ପାରାଚ୍ୟୁଟ୍‌ରେ ଓହ୍ଲାଉ ଓହ୍ଲାଉ ଯବାନଙ୍କ ପ୍ରାଣ ଗଲା

କଟକ(ଓଡ଼ିଶା ରିପୋର୍ଟର): ପାରାଚ୍ୟୁଟ୍‌ରେ ଅଭ୍ୟାସ ବେଳେ ବାୟୁସେନାର ନିଖୋଜ ଜବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ହରିପୁର ଜଳ ପ୍ରକଳ୍ପ ଡ୍ୟାମ ନିକଟରୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଓ ବାୟୁସେନାର ମିଳିତ ତଲାସୀରେ ବେଳେ ମୃତଦେହ ମିଳିଛି। ମୃତ ଯବାନଙ୍କ ନାଁ ସିରିଂ ଧାବା। କଟକ ଚୌଦ୍ୱାର ଚାରବାଟିଆ ସେଣ୍ଟର ବାୟୁସେନା ଯବାନମାନେ ଗତକାଲି ମଙ୍ଗରାଜପୁର ଷଣ୍ଢ ପଡିଆରେ ଅଭ୍ୟାସ କରୁଥିଲେ। ଏହି ସମୟରେ ବାୟୁସେନା ବିମାନରୁ ପାରାଚ୍ୟୁଟ ସହ ତଳକୁ ଡେଇଁଥିଲେ ଯବାନ। ମାତ୍ର […]

solder-death-tangi

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 05:15 PM IST

କଟକ(ଓଡ଼ିଶା ରିପୋର୍ଟର): ପାରାଚ୍ୟୁଟ୍‌ରେ ଅଭ୍ୟାସ ବେଳେ ବାୟୁସେନାର ନିଖୋଜ ଜବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ହରିପୁର ଜଳ ପ୍ରକଳ୍ପ ଡ୍ୟାମ ନିକଟରୁ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଓ ବାୟୁସେନାର ମିଳିତ ତଲାସୀରେ ବେଳେ ମୃତଦେହ ମିଳିଛି। ମୃତ ଯବାନଙ୍କ ନାଁ ସିରିଂ ଧାବା।

କଟକ ଚୌଦ୍ୱାର ଚାରବାଟିଆ ସେଣ୍ଟର ବାୟୁସେନା ଯବାନମାନେ ଗତକାଲି ମଙ୍ଗରାଜପୁର ଷଣ୍ଢ ପଡିଆରେ ଅଭ୍ୟାସ କରୁଥିଲେ। ଏହି ସମୟରେ ବାୟୁସେନା ବିମାନରୁ ପାରାଚ୍ୟୁଟ ସହ ତଳକୁ ଡେଇଁଥିଲେ ଯବାନ। ମାତ୍ର କାଲିଠାରୁ ତାଙ୍କର ପତ୍ତା ମିଳୁନଥିଲା। ତେବେ ହରିପୁର ଡ୍ୟାମ୍ ନିକଟରୁ ଯବାନଙ୍କ ହେଲମେଟ, ପାରାଚ୍ୟୁଟ ଠାବ କରିଥିଲେ ସନ୍ଧାନୀ ଟିମ୍। ପରେ ତାଙ୍କ ମୃତଦେହ ଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ନେବା ପାଇଁ ବାୟୁସେନାର ଗାଡ଼ି ଗୁଡ଼ିକ ଆସିଛି।

Related story