ସ୍ମାର୍ଟ ସିଟି ତାଲିକାରେ ଭୁବନେଶ୍ୱର ଓ ରାଉରକେଲା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ‘ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ସହର ରାଉରକେଲା। ଗୁରୁବାର ଏହି ଘୋଷଣା କରିଛନ୍ତି  କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାୟୁଡୁ। ଦେଶର ୯୮ଟି ସହରକୁ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରାଯାଇଛି। ଏ ନେଇ ଭେଙ୍କେୟା ନାୟୁଡୁ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି। ଏହି ସିଟି ଗୁଡିକ ମଧ୍ୟରେ ୨୪ଟି ରାଜ୍ୟର ରାଜଧାନୀ ରହିଛି। ସ୍ମାର୍ଟ ସିଟି ତାଲିକାରେ […]

Dhauli-Giri-Shanti-Stupa-Bhubaneswar-Orissa

Rakesh Mallick
  • Published: Thursday, 27 August 2015
  • , Updated: 27 August 2015, 11:22 AM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଫ୍ଲାଗସିପ କାର୍ଯ୍ୟକ୍ରମ ‘ସ୍ମାର୍ଟ ସିଟି’ ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ସହର ରାଉରକେଲା। ଗୁରୁବାର ଏହି ଘୋଷଣା କରିଛନ୍ତି  କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ଭେଙ୍କୟା ନାୟୁଡୁ। ଦେଶର ୯୮ଟି ସହରକୁ ସ୍ମାର୍ଟ ସିଟି ଯୋଜନାରେ ସାମିଲ କରାଯାଇଛି। ଏ ନେଇ ଭେଙ୍କେୟା ନାୟୁଡୁ ଏକ ସାମ୍ବାଦିକ ସମ୍ମଳନୀରେ ଘୋଷଣା କରିଛନ୍ତି। ଏହି ସିଟି ଗୁଡିକ ମଧ୍ୟରେ ୨୪ଟି ରାଜ୍ୟର ରାଜଧାନୀ ରହିଛି। ସ୍ମାର୍ଟ ସିଟି ତାଲିକାରେ ସ୍ଥାନ ପାଇଥିବା ୯୮ଟି ସିଟି ମଧ୍ୟରୁ  ଉତ୍ତର ପ୍ରଦେଶର ସର୍ବାଧିକ ୧୩ଟି, ତାମିଲନାଡୁର ୧୨ଟି,ମହାରାଷ୍ଟ୍ରର ୧୦ଟି, ମଧ୍ୟପ୍ରଦେଶର ୭ଟି, ବିହାରର ଓ ଆନ୍ଧ୍ର ପ୍ରଦେଶର ୩ଟି କରି ସହର ରହିଛି। ପ୍ରଥମ ବର୍ଷ ଦେଶର ୨୪ଟି ସହରକୁ ସ୍ମାର୍ଟ ସିଟି ଯୋଜନାରେ ବିକଶିତ କରାଯିବ ବୋଲି କେନ୍ଦ୍ର ସହରାଞ୍ଚଳ ବିକାଶମନ୍ତ୍ରୀ ଭେଙ୍କେୟା ନାୟୁଡୁ କହିଛନ୍ତି।

ରାଜଧାନୀ ଭୁବନେଶ୍ୱର ଓ ଇସ୍ପାତ ସହର ରାଉରକେଲା ସ୍ମାର୍ଟ ସିଟି ଭାବେ ଘୋଷଣା ହେବା ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ପିସିସି ଉପସଭାପତି ସୁରେଶ ମହାପାତ୍ର କହିଛନ୍ତି, କଟକ ସହରକୁ ସ୍ମାର୍ଟ ସିଟି ଭାବେ ସ୍ଥାନ ଦିଆଯାଇ ନ ଥିବାରୁ ଆଗାମୀ ଦିନରେ ଜନ ଆନ୍ଦୋଳନ କରାଯିବ। ସେହିପରି ବିଜେଡି ନେତା ତଥା ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି, କଟକ ବାଦ୍ ପହିଥିବାରୁ ଆମେ ଦୁଃଖିତ। ପରବର୍ତ୍ତୀ ସମୟରେ କଟକକୁ ସ୍ମାର୍ଟ ସିଟି ଅନ୍ତର୍ଭୁକ୍ତ କରିବାକୁ ଯାହା କିଛି ଦରକାର ତାହା କରାଯିବ।

ରାଜଧାନୀ ସ୍ମାର୍ଟ ସିଟିରେ ସ୍ଥାନ ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ବିଜେଡି ବିଧାୟକ ପ୍ରିୟଦର୍ଶୀ ମିଶ୍ର। ସେହିପରି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ରାଜଧାନୀରେ ଆଉ ଯାହା ଆବଶ୍ୟକ ଭିତ୍ତିଭୂମି ରହିଛି ତାହା ଖୁବଶୀଘ୍ର ଶେଷ ହେବ।

ସେହିପରି ରାଉରକେଲା ସହରକୁ ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଖୁସି ଜାହିର କରିଛନ୍ତି ବିଜେପିର ସ୍ଥାନୀୟ ବିଧାୟକ ଦିଲୀପ ରାୟ। ସେ କହିଛନ୍ତି, ଷ୍ଟିଲ ସିଟି ଭାବେ ରାଉରକେଲା ପରିଚିତ। ଏହାକୁ ମିନି ଇଣ୍ଡିଆ ବୋଲି ମଧ୍ୟ କୁହାଯାଏ। ତେବେ ଏବେ ବି ଏଠାରେ କିଛି ମୌଳିକ ସୁବିଧା ସୁଯୋଗର ଅଭାବ ରହିଛି। ସ୍ମାର୍ଟ ସିଟି ମାନ୍ୟତା ପାଇବା ପରେ ରାଉରକେଲା ସହରର ଏହିସବୁ ଅଭାବ ପୂରଣ ହୋଇଯିବ।

ସ୍ମାର୍ଟ ସିଟି ମାନ୍ୟତା ପାଇବାରୁ ବଞ୍ଚିତ ହେବା ନେଇ ବ୍ରହ୍ମପୁରରେ ଅସନ୍ତୋଷ ଦେଖାଦେଇଥିବା ବେଳେ ସ୍ଥାନୀୟ ବିଜେଡି ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ କହିଛନ୍ତି ଯେ ଲୋକେ ନିରାଶ ହେବା ସ୍ୱାଭାବିକ। ତେବେ ଦ୍ୱିତୀୟ ପର୍ଯ୍ୟାୟରେ ରେଶମ ସହର ବ୍ରହ୍ମପୁରକୁ ସ୍ମାର୍ଟ ସିଟିରେ ସାମିଲ କରିବା ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଶ୍ଚିତ ଉଦ୍ୟମ କରିବେ।

Related story