ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣ୍ଡପଡ଼ା ବ୍ଲକ୍ ଚେୟାରମ୍ୟାନ୍‌ ଶିଶିର ସାହୁ ଗିରଫ

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଖଣ୍ଡପଡା ବ୍ଲକ୍‌ ଚେୟାରମ୍ୟାନ୍‌ ଶିଶିର ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଶିଶିରଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ  ଚଢାଉ କରି ଭିଜିଲାନ୍ସ ୮ କୋଟି ୨୭ ଲକ୍ଷ ଟଙ୍କାର ଠାବ କରିଥିଲା। ଭୁବନେଶ୍ୱରରେ ତିନୋଟି ତ୍ରିତଳ ପ୍ରସାଦ, ତିନୋଟି ଦାମୀ କାର୍ ସାଙ୍ଗକୁ ନଗଦ ଟଙ୍କା ଜମି ଓ ସୁନା ଅଳଙ୍କାର ରହିଥିଲା। ପଟିଆ ଅଞ୍ଚଳରେ ଶିଶିରଙ୍କର ମାର୍ବଲ ବିଜ୍‌ନେସ୍‌, ଶୁଭଶ୍ରୀ […]

vigilace

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 02:06 PM IST

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ  ଖଣ୍ଡପଡା ବ୍ଲକ୍‌ ଚେୟାରମ୍ୟାନ୍‌ ଶିଶିର ସାହୁଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ଶିଶିରଙ୍କ ବାସଭବନ ସମେତ ୧୦ଟି ସ୍ଥାନରେ  ଚଢାଉ କରି ଭିଜିଲାନ୍ସ ୮ କୋଟି ୨୭ ଲକ୍ଷ ଟଙ୍କାର ଠାବ କରିଥିଲା। ଭୁବନେଶ୍ୱରରେ ତିନୋଟି ତ୍ରିତଳ ପ୍ରସାଦ, ତିନୋଟି ଦାମୀ କାର୍ ସାଙ୍ଗକୁ ନଗଦ ଟଙ୍କା ଜମି ଓ ସୁନା ଅଳଙ୍କାର ରହିଥିଲା। ପଟିଆ ଅଞ୍ଚଳରେ ଶିଶିରଙ୍କର ମାର୍ବଲ ବିଜ୍‌ନେସ୍‌, ଶୁଭଶ୍ରୀ ହୋମ୍ ପ୍ରାଇଭେଟ୍‌ ନାଁରେ ଏକ କନ୍‌ଷ୍ଟ୍ରକସନ୍‌ ସୁରାକ୍ ପାଇଥିଲା। ଠାବ ହୋଇଥିବା  ୮କୋଟି ୨୭ ଲକ୍ଷ ଟଙ୍କା ସମ୍ପତ୍ତିରୁ ୫ କୋଟି ୧୯ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବାର ଭିଜିଲାନ୍ସ ପ୍ରମାଣ ପାଇଥିଲା।

ବ୍ଲକ୍ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭ୍ୟ ଥିବା ସମୟରେ ଶିଶିର ତାଙ୍କ ପଦବୀର ଅପବ୍ୟବହାର କରି ଏସବୁ ସମ୍ପତ୍ତି ଠୁଳ କରିଥିବାର ପ୍ରମାଣ ପାଇବା ପରେ ଭିଜିଲାନ୍ସ  ତାଙ୍କୁ ଗତକାଲି ହେପାଜତକୁ ନେଇଥିଲା।

Related story