍ଷେତ୍ରରେ ଅଭିବୃଦ୍ଧି ଏହି ଶିଳ୍ପନୀତିର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ଅବସରରେ ନୂଆ ମୋବାଇଲ୍ ଆପ୍ଲିକେସନ୍, ଇନଭେଷ୍ଟମେଣ୍ଟ ପ୍ରମୋସନ ଏବଂ ଶିଳ୍ପ ନିମନ୍ତେ ଜମିଜମା […]

industriaact

industriaact

Rakesh Mallick
  • Published: Thursday, 03 September 2015
  • Updated: 04 September 2015, 03:02 AM IST

Sports

Latest News

[caption id="attachment_29188" align="alignleft" width="300"]industriaact ଶିଳ୍ପନୀତି-୨୦୧୫ ଘୋଷଣା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ[/caption]

ଭୁବନେଶ୍ୱର: ଶିଳ୍ପନୀତି-୨୦୧୫କୁ ଆଜି ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦ୍ରୁତ ଶିଳ୍ପାୟନ ନିମନ୍ତେ ସାରା ବିଶ୍ୱର ପୁଞ୍ଜି ନିବେଶକମାନଙ୍କର ଓଡ଼ିଶା ଯେପରି ପ୍ରଥମ ପସନ୍ଦ ହେବ ସେହି ଆଭିମୁଖ୍ୟ ନେଇ ଏହି ନୂଆ ଶିଳ୍ପନୀତି ପ୍ରଣୟନ କରାଯାଇଛି।  ମୂଲ୍ୟଯୁକ୍ତ ଉତ୍ପାଦନ, ନିଯୁକ୍ତି ସୃଷ୍ଟି ଓ ରାଜସ୍ୱ ଆୟ କ୍ଷେତ୍ରରେ ଅଭିବୃଦ୍ଧି ଏହି ଶିଳ୍ପନୀତିର ଅନ୍ୟତମ ପ୍ରମୁଖ ଲକ୍ଷ୍ୟ ରହିଛି। ଏହି ଅବସରରେ ନୂଆ ମୋବାଇଲ୍ ଆପ୍ଲିକେସନ୍, ଇନଭେଷ୍ଟମେଣ୍ଟ ପ୍ରମୋସନ ଏବଂ ଶିଳ୍ପ ନିମନ୍ତେ ଜମିଜମା ସମ୍ପର୍କିତ ୱେବସାଇଟ୍ ଉଦଘାଟନ ହୋଇଛି। ଏତଦ ବ୍ୟତୀତ ସିଙ୍ଗାପୁରର ନ୍ୟାସନାଲ ୟୁନିଭର୍ସିଟି ସହିତ ସିଆଇଆଇର ରାଜିନାମା ମଧ୍ୟ ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି। କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରୀ ପ୍ରଦୀପ ଅମାତ, ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର, ମୁଖ୍ୟ ଶାସନ ସଚିବ, ଶିଳ୍ପ ବିଭାଗ ପ୍ରମୁଖ ସଚିବ ଏବଂ ଶିଳ୍ପଦ୍ୟୋଗୀମାନେ ଉପସ୍ଥିତ ଥିଲେ।

ଶିଳ୍ପନୀତି-୨୦୧୫ରେ ୨୧ଟି ଶିଳ୍ପକୁ ଗୁରୁତ୍ୱ ଦିଆଯାଇଛି। ସେହିପରି ୭୦ ହଜାର ଏକର ଜମିକୁ ନେଇ ସୃଷ୍ଟି କରାଯିବ ‘ଲ୍ୟାଣ୍ଡ୍ ବ୍ୟାଙ୍କ୍’। ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ୱିଣ୍ଡୋ ମଂଜୁରୀ ଦିଆଯିବ। ସେହିପରି ୧୫ ଦିନ ମଧ୍ୟରେ ଶିଳ୍ପ ପ୍ରତିଷ୍ଠାଗୁଡ଼ିକୁ ବିଦ୍ୟୁତ୍ ସଂଯୋଗ ଦିଆଯିବ। ନୂଆ ଶିଳ୍ପନୀତି ଅନୁଯାୟୀ ଏକ ଇଣ୍ଡଷ୍ଟ୍ରିଆଲ୍ ଇନଫ୍ରାଷ୍ଟକ୍ଚର ଡେଭେଲପମେଣ୍ଟ୍ ଫଣ୍ଡ୍ ଗଠନ କରାଯିବ। ଏଥିରେ ୧୦୦ କୋଟି ଟଙ୍କା ରଖାଯିବାର ବ୍ୟବସ୍ଥା ରହିଛି। ରାଜ୍ୟରେ ଏସଇଜେଡ୍ ପାଇଁ ସ୍ୱତନ୍ତ୍ର ନୀତି ପ୍ରଣୟନ କରାଯିବ। ସେହିପରି ୮ଟି ଶିଳ୍ପକୁ ପବ୍ଲିକ୍ ୟୁଟିଲିଟି ସର୍ଭିସର ମାନ୍ୟତା ଦିଆଯିବାକୁ ଏଥିରେ ବ୍ୟବସ୍ଥା କରାଯାଇଛି।

ଏହି ଶିଳ୍ପନୀତି ଆଗାମୀ ଦିନରେ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ବିଧାୟକ ଶଶୀଭୂଷଣ ବେହେରା। ଏହା ଦ୍ୱାରା ରାଜ୍ୟରେ ନିଯୁକ୍ତି ସୁଯୋଗ ବଢ଼ିବ ବୋଲି ସେ କହିଛନ୍ତି।

କଂଗ୍ରେସ ପକ୍ଷରୁ ସରକାରଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି। ତେବେ ଏହାର କାର୍ଯ୍ୟକାରୀତା ନେଇ ଦଳ ସନ୍ଦେହ ପ୍ରକାଶ କରିଛି। ଦଳୀୟ ନେତା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝି କହିଛନ୍ତି ଯେ ସରକାରଙ୍କ ନୂଆ ଶିଳ୍ପନୀତି ଘୋଷଣା ସ୍ୱାଗତଯୋଗ୍ୟ। ତେବେ ବହୁ  ବିଳମ୍ବରେ ସରକାରଙ୍କର ଏନେଇ ଚେତା ପଶିଲା। କିଛି ବଡ଼ କଂପାନୀ ଶିଳ୍ପ ପ୍ରତିଷ୍ଠା ନକରି ଫେରିଯିବା ପରେ ଓ ପୋସ୍କୋ ଭଳି ବଡ଼ ବଡ଼ କଂପାନୀ ରାଜ୍ୟରୁ ଫେରିଯିବାକୁ ବସିଥିବା ବେଳେ ସରକାରଙ୍କ ଚେତା ପଶିଛି ଓ ନୂଆ ଶିଳ୍ପନୀତି ପ୍ରସ୍ତୁତ କରିଛନ୍ତି। ତେବେ କେବଳ ରାଜ୍ୟରେ ପୁଞ୍ଜି ନିବେଶ ନେଇ କେବଳ ନୂଆ ମୋବାଇଲ୍ ଆପ୍ଲିକେସନ୍  ବା ୱେବସାଇଟ୍ ଖୋଲି ଦେଲେ ଶିଳ୍ପ ପ୍ରତିଷ୍ଠା ହୋଇଯିବ ନାହିଁ। ଏହାକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରିବା ଗୁରୁତ୍ୱପୂର୍ଣ୍ଣ।

ବିଶିଷ୍ଟ ଉଦ୍ୟୋଗପତି ତାରା ପଟ୍ଟନାୟକ କହିଛନ୍ତି ଯେ ଶିଳ୍ପନୀତି-୨୦୧୫ ଭଲ ହୋଇଛି। କିନ୍ତୁ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେବା ଦରକାର। ସମସ୍ତେ ଇଣ୍ଡଷ୍ଟ୍ରି ଫ୍ରେଣ୍ଡଲି ହେବା ଉଚିତ୍। ତେଣୁ ଏହି ନୂଆ ନୀତି ନେଇ ସରକାର ତୃଣମୂଳ ସ୍ତରରୁ ଅଧିକାରୀମାନଙ୍କୁ କର୍ମଶାଳା ମାଧ୍ୟମରେ ସଚେତନ କରାଇବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos