ଅଣ୍ଡା ବନାମ ବୋମା, ନାରୀ ବନାମ କର୍ମୀ

ଭୁବନେଶ୍ୱର(ମିହିର ପଟ୍ଟନାୟକ): ରାଜନୀତିରେ ତର୍କ ବିତର୍କ, ପ୍ରତିବାଦ, ଆକ୍ଷେପ, ପ୍ରତ୍ୟାକ୍ଷେପ ଭଳି ଶବ୍ଦଗୁଡିକ ସବୁଦିନ ଅଧିକାଂଶ ଖବରକାଗଜରୁ ଆପଣ ପାଇଯିବେ। ବୋଧହୁଏ ଏ ଶବ୍ଦଗୁଡିକ ସମ୍ପ୍ରତି ରାଜନୀତି ଲାଗି ହିଁ ପ୍ରାସଙ୍ଗିକ ବୋଲି ଅନୁମାନ କରିପାରୁଥିବେ। ହେଲେ ଏହି ଶବ୍ଦ ଶରଣୀରେ ଏବେ ନୂଆ ଗୋଟିଏ ଶବ୍ଦକୁ ସଂଯୋଗ କରିବାର ବେଳ ଆସିଯାଇଛି। ଶବ୍ଦଟି କ’ଣ ଜାଣନ୍ତି। “ଅଣ୍ଡା” । ରାଜ୍ୟ ରାଜନୀତିରେ ଏବେ ଅଣ୍ଡା ହିଁ ଏମିତି ଅସ୍ତ୍ର ପାଲଟିଛି ଯାହା ସରକାରଙ୍କ ପାଇଁ ମୁଣ୍ଡବଥା […]

Anda & Naveen

Anda & Naveen

Rakesh Mallick
  • Published: Friday, 02 February 2018
  • Updated: 02 February 2018, 10:22 PM IST

Sports

Latest News

ଭୁବନେଶ୍ୱର(ମିହିର ପଟ୍ଟନାୟକ): ରାଜନୀତିରେ ତର୍କ ବିତର୍କ, ପ୍ରତିବାଦ, ଆକ୍ଷେପ, ପ୍ରତ୍ୟାକ୍ଷେପ ଭଳି ଶବ୍ଦଗୁଡିକ ସବୁଦିନ ଅଧିକାଂଶ ଖବରକାଗଜରୁ ଆପଣ ପାଇଯିବେ। ବୋଧହୁଏ ଏ ଶବ୍ଦଗୁଡିକ ସମ୍ପ୍ରତି ରାଜନୀତି ଲାଗି ହିଁ ପ୍ରାସଙ୍ଗିକ ବୋଲି ଅନୁମାନ କରିପାରୁଥିବେ। ହେଲେ ଏହି ଶବ୍ଦ ଶରଣୀରେ ଏବେ ନୂଆ ଗୋଟିଏ ଶବ୍ଦକୁ ସଂଯୋଗ କରିବାର ବେଳ ଆସିଯାଇଛି। ଶବ୍ଦଟି କ’ଣ ଜାଣନ୍ତି। “ଅଣ୍ଡା” ।

ରାଜ୍ୟ ରାଜନୀତିରେ ଏବେ ଅଣ୍ଡା ହିଁ ଏମିତି ଅସ୍ତ୍ର ପାଲଟିଛି ଯାହା ସରକାରଙ୍କ ପାଇଁ ମୁଣ୍ଡବଥା ଆଣିଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରାଯାଇଛି। ତାହା ପୁଣି ଏଇ ଅସ୍ତ୍ର ସହାୟତାରେ। ବାକ୍ୟଟି ଆପଣଙ୍କ ଲାଗି ହାସ୍ୟାସ୍ପଦ ହୋଇଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ସତ। ବାଲେଶ୍ୱର ଜିଲା ପୋଲିସ ପକ୍ଷରୁ ଏହି ହୀନ ଉଦ୍ୟମ ଲାଗି ଲଗାଯାଇଛି ୩୦୭ ଦଫା । ପୁଣି ହତ୍ୟା ଉଦ୍ୟମକାରୀ ଜଣକ କୌଣସି ରାଜନୈତିକ ଦଳର ଓ ମହିଳା ହୋଇଥିବାରୁ ଏହାର ଗୁରୁତ୍ୱ ଆଉ ଟିକେ ବଢିଯାଇଛି।

ଥରେ ଭାବିଲେ ଦେଖି ଅଣ୍ଡାରେ କ’ଣ କିଏ କାହାକୁ ମାରିପାରେ। ଏ କଥା ଆପଣଙ୍କ ମଗଜରେ ପଶି ପାରେ ନ ପାରେ ମଧ୍ୟ। ହେଲେ ପୋଲିସ ବାବୁଙ୍କ ପାଇଁ ନିଶ୍ଚିତ ଏହା ସତ୍ୟ। ଟେକା ମାର କି ଫୁଲ ଫୋପାଡ, ପୋଲିସ ନିୟମରେ ଉଭୟକୁ ଆକ୍ରମଣ ପର୍ଯ୍ୟାୟଭୁକ୍ତ ହିଁ କରାଯିବ। କିନ୍ତୁ ସ୍ଥଳବିଶେଷରେ ଖାକିବାବୁ ଚାହିଁଲେ ଏହା ଦଣ୍ଡନୀୟ ହୋଇପାରିବ ବୋଲି ଆମେ ଏକ ଘଟଣାକୁ ଅନୁଶୀଳନ କରି ହୃଦ୍‌ବୋଧ କରୁଛୁ ।

ଆସନ୍ତୁ ମୁଖ୍ୟ ପ୍ରସଙ୍ଗକୁ ଯିବା। ମାନେ ଏବେ ଟିକେ ଅଣ୍ଡାମୁହାଁ ହେବା । ମୁଖ୍ୟମନ୍ତ୍ରୀଙ୍କୁ ଅଣ୍ଡାମାଡ଼ ପ୍ରସଙ୍ଗ ଏବେ ଓଡିଶା ଭୁଖଣ୍ଡରେ ହଇଚଇ ସୃଷ୍ଟି କରିଛି। ବାଲେଶ୍ୱରରେ ତାଳସାରି ମହୋତ୍ସବ ବେଳେ ଦିନକ ତଳେ ଜଣେ ମହିଳା ଖୋଦ୍‌ ରାଜ୍ୟ ମୁଖିଆଙ୍କୁ ଅଣ୍ଡାରେ ନିଶାନା କରିଥିଲେ। ଅସ୍ତ୍ରଭାବେ ଅଣ୍ଟିରେ ପୁରାଇ ଆଣିଥିଲେ ୩ଟି ଅଣ୍ଡା। ମୁଖ୍ୟମନ୍ତ୍ରୀ ଅଭିଭାଷଣ ଦେଉଥିବା ବେଳେ ୨ଟି ଅଣ୍ଡା ତାଙ୍କ ଅଣ୍ଟିରୁ ଶୂନ୍ୟରେ ଉଠି ମଞ୍ଚକୁ ଆସିଥିଲା। ହେଲେ ୨ଟି ଯାକ ତଳେ ପଡି ଫାଟି ନିଷ୍କ୍ରିୟ ହୋଇଗଲା। ମୁଖ୍ୟମନ୍ତ୍ରୀଙ୍କୁ ଛୁଇଁ ବି ପାରି ନ ଥିଲା। ଶେଷରେ ୩ ଅଣ୍ଡାଟି ଠିକ୍‌ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ମୁଣ୍ଡ ଆଡକୁ ଆସୁଥିବା ବେଳେ ତାଙ୍କ ଅଙ୍ଗରକ୍ଷୀ ପୋଲିସ ଭାଇ ଜଣକ କ୍ରିକେଟ୍‌ ଶୈଳୀରେ ଏହାକୁ କ୍ୟାଚ୍‌ କରି ନେଇଥିଲେ। ଅତଃ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ମୁଖ୍ୟମନ୍ତ୍ରୀ ସୁରକ୍ଷିତ ଭାବେ ରାଜଧାନୀ ପ୍ରତ୍ୟାବର୍ତ୍ତନ କଲେ।

ହେଲେ ଅଣ୍ଡା ଫିଙ୍ଗୁଥିବା ମହିଳାଙ୍କୁ ନିର୍ଦ୍ଧୁମ ପିଟିଲେ ଏକ ନିର୍ଦ୍ଦିଷ୍ଟ ଦଳର କର୍ମୀ। ସେମାନେ କୁଆଡେ ମୁଖ୍ୟମନ୍ତ୍ରୀଙ୍କ ସମର୍ଥକ । ଏମିତି ମାଡ଼ ମାରିଲେ ଯେ, ମହିଳା ଜଣକ ବ୍ଲାଉଜ୍‌ ଚିରିଗଲା। ପୋଲିସ ଉପସ୍ଥିତିରେ ଏହି ମହିଳାଙ୍କୁ ଅସଦାଚରଣ ବି କରାଯାଇ ନ ଥିବ କିଏ କହିବ। ଏ ତ ଖେଳଘର କଥା ନୁହେଁ ନା । ଏଣୁ ପ୍ରଶାସନ ଆଉ ପୋଲିସ ସଜାଗ ହୋଇଗଲେ। ତୁରନ୍ତ ଆରମ୍ଭ ହେଲା କାର୍ଯ୍ୟାନୁଷ୍ଠାନ।

ସକାଳ ହେଲା ବେଳକୁ ମହିଳା ଜଣଙ୍କୁ ହତ୍ୟା ଉଦ୍ୟମକାରୀ ଦଫାରେ ଦଣ୍ଡବିଧାନ କରିବାକୁ ଜିଲା ପୋଲିସ ପକ୍ଷରୁ ହାତକଡି ପ୍ରସ୍ତୁତ ହେଲା। ଯେତେ ହେଲେ ସିଏ ଅଣ୍ଡା ମାରିଛନ୍ତି ନା। ହେଲେ ତାଙ୍କ ବ୍ଲାଉଜ୍‌ ଚିରିଥିବା ଲୋକେ? ସେମାନେ ସୁନାପୁଅ। ଏ କଥା ଶୁଣି ଲାଗିଲା ସତରେ ଅଣ୍ଡା କେଡେ କାମିକା ଜିନିଷଟିଏ ସତରେ। ଅମୋଘ ଅସ୍ତ୍ର ତ !

ଏହି କଥାରେ ଖିଅ ଯୋଡି ଆମେ ଏଠି ଆଉ ଗୋଟିଏ କଥା କହିବାକୁ ଯାଉଛୁ। କିଛି ଦିନ ତଳେ ବିବାଦୀୟ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ଅଣ୍ଡା ମାଡ଼ ହୋଇଥିଲା। ସେ କୁଆଡେ ଦଳ ବିରୋଧି କଥା କହିଥିଲେ ଆଉ ସଚିବାଳୟର ୩ ମହଲାକୁ ନିଶାନା କରି ବାକ୍ୟ ବାଣ ମାରିଥିଲେ ବୋଲି କେତେଜଣ ଦୁବୃର୍ତ୍ତ ତାଙ୍କୁ ମଧ୍ୟ ଅଣ୍ଡାରେ ଆକ୍ରମଣ କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଭଳି ଏଠି ଅଣ୍ଡା ଅସ୍ତ୍ର ବିଫଳ ହୋଇ ନ ଥିଲା। ନିଜ ସମର୍ଥକଙ୍କ ସହ ବୈଜୟନ୍ତ ଯାଉଥିବା ବେଳେ ଅଣ୍ଡାଟି ସିଧା ତାଙ୍କ ମଝି ମୁଣ୍ଡରେ ବାଜିଥିଲା।

ଗାଣିତିକ ଭିତ୍ତିରେ ତର୍ଜମା କଲେ ବାଲେଶ୍ୱର ହତ୍ୟା ଉଦ୍ୟମ ଏଠାରେ ହତ୍ୟା ସହ ସମାନ । କାରଣ ସେଠାରେ ଅଣ୍ଡା ବିଫଳ ହୋଇଥିବା ବେଳେ ଏଠାରେ ବିଲକୁଲ୍‌ ସଫଳତା ପାଇଲା। ହେଲେ ଖାକି ବାବୁଙ୍କ ତର୍ଜମା ଲାଗି ଏଠି ଅଣ୍ଡା ମାଡ ଫୁଲ ଫୋପାଡିବା ସହ ସମାନ ଥିଲା ତେଣୁ ଏଠାରେ କେହି ଅଭିଯୁକ୍ତ ନ ଥିଲେ। ସେଥିପାଇଁ ଏହି ଘଟଣାରେ କାହାରିକୁ ହତ୍ୟା ଅଭିଯୁକ୍ତ ବୋଲି ଦର୍ଶାଇବାର କୌଣସି ପ୍ରାସଙ୍ଗିକତା ନାହିଁ। ବାସ୍ତବରେ ଏହା ଆମର ନିଜସ୍ୱ ମତ । ଯାହା ହୃଦ୍‌ବୋଧ କଲୁ ଲେଖିