ଫେକ୍‌ ପ୍ଲେସ୍‌ମେଣ୍ଟ ଉପରୁ ପରଦା ହଟୁଛି; ପ୍ରତିଶ୍ରୁତି ଦେଇ ଠକି ଚାଲିଥିଲା ସୋଆ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟର ଆଇଟିଇଆର୍‌ ପ୍ଲେସ୍‌ମେଣ୍ଟ ଜାଲିଆତିର ଗୁମର ଗୋଟିଏ ପରେ ଗୋଟଏ ଖୋଲିବାରେ ଲାଗିଛି। କେବଳ ଏବର୍ଷ ନୁହେଁ କ୍ରମାଗତ ଭାବେ ଠକାମୀର ଶିକାର ହୋଇ ଆସୁଥିଲେ ଛାତ୍ରଛାତ୍ରୀ। ୨୦୧୩ରେ ଫେକ୍ ଅଫର ଲେଟର ପାଇଥିବା ଜଣେ ଛାତ୍ର ଏବେ ମଧ୍ୟ ଚାକିରି ଅପେକ୍ଷାରେ ଅଛନ୍ତି। ଆଇଟିଇଆର୍‌ ଜାଲରେ ଫସିଥିଲେ ସବ୍ୟସାଚୀ ଜେନା। ସେ ୨୦୧୩ରେ କ୍ୟାମ୍ପସ ସିଲେକସନ୍‌ ପାଇଥିଲେ। ଅଫର ଲେଟର ପାଇ ସେ ଷ୍ଟେଲେଣ୍ଟ ସସ୍ ଟେକ୍ନୋଟିକ୍ସରେ ଚାକିରି କରିବାକୁ […]

soa fake placement

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 07:33 PM IST

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ(ସୋଆ) ବିଶ୍ୱବିଦ୍ୟାଳୟର ଆଇଟିଇଆର୍‌ ପ୍ଲେସ୍‌ମେଣ୍ଟ ଜାଲିଆତିର ଗୁମର ଗୋଟିଏ ପରେ ଗୋଟଏ ଖୋଲିବାରେ ଲାଗିଛି। କେବଳ ଏବର୍ଷ ନୁହେଁ କ୍ରମାଗତ ଭାବେ ଠକାମୀର ଶିକାର ହୋଇ ଆସୁଥିଲେ ଛାତ୍ରଛାତ୍ରୀ। ୨୦୧୩ରେ ଫେକ୍ ଅଫର ଲେଟର ପାଇଥିବା ଜଣେ ଛାତ୍ର ଏବେ ମଧ୍ୟ ଚାକିରି ଅପେକ୍ଷାରେ ଅଛନ୍ତି।

ଆଇଟିଇଆର୍‌ ଜାଲରେ ଫସିଥିଲେ ସବ୍ୟସାଚୀ ଜେନା। ସେ ୨୦୧୩ରେ କ୍ୟାମ୍ପସ ସିଲେକସନ୍‌ ପାଇଥିଲେ। ଅଫର ଲେଟର ପାଇ ସେ ଷ୍ଟେଲେଣ୍ଟ ସସ୍ ଟେକ୍ନୋଟିକ୍ସରେ ଚାକିରି କରିବାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଅଫର ଲେଟର ଫେକ୍। ଏ ନେଇ ବାରମ୍ୱାର କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଲେ। ମାତ୍ର କିଛି ଲାଭ ମିଳିଲା ନାହିଁ। ସେହି ବ୍ୟାଚରେ ଅନେକ ପିଲା ମଧ୍ୟ ଠକାମୀରେ ଶିକାର ହୋଇଛନ୍ତି ବୋଲି ସବ୍ୟସାଚୀ କହିଛନ୍ତି।

୨୦୧୫ରେ ଫେକ୍ ପ୍ଲେସମେଣ୍ଟରେ ଶିକାର ହୋଇଥିଲେ ୭ ଜଣ ପିଲା। ସେମାନଙ୍କ ଭିତରୁ ଜଣେ ହେଲେ ଆତପ ରଞ୍ଜନ ଶତପଥୀ। ବିଟେକ୍ ପରେ ଗୁଡଗାଓଁ ଆର୍ଥ ଇନ୍‌ଫ୍ରାଷ୍ଟକ୍‌ଚର୍ସ ଲିମିଟେଡ୍‌ରେ ଚାକିରି ପାଇଁ ଅଫର ଲେଟର ପାଇଲେ। ଚାକିରିରେ ଯୋଗଦେବା ପାଇଁ କମ୍ପାନୀର ଅଧିକାରୀଙ୍କୁ ଅଫର ଲେଟର ଦେଖାଇବା ପରେ ଫୋକ୍‌ ବୋଲି ଜଣାପଡ଼ିଥିଲା

Related story