ସୋନପୁରରେ ଜୀବନ ହାରିଲେ ଆଉ ଜଣେ ଚାଷୀ

ସୋନପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ସୋନପୁରରେ ଆଜି ପୁଣ ଜଣେ ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅଶ୍ୱିନୀ ଭୋଇ। ତାଙ୍କ ଘର ଜିଲ୍ଲାର ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଗୁଦଗୁଦା ଗାଁରେ। ସେ ଗତକାଲି ରାତିରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ […]

farmer-suicide

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 04:56 AM IST

ସୋନପୁର: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ସୋନପୁରରେ ଆଜି ପୁଣ ଜଣେ ଚାଷୀ ଫସଲହାନି ଓ ଋଣବୋଝ ଯୋଗୁଁ ଜୀବନ ହାରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ଅଶ୍ୱିନୀ ଭୋଇ। ତାଙ୍କ ଘର ଜିଲ୍ଲାର ବୀରମହାରାଜପୁର ବ୍ଲକ୍ ଅନ୍ତର୍ଗତ ବହଲପଦର ପଞ୍ଚାୟତର ଗୁଦଗୁଦା ଗାଁରେ। ସେ ଗତକାଲି ରାତିରେ ବିଷ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶବବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଦିଆଯାଇଛି।

ମୃତ ଚାଷୀ ଅଶ୍ୱିନୀଙ୍କ ବାପା ଚମ୍ପେଶ୍ୱର ଭୋଇ କହିଛନ୍ତି ଯେ ସେ ଋଣ କରି ଚାଷ କରିଥିଲେ। ତେବେ ବର୍ଷା ଅଭାବରୁ ଫସଲ ହୋଇ ନ ଥିଲା। ବ୍ୟାପକ ଫସଲହାନି ଯୋଗୁଁ ସେ ଚିନ୍ତାରେ ଥିଲେ। ତେଣୁ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ସେହିପରି ତାଙ୍କ କାକା ବିମ୍ବାଧର ଭୋଇ କହିଛନ୍ତି ଯେ ଅଶ୍ୱିନୀ ବିବାହିତ ଥିଲେ। ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି। ସରକାର ତା’ପରିବାରକୁ କିଛି ସାହାଯ୍ୟ ଦେବା ପାଇଁ ଆମେ ଦାବି କରିବୁ।

ସରକାରୀ ହିସାବରେ ରାଜ୍ୟରେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧୧ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ନଭେମ୍ବର ୨୩ ତାରିଖରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ମହାପାତ୍ର ଏହି ସୂଚନା ଦେଇଥିଲେ। ତେବେ ଫସଲହାନି ଓ ଋଣବୋଝ ଯୋଗୁଁ କୌଣସି ଚାଷୀ ଆତ୍ମହତ୍ୟା କରି ନାହାନ୍ତି ବୋଲି ସରକାର କହିଛନ୍ତି। ସ୍ୱତନ୍ତ୍ର ରିଲିଫ୍ କମିଶନର କହିଥିଲେ ଯେ ରାଜ୍ୟରେ ସେ କହିଥିଲେ ଯେ ୧୧୧ଟି ଚାଷୀ ଆତ୍ମହତ୍ୟା ଘଟଣାର ଅଭିଯୋଗ ଆସିଛି। ସେଥିରୁ ୧୦୬ଟିର ତଦନ୍ତ ସରିଛି। ସେମାନଙ୍କ ମଧ୍ୟରୁ ୫୬ ଜଣ ଋଣ ନେଇ ନାହାନ୍ତି। ୨୬ ଜଣ ସମବାୟ ସଂସ୍ଥାରୁ ଓ ୧୬ ଜଣ ନ୍ୟାସନାଲ ବ୍ୟାଙ୍କ୍ ଏବଂ ଘରୋଇ ସଂସ୍ଥାରୁ ଋଣ ନେଇଥିଲେ।

ଅନ୍ୟପକ୍ଷରେ ଗତକାଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଥିଲେ ଯେ ଚାଷୀ ଆତ୍ମହତ୍ୟା ନେଇ ସରକାର ଭୁଲ୍ ତଥ୍ୟ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଫସଲହାନି ଓ ଋଣବୋଝ ଯୋଗୁଁ ୧୩୩ ଜଣ ଚାଷୀ ଆତ୍ମହତ୍ୟା କରି ସାରିଲେଣି।

ସେହିପରି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା କିଛି ଚାଷୀ ଋଣ ନେଇଥିଲେ ବୋଲି କହି ସରକାର ପରୋକ୍ଷରେ ମାନିଛନ୍ତି ଯେ ଋଣବୋଝ ଯୋଗୁଁ ଚାଷୀ ଆତ୍ମହତ୍ୟା କରିଛନ୍ତି।

Related story