ଆସନ୍ତା ୧୬ରେ ସୂର୍ଯ୍ୟ ପରାଗ : ବଦଳି ଯିବ ୫ ରାଶିର ଭାଗ୍ୟ !

ଆସନ୍ତା ୧୬ ତାରିଖ ଦିନ ହେବାକୁଯାଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହା ପୂର୍ବରୁ ଜାନୁୟାରୀ ୩୧ ତାରିଖଦିନ ଚନ୍ଦ୍ର ଗ୍ରହଣ ହୋଇଥିଲା। ଯାହା ସାରା ଭାରତକୁ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷ ସମୁଦାୟ ୩ଟି ସୂର୍ଯ୍ୟ ପରାଗ ହେବ। ପ୍ରଥମ ସୂର୍ଯ୍ୟ ପରାଗ ଆସନ୍ତା ୧୬ ତାରିଖ ଦିନ ହେବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୁଯାୟୀ ଏହା ୧୫ ତାରିଖ ରାତି ୧୨ଟା ୨୫ରୁ ସକାଳ […]

Surya

Surya

Rakesh Mallick
  • Published: Wednesday, 07 February 2018
  • Updated: 07 February 2018, 08:50 PM IST

Sports

Latest News

ଆସନ୍ତା ୧୬ ତାରିଖ ଦିନ ହେବାକୁଯାଉଛି ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ । ଏହା ପୂର୍ବରୁ ଜାନୁୟାରୀ ୩୧ ତାରିଖଦିନ ଚନ୍ଦ୍ର ଗ୍ରହଣ ହୋଇଥିଲା। ଯାହା ସାରା ଭାରତକୁ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷ ସମୁଦାୟ ୩ଟି ସୂର୍ଯ୍ୟ ପରାଗ ହେବ। ପ୍ରଥମ ସୂର୍ଯ୍ୟ ପରାଗ ଆସନ୍ତା ୧୬ ତାରିଖ ଦିନ ହେବ। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ। ଭାରତୀୟ ସମୟ ଅନୁଯାୟୀ ଏହା ୧୫ ତାରିଖ ରାତି ୧୨ଟା ୨୫ରୁ ସକାଳ ୪ଟା ପର୍ଯ୍ୟନ୍ତ ଲାଗିବ। ଭାରତରେ ଏହା ଦୃଶ୍ୟମାନ ହେଉ ନଥିଲେ ମଧ୍ୟ ଏହାର ପ୍ରଭାବରେ ୧୬ ତାରିଖ ପରଠୁ କେତେକ ରାଶିର ଭାଗ୍ୟରେ ପ୍ରଭାବ ପଡ଼ିପାରେ ବୋଲି ଜ୍ୟୋତିର୍ବିଦ୍‌ଙ୍କ ମତ।  ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ ଗ୍ରହଣ କାହା ପାଇଁ ଶୁଭ ଓ କାହା ପାଇଁ ପାଇଁ ଅଶୁଭ।

ମେଷ-ସୂର୍ଯ୍ୟ ପରାଗ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କ କର୍ମକ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ଲାଭ ହେବା ଏଥିସହ ଆୟ ମଧ୍ୟ ବଢ଼ିବ।

ବୃଷ- ଏହି ରାଶିର ବ୍ୟକ୍ତିମାନେ କାର୍ଯ୍ୟରେ ବ୍ୟସ୍ତ ରହିବେ। ଫଳରେ କର୍ମକ୍ଷେତ୍ରରେ ସମ୍ମାନ ପ୍ରାପ୍ତ କରିବେ। ବ୍ୟବସାୟରେ ବିସ୍ତାର ଘଟିବ। ନିଜ କଥାବାର୍ତ୍ତା ପ୍ରତି ଧ୍ୟାନ ଦିଅନ୍ତୁ। ଧନ ଉପାର୍ଜନ କରିବାର ଅନେକ ମଉକା ମିଳିବ।

