ସିମି ଆତଙ୍କୀ ଗିରଫ ଘଟଣା: ସଲିକକୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଏଟିଏସ୍‌କୁ ଅନୁମତି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଗିରଫ ୫ ଆତଙ୍କୀଙ୍କ ମଧ୍ୟରୁ ମହମ୍ମଦ ସଲିକକୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଏଟିଏସ୍‌କୁ ଅନୁମତି ମିଳିଛି। ତାକୁ ମଧ୍ୟପ୍ରଦେଶ ଏଟିଏସ୍ ୧୫ ଦିନ ପାଇଁ ରିମାଣ୍ଡରେ ନେବ। ଆଜି ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି। ପୂର୍ବରୁ ୩ ସିମି ଆତଙ୍କୀ- ଅମଜାଦ୍ ଖାନ୍, ଜାକିର ହୁସେନ୍ ଓ ଶେଖ ମେହମୁଦ୍‌କୁ ରିମାଣ୍ଡରେ ନେଇଛି ଏନ୍‌ଆଇଏ। ଏହି ତିନି ଜଣଙ୍କୁ ଏନ୍‌ଆଇଏ ୧୫ ଦିନିଆ ରିମାଣ୍ଡରେ ନେଇଛି। ଗତ ୧୬ […]

sim terrorist

Rakesh Mallick
  • Published: Thursday, 10 March 2016
  • , Updated: 10 March 2016, 11:46 AM IST

[caption id="attachment_73012" align="alignleft" width="300"] ବାମରୁ ତୃତୀୟରେ ମହମ୍ମଦ ସଲିକ[/caption]

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରୁ ଗିରଫ ୫ ଆତଙ୍କୀଙ୍କ ମଧ୍ୟରୁ ମହମ୍ମଦ ସଲିକକୁ ରିମାଣ୍ଡରେ ନେବାକୁ ମଧ୍ୟପ୍ରଦେଶ ଏଟିଏସ୍‌କୁ ଅନୁମତି ମିଳିଛି। ତାକୁ ମଧ୍ୟପ୍ରଦେଶ ଏଟିଏସ୍ ୧୫ ଦିନ ପାଇଁ ରିମାଣ୍ଡରେ ନେବ। ଆଜି ରାଉରକେଲା ଏସ୍‌ଡିଜେଏମ୍‌ କୋର୍ଟ ଏହି ଅନୁମତି ପ୍ରଦାନ କରିଛନ୍ତି।

ପୂର୍ବରୁ ୩ ସିମି ଆତଙ୍କୀ- ଅମଜାଦ୍ ଖାନ୍, ଜାକିର ହୁସେନ୍ ଓ ଶେଖ ମେହମୁଦ୍‌କୁ ରିମାଣ୍ଡରେ ନେଇଛି ଏନ୍‌ଆଇଏ। ଏହି ତିନି ଜଣଙ୍କୁ ଏନ୍‌ଆଇଏ ୧୫ ଦିନିଆ ରିମାଣ୍ଡରେ ନେଇଛି।

ଗତ ୧୬ ତାରିଖରେ ରାଉରକେଲାରୁ ଗିରଫ ହେବା ପରେ ଏହି ୫ ଆତଙ୍କବାଦୀଙ୍କୁ ଓଡ଼ିଶା କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍‌ ପକ୍ଷରୁ ଜେରା କରାଯାଇଥିଲା। ଜେରା ସମୟରେ ଓଡ଼ିଶାରେ ଏମାନଙ୍କ ରହଣି, ଗତିବିଧି ଓ କାର୍ଯ୍ୟକଳାପ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏସଟିଏଫ୍ ହାସଲ କରିଛି।

ରାଉରକେଲା ସମେତ ଭଦ୍ରକରେ ମଧ୍ୟ ଏହି ଆତଙ୍କବାଦୀମାନେ ଘର ଭଡା ନେଇ ନେଇଥିଲେ। ଏସ୍‌ଟିଏଫ୍‌ ଟିମ୍‌ ଉଭୟ ରାଉରକେଲା ଓ ଭଦ୍ରକରେ ଏମାନଙ୍କୁ ଭଡା ଦେଇଥିବା ଘର ମାଲିକଙ୍କୁ ଆଣି ପଚରାଉଚରା କରିଥିଲା।

Related story