ଅଧିକ ସମୟ ବସି ରହିବା ମାରାତ୍ମକ: ଜାଣନ୍ତୁ ଶରୀରରେ କେଉଁ ପ୍ରକାର କ୍ଷତି ଘଟାଏ

ବ୍ୟସ୍ତବହୁଳ ଜୀବନରେ ଆମେ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ସମୟ ପାଉନା। ବ୍ୟସ୍ତତା ଯୋଗୁ ନିୟମିତ ଭାବେ ବ୍ୟାୟାମ କରିପାରୁନା। ପୁଣି ଅଫିସରେ ଅଧିକ କାମ ଯୋଗୁ ଆମକୁ ଘଣ୍ଟା ଘଣ୍ଟା ଧରି ବସି ରହିବାକୁ ପଡ଼େ। ଗୋଟିଏ ସିଗାରେଟ ପିଇଲେ ଯେତିକି କ୍ଷତି ହୁଏ ଘଣ୍ଟାଏ ଲଗାତାର ବସି ରହିଲେ ସେତିକି କ୍ଷତିହୁଏ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ୯,୦୦୦ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା। ଏହି ଗବେଷଣାରୁ ଜଣାପଡ଼ିଛି ଯେ ଏକ ଘଣ୍ଟାରୁ ଅଧିକ ସମୟ […]

sitting1

Rakesh Mallick
  • Published: Thursday, 02 November 2017
  • , Updated: 02 November 2017, 05:15 PM IST

ବ୍ୟସ୍ତବହୁଳ ଜୀବନରେ ଆମେ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ସମୟ ପାଉନା। ବ୍ୟସ୍ତତା ଯୋଗୁ ନିୟମିତ ଭାବେ ବ୍ୟାୟାମ କରିପାରୁନା। ପୁଣି ଅଫିସରେ ଅଧିକ କାମ ଯୋଗୁ ଆମକୁ ଘଣ୍ଟା ଘଣ୍ଟା ଧରି ବସି ରହିବାକୁ ପଡ଼େ। ଗୋଟିଏ ସିଗାରେଟ ପିଇଲେ ଯେତିକି କ୍ଷତି ହୁଏ ଘଣ୍ଟାଏ ଲଗାତାର ବସି ରହିଲେ ସେତିକି କ୍ଷତିହୁଏ। ଏକ ଗବେଷଣାରୁ ଏହା ଜଣାପଡ଼ିଛି। ୯,୦୦୦ଲୋକଙ୍କୁ ନେଇ ଏହି ଗବେଷଣା କରାଯାଇଥିଲା।

ଏହି ଗବେଷଣାରୁ ଜଣାପଡ଼ିଛି ଯେ ଏକ ଘଣ୍ଟାରୁ ଅଧିକ ସମୟ ବସିବା ଦ୍ୱାରା ହଜମ ଶକ୍ତି କମ୍ ହୋଇଯାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ  କିଛି ସଂସ୍ଥା ଠିଆ ହୋଇ କାମ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ କିଛି ସଂସ୍ଥା କାର୍ଯ୍ୟାଳୟରେ ଟିକେ ଉଚ୍ଚା ଡେସ୍କର ବ୍ୟବହାର କରୁଛନ୍ତି।

ଏହି ଗବେଷଣାରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ ଶାରୀରିକ ପରିଶ୍ରମରେ ଅନିୟମିତତା କାରଣରୁ ହାର୍ଟ ସମ୍ବନ୍ଧୀୟ ରୋଗର ସମ୍ଭାବନା ୬ପ୍ରତିଶତ, ମଧୁମେହ ହେବାର ସମ୍ଭାବନା ୭ପ୍ରତିଶତ ଏବଂ ସ୍ତନ କର୍କଟର ସମ୍ଭାବନା ୧୦ପ୍ରତିଶତ ବଢ଼ିପାରେ।

ପୂର୍ବରୁ ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ ଆମେରିକାରେ ହେଉଥିବା ମୃତ୍ୟୁରୁ ୩.୫କୋଟି ମୃତ୍ୟୁର କାରଣ ହେଉଛି ମେଦବହୁଳତା।

 

 

Related story