ମିଥୁନ- ଏହି ରାଶିର ବ୍ୟକ୍ତିମାନେ ପାରିବାରିକ ବିବାଦରୁ ଦୂରେଇ ରୁହନ୍ତୁ। ବିରୋଧିମାନେ ଶାନ୍ତ ରହିବେ। ବ୍ୟବସାୟରେ ସାମାନ୍ୟ ଲାଭ ହେବ। ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ। କିନ୍ତୁ ଆଗକୁ କିଛି ସମସ୍ୟା ବଢ଼ିପାରେ।

କର୍କଟ- ଏହି ରାଶିର ବ୍ୟକ୍ତିମାନଙ୍କୁ ୧୬ ଫେବୃଆରୀ ପରେ ଖୁସି ଖବର ମିଳିବ। କ୍ୟାରିୟରରେ ଉନ୍ନତି ହେବ। ବ୍ୟବସାୟରେ ଲାଭ ହେବ। ମିତ୍ରମାନଙ୍କ ସହ ଭେଟ ହେବ। ଫଳରେ କୌଣସି ନୂଆ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି।

ସିଂହ- ଜମିବାଡ଼ି ସହ ଜଡ଼ିତ ଅଟକି ରହିଥିବା ସମସ୍ୟା ସମାଧାନ ହୋଇଯିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଲାଭ କମ ହେବ। କୌଣସି ବିବାଦରେ ଛନ୍ଦି ହୋଇପାରନ୍ତି। ଦୁର୍ଘଟଣା ହେବାର ଆଶଙ୍କା ରହିଛି । ତେଣୁ ସତର୍କ ରୁହନ୍ତୁ।

କନ୍ୟା-ଏହି ରାଶିର ବ୍ୟକ୍ତିଙ୍କ ପାଇଁ ୧୬ ଫେବୃଆରୀ ପରେ ସମୟ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ। ବହୁଦିନରୁ ଅଟକି ରହିଥିବା ଧନ ପ୍ରାପ୍ତ ହେବ। ବ୍ୟବସାୟରେ ଲାଭ ମିଳିବ। ପରିବାରରେ ଖୁସିର ମାହେଲ ରହିବ। ବିଦେଶ ଯାତ୍ରା କରିପାରନ୍ତି।

ତୁଳା- ୧୬ ତାରିଖ ପରେ ଏମାନଙ୍କ ମନ ବିଚଳିତ ରହିବ। ମାନସିକ ଚିନ୍ତା ବଢ଼ିବ। ଧନହାନୀ ଘଟିବ।ର ଆଶଙ୍କା ରହିଛି।

ବିଛା- ମନ ଅଶାନ୍ତ ରହିବ। ବୁଦିନରୁ ଲାଗିରହିଥିବା ବିବାଦରୁ ମୁକ୍ତି ମିଳିବ। ବ୍ୟବସାୟରେ ସୁଧାର ଆସିବ। ଧର୍ମକାମରେ ଶ୍ରଦ୍ଧା ବଢ଼ିବ।

ଧନୁ- ଏମାନଙ୍କ ପାଇଁ ସମୟ ପ୍ରତିକୂଳ ରହିବ। ଶତ୍ରୁଠାରୁ ଦୂରେଇ ରୁହନ୍ତୁ। ବ୍ୟବସାୟିକ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

ମକର- କର୍ମକ୍ଷେତ୍ରରେ ନୂଆ ପଦ ମିଳିପାରେ। ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। ବ୍ୟବସାୟରେ ଲାଭ ବଢ଼ିବ।

କୁମ୍ଭ-  ବ୍ୟୟ ଅଧିକ ହେବ। ଚାକିରୀରେ ମନ ଲାଗିରହିବ। ବ୍ୟବସାୟରେ ଧନ ଲାଭ ସୁଯୋଗ ରହିଛି। ଧର୍ଯ୍ୟ ରଖନ୍ତୁ ସମସ୍ତ ସମସ୍ୟାର ସମାଧାନ ହୋଇଯିବ।

ମୀନ- ଉତ୍ସାହ ବୃଦ୍ଧି ହେବ। ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ। ବ୍ୟବସାୟରେ ଲାବ ମିଳିବ। ସନ୍ତାନଙ୍କ ପାଇଁ ଚିନ୍ତା ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos