ଦୀର୍ଘ ସମୟ ବସି ରହିଲେ ଦେଖା ଦେଇପାରେ ଏହି ସମସ୍ୟା

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ବସି ରିହିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଶରୀର ଓଜନ ବୃଦ୍ଧି ପାଇବା ସହ ଅଣ୍ଟା ବ୍ୟଥା ଏବଂ ମେରୁଦଣ୍ଡରେ ମଧ୍ୟ ସମସ୍ୟା ଦେଖାଦିଏ। ହେଲେ ବସି ରହିବା ଦ୍ୱାରା ସ୍ମରଣଶକ୍ତି କମିଯିବା କଥା ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି। ୟୁନିଭର୍ସିଟି ଅଫ୍‌ କ୍ୟାଲିଫୋର୍ନିଆର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣାରେ ୪୫ରୁ ୭୫ ବୟସର […]

Cover

Rakesh Mallick
  • Published: Monday, 02 July 2018
  • , Updated: 02 July 2018, 01:10 PM IST

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ବସି ରିହିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ହୋଇଥାଏ। ଶରୀର ଓଜନ ବୃଦ୍ଧି ପାଇବା ସହ ଅଣ୍ଟା ବ୍ୟଥା ଏବଂ ମେରୁଦଣ୍ଡରେ ମଧ୍ୟ ସମସ୍ୟା ଦେଖାଦିଏ। ହେଲେ ବସି ରହିବା ଦ୍ୱାରା ସ୍ମରଣଶକ୍ତି କମିଯିବା କଥା ଶୁଣିଛନ୍ତି? ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏ ସମ୍ପର୍କରେ ସୂଚନା ମିଳିଛି।

ୟୁନିଭର୍ସିଟି ଅଫ୍‌ କ୍ୟାଲିଫୋର୍ନିଆର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏହି ଗବେଷଣାରେ ୪୫ରୁ ୭୫ ବୟସର ୩୫ଜଣ ଲୋକଙ୍କୁ ନେଇ କରାଯାଇଥିବା ସର୍ଭେରେ ଏମିତି କିଛି ଜଣାପଡିଛି।

କେମିତି ହୋଇଥିଲା ଗବେଷଣା

ପ୍ରଥମେ ଗବେଷଣାରେ ସାମିଲ୍‌ ହୋଇଥିବା ଲୋକଙ୍କ ଚାଲିଚଳଣୀକୁ ଅନୁକରଣ କରାଯାଇଥିଲା। ଏହାପରେ ସେମାନେ କେତେ ଘଣ୍ଟା ବସନ୍ତି ସେଗୁଡିକୁ ଗଣନା କରାଗଲା। ପରେ ବ୍ୟକ୍ତିଙ୍କର ହାଇ ରେଗୁଲେସନ୍‌ର ଏମ୍‌ଆଇଆର୍‌ ସ୍କାନ କରାଗଲା। ଯାହା ମେଡିକଲ୍‌ ଟେମ୍ପୋରଲ ଲ୍ୟାବ(ଏମ୍‌ଟିଏଲ୍‌) ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରେ। ଏମ୍‌ଟିଏଲ୍‌ ଏମିତି ଏକ ଅଂଶ ଯେଉଁଠି ନୂଆ ସ୍ମରଣଶକ୍ତି ଏକଜୁଟ୍‌ ହୋଇଥାଏ।

ରିସର୍ଚ୍ଚର ଫଳାଫଳ

ଅଧିକ ସମୟ ବସିବା ଦ୍ୱାରା ଏମ୍‌ଟିଏଲ୍‌ ପତଳା ହୋଇଯିବାର ଗବେଷଣାରୁ ଜଣାପଡିଛି। ଦୀର୍ଘ ସମୟ ଧରି ବସିବା ଦ୍ୱାରା ବୁଝିବା ଶକ୍ତି କମିଯାଉଥିବା ଏଥିରେ କୁହାଯାଇଛି।

Related story