୫୪ରେ ପହଞ୍ଚିଲା ଶିଶୁ ମୃତ୍ୟୁସଂଖ୍ୟା: ଚିକିତ୍ସା ସାହାଯ୍ୟ ପାଇଁ ଓଡ଼ିଶା ଆସିବେ କେନ୍ଦ୍ରୀୟ ସ୍ୱତନ୍ତ୍ର ଶିଶୁ ବିଶେଷଜ୍ଞ ଦଳ

କଟକ: ଶିଶୁ ଭବନରେ ୧୨ ଦିନରେ ୫୪ ଶିଶୁଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଶିଶୁ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ପରେ କଟକ ଶିଶୁଭବନରେ ଚିକିତ୍ସା ସୁବିଧାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥିତି ସୁଧୁରିବା ଯାଏଁ, ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଏଠାରେ ରହି ମନିଟରିଂ କରନ୍ତୁ ବୋଲି ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ସେପଟେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି। କଟକସ୍ଥିତ ଶିଶୁଭବନରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା […]

ctc

ctc

Rakesh Mallick
  • Published: Monday, 31 August 2015
  • Updated: 31 August 2015, 06:25 PM IST

Sports

Latest News

କଟକ: ଶିଶୁ ଭବନରେ ୧୨ ଦିନରେ ୫୪ ଶିଶୁଙ୍କ ମୃତ୍ୟୁ ହୋଇଛି । କ୍ରମାଗତ ଶିଶୁ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ପରେ କଟକ ଶିଶୁଭବନରେ ଚିକିତ୍ସା ସୁବିଧାକୁ ନେଇ ପ୍ରଶ୍ନ ଉଠିଛି। ସ୍ଥିତି ସୁଧୁରିବା ଯାଏଁ, ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ ଏଠାରେ ରହି ମନିଟରିଂ କରନ୍ତୁ ବୋଲି ରୋଗୀଙ୍କ ସମ୍ପର୍କୀୟ ଦାବି କରିଛନ୍ତି। ସେପଟେ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ହସ୍ପିଟାଲ ଦାୟିତ୍ୱ ଦେବା ପାଇଁ ନିଷ୍ପତ୍ତି ହୋଇଛି। କଟକସ୍ଥିତ ଶିଶୁଭବନରେ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ଲାଗି କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ଶିଶୁରୋଗ ବିଶେଷଜ୍ଞ ଦଳ ଓଡ଼ିଶା ଆସିବେ। ସେମାନେ ଶିଶୁ ଭବନର ଡାକ୍ତରମାନଙ୍କୁ ଉନ୍ନତ ଚିକିତ୍ସା ଯୋଗାଇବାରେ ସାହାଯ୍ୟ କରିବା ସହ କେଉଁ କାରଣରୁ ଶିଶୁଭବନରେ ଶିଶୁମାନେ ମୃତ୍ୟୁମୁଖରେ ପଡୁଛନ୍ତି ତାହା ଅନୁଧ୍ୟାନ କରିବେ। ଏହାଛଡା ଫଳପ୍ରଦ ଚିକିତ୍ସା ପାଇଁ ତ୍ୱରିତ ଏବଂ ଦୀର୍ଘମିଆଦି ପଦକ୍ଷେପ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ। ଭବିଷ୍ୟତରେ ଯେପରି ଏଭଳି ଶିଶୁମୃତ୍ୟୁ ଘଟଣା ନ ଘଟେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁପାରିଶ କରିବେ।

କେଉଁ କାରଣରୁ କଟକ ଶିଶୁ ଭବନରେ ଏତେ ସଂଖ୍ୟଙ୍କ ଶିଶୁଙ୍କର ମୃତ୍ୟୁ ଘଟୁଛି? ଏହା ସ୍ୱାଭାବିକ ମୃତ୍ୟୁ ନା ସଂକ୍ରମଣ ଜନିତ? ହସ୍ପିଟାଲରେ ଚିକିତ୍ସାରେ ଅବହେଳା କରାଯାଇଛି କି? ଏସବୁ ପ୍ରଶ୍ନର ଉତ୍ତର ଏଯାଏଁ ମିଳିପାରିନାହିଁ । ଅନ୍ୟପକ୍ଷେ ଶିଶୁଭବନ ଉପରୁ ଲୋକଙ୍କ ଭରସା ତୁଟିବାର ଲାଗିଛି। ଏଠାକୁ ଆସୁଥିବା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସ୍ଥିତି ଖରାପ ହୋଇପଡିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନିଜେ କାହିଁକି ଏଠାରେ ରହି ସ୍ଥିତି ଅନୁଧ୍ୟାନ କରୁନାହାନ୍ତି ବୋଲି ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

ସେପଟେ ଶିଶୁଭବନରେ ଚିକିତ୍ସା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଏଣିକି ଏଠାରେ ୨୪ ଘଣ୍ଟିଆ ଡାକ୍ତର ସେବା ଉପଲବ୍ଧ ହେବ। ସମସ୍ତ ପ୍ରକାର ପରୀକ୍ଷା ହସ୍ପିଟାଲ ପରିସରରେ କରାଯିବ। ରୋଗୀଙ୍କୁ ମାଗଣାରେ ଔଷଧ ଯୋଗାଇ ଦିଆଯିବ। ଶିଶୁଭବନ ପରିଚାଳନା ଦାୟିତ୍ୱ ଜଣେ ପ୍ରଶାସନିକ ଅଧିକାରୀଙ୍କୁ ଦେବା ପାଇଁ ନିଷ୍ପତ୍ତି ହୋଇଥିବା କଟକ ଶିଶୁ ଭବନ ଅଧୀକ୍ଷକ ଡା. ନିରଞ୍ଜନ ମହାନ୍ତି କହିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଟିମ୍ ସମେତ ରାଜ୍ୟସ୍ତରର ଅନେକ ଟିମ୍ ଶିଶୁ ଭବନ ଆସି ଘଟଣାର ଅନୁଧ୍ୟାନ କରିଛନ୍ତି।  ତଦନ୍ତ ରିପୋର୍ଟ ଆସିବା ପରେ ଶିଶୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

ଶିଶୁମୃତ୍ୟୁ ଘଟଣା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ଏସ‌ସିବି ମେଡିକାଲ କଲେଜ ହସ୍ପିଟାଲର ଉନ୍ନତିକରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ଶିଶୁ ମୃତ୍ୟୁ ଘଟଣା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ କଟକ ଶିଶୁଭବନ ପରିଦର୍ଶନରେ ଆସିଥିଲେ।

ସେହିପରି କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କେନ୍ଦ୍ରୀୟ ଦଳ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ସହିତ ଶିଶୁମୃତ୍ୟୁ ଘଟଣାର ସମୀକ୍ଷା କରିଥିଲେ। ଆଇସିୟୁ ଓ ବିଭିନ୍ନ ୱାର୍ଡରେ ବୁଲି ସେ ପରିସ୍ଥିତି ଉପରେ ପଚାରି ବୁଝିବା ସହ ସବୁ ପ୍ରକାରର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଅତିରକ୍ତ ଶାସନ ସଚିବ ଡ. ଅରୁଣ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଦଳ ଓଡିଶା ଆସିଥିଲେ। ଏହି ଦଳରେ ନୂଆଦିଲ୍ଲୀର ଲେଡି ହାରଡିଂ ମେଡିକାଲ କଲେଜ, ଡ ଆରଏମଏଲ ହସପିଟାଲ ଓ ସଫଦରଜଙ୍ଗ ହସ୍ପିଟାଲର ଶିଶୁ ବିଶେଷଜ୍ଞମାନେ ଥିଲେ।  ଏହି ଦଳକୁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ)ର ଜଣେ ଆସିଷ୍ଟାଣ୍ଟ ପ୍ରୋଫେସର ସହଯୋଗ କରିଥିଲେ। ବିଶେଷଜ୍ଞ ଦଳ କଟକ ଶିଶୁଭବନ ସ୍ଥିତିର ଅନୁଧ୍ୟାନ କରିବା ସହ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଓ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ଶିଶୁ ଚିକିତ୍ସା କ୍ଷେତ୍ରରେ ନିୟୋଜିତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଅଧିକ ପଦବୀ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାସହ ବିଭିନ୍ନ ପରୀକ୍ଷା ପାଇଁ ୨୪ ଘଣ୍ଟିଆ ପରୀକ୍ଷାଗାର, ଚିକିତ୍ସା ଅନୁସନ୍ଧାନ ସୁବିଧା ସୃଷ୍ଟି କରିବା ଓ ଚିକିତ୍ସା ରେକର୍ଡ ରଖିବା ସକାଶେ କମ୍ପ୍ୟୁଟରୀକରଣ ପାଇଁ ପରାମର୍ଶ ଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos