ଶିଶୁ ଭବନ ଶିଶୁମୃତ୍ୟୁ ସଂଖ୍ୟା ୫୯, ଶିଶୁଭବନର ୬ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

କଟକ: ଆଜି ଶିଶୁ ଭବନରେ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଶିଶୁ ଭବନରେ ଶିଶୁମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି । ଆଜି ପୁରୀ, ଖୋର୍ଦ୍ଧା, ଖଣ୍ଡଗିରି, ଚଣ୍ଡିଖୋଲ ଓ ସିଡିଏ ଅଞ୍ଚଳର ୫ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ସେପଟେ ଶିଶୁମୃତ୍ୟୁ ଘଟଣାରେ ଶିଶୁ ଭବନରେ ୬ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଶିଶୁ ଭବନ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇଜଣ […]

ctc

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 04:01 PM IST

କଟକ: ଆଜି ଶିଶୁ ଭବନରେ ୫ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ଶିଶୁ ଭବନରେ ଶିଶୁମୃତ୍ୟୁ ସଂଖ୍ୟା ୫୯ରେ ପହଞ୍ଚିଛି । ଆଜି ପୁରୀ, ଖୋର୍ଦ୍ଧା, ଖଣ୍ଡଗିରି, ଚଣ୍ଡିଖୋଲ ଓ ସିଡିଏ ଅଞ୍ଚଳର ୫ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି । ସେପଟେ ଶିଶୁମୃତ୍ୟୁ ଘଟଣାରେ ଶିଶୁ ଭବନରେ ୬ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବିଭାଗୀୟ ତଦନ୍ତ ପରେ ଶିଶୁ ଭବନ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଦୁଇଜଣ ଷ୍ଟାଫ ନର୍ସ ଓ ୩ଜଣ ଆଟେନାଣ୍ଟ ନିଲମ୍ବନ କରାଯାଇଛି । ସେହିପରି ଅନ୍ୟ ଦୁଇ ଷ୍ଟାଫନର୍ସଙ୍କୁ ଶିଶୁ ଭବନରୁ ଅନ୍ୟତ୍ର ବଦଳି କରାଯାଇଛି । ୩ଜଣ ଆଟେନାଣ୍ଟଙ୍କ ନାମରେ ମାମଲା ରୁଜୁ କରାଯାଇଛି । ଚିକିତ୍ସା ସୁବିଧା ଲାଗି ଶିଶୁ ଭବନରେ ୭ଜଣ ବରିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷେ ଶିଶୁଭବନରେ ତଦନ୍ତ କରିଥିବା କେନ୍ଦ୍ରୀୟ ଟିମ ତାର ରିପୋର୍ଟ ପ୍ରଦାନ କରିଛି । ରିପୋର୍ଟରେ ଶିଶୁଭବନରେ ବଢି ଚାଲିଥିବା ଶିଶୁମୃତ୍ୟୁ ପାଇଁ ଭିତ୍ତିଭୂମି ଓ ଷ୍ଟାଫ୍ ଅଭାବକୁ ମୁଖ୍ୟତଃ ଦାୟୀ କରିଛି କେନ୍ଦ୍ରୀୟ ଟିମ୍। କେନ୍ଦ୍ରୀୟ ଟିମ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଦେଇଥିବା ରିପୋର୍ଟରେ ସଂକ୍ରମଣ ରୋକିବା ଲାଗି ବ୍ୟବସ୍ଥା ଓ ଆଇସିୟୁରେ ଶଯ୍ୟା ଅଭାବ ଥିବା ଦର୍ଶାଇଛି। ଆଜି ଦିଲ୍ଲୀରୁ ଏକ ୬ ଜଣିଆ ଶିଶୁରୋଗ ବିଶେଷଜ୍ଞ ଦଳ କଟକରେ ପହଞ୍ଚିଛନ୍ତି।

ଶିଶୁ ଭବନରେ ଉଦବେଗଜନକ ଭାବେ ଶିଶୁମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ସମ୍ପର୍କରେ କଟକ ଆସିଥିବା ୭ ଜଣିଆ କେନ୍ଦ୍ରୀୟ ଟିମ୍ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିଛି। ଏକ ଇଂରାଜୀ ଦୈନିକରେ ପ୍ରକାଶ ପାଇଥିବା ଖବର ଅନୁୟାୟୀ, ରିପୋର୍ଟରେ ଶିଶୁମୃତ୍ୟୁ ପାଇଁ ଭିତ୍ତିଭୂମିର ଅଭାବ, କମ୍ ସଂଖ୍ୟକ ଷ୍ଟାଫ୍ ଓ ପରିମଳ ବ୍ୟବସ୍ଥାକୁ ଦାୟୀ କରାଯାଇଛି। ହସ୍ପିଟାଲରେ ସଂକ୍ରମଣ ରୋକିବା ଲାଗି ଆବଶ୍ୟକ ବ୍ୟବସ୍ଥାର ଅଭାବଥିବା ରିପୋର୍ଟରେ କୁହାଯାଇଛି। ସେହିପରି ହସ୍ପିଟାଲରେ ଉଚ୍ଚମାନର ଆଣ୍ଟିବାୟୋଟିକ୍ସ ଓ ଜୀବନ ରକ୍ଷାକାରୀ ଔଷଧ, ଇନ୍ଫ୍ୟୁଜନ ପମ୍ପ, ପଲ୍ସ ଅକ୍ଜିମିଟର ଭଳି ଆବଶ୍ୟକ ଯନ୍ତ୍ରାଂଶର ଅଭାବ ଥିବା ଉଲ୍ଲେଖ କରାଯାଇଛି। ରିପୋର୍ଟରେ ଆହୁରି କୁହାଯାଇଛି ଯେ, କେବଳ ୪୦ ପ୍ରତିଶତ ଶିଶୁଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଅଧିକାଂଶ କ୍ଷେତ୍ରରେ ଶଯ୍ୟା ଅଭାବ ଓ ଅନ୍ୟ କାରଣରୁ ରୋଗୀକୁ ଆଡମିଟ୍ କରିବାରେ ୪ରୁ ୫ ଘଣ୍ଟା ବିଳମ୍ୱ ହୋଇଥିଲା। ଯଦିଓ ଚିକିତ୍ସା ପ୍ରଣାଳୀ ଠିକ୍ ଥିଲା ତେବେ ଡାକ୍ତର ଓ ନର୍ସଙ୍କ ଦ୍ୱାରା ରୋଗୀଙ୍କ ଯେଭଳି ନିରୀକ୍ଷଣ ହେବା କଥା ତାହା ହୋଇ ନ ଥିବା କୁହାଯାଇଛି। ସେହିପରି ଡାକ୍ତର ରୋଗୀଙ୍କୁ ପରୀକ୍ଷା କରିଥିଲେ ମଧ୍ୟ କେଉଁ ଚିକିତ୍ସା ଲାଗି ପରାମର୍ଶ ଦେଇଥିଲେ ତାହା ରୋଗୀଙ୍କ କେସ୍ ସିଟରେ ଉଲ୍ଲେଖ ନ ଥିଲା। ସେହିପରି ଅଧିକାଂଶ କ୍ଷେତ୍ରରେ ରୋଗୀଙ୍କ ବିଭିନ୍ନ ଟେଷ୍ଟର ରିପୋର୍ଟ ମଧ୍ୟ ସନ୍ତୋଷଜନକ ନ ଥିବା କୁହାଯାଇଛି। ରିପୋର୍ଟ ଆସିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟ ସରକାର ଚାହିଁଲେ କେନ୍ଦ୍ର ସବୁ ପ୍ରକାର ସହାୟତା ଯୋଗଇ ଦିଆଯିବ । ସେପଟେ ଦିଲ୍ଲୀରୁ ଏକ ୬ ଜଣିଆ ଶିଶୁରୋଗ ବିଶେଷଜ୍ଞଙ୍କ ଟିମ୍ ଆଜି ଶିଶୁ ଭବନରେ ପହଞ୍ଚିଛନ୍ତି। ଏହି ଟିମ୍ ଏଠାରେ ୧୫ ଦିନ ଧରି ରହିବା ସହ ସ୍ୱାସ୍ଥ୍ୟସେବାର ସହଯୋଗ କରିବେ।

Related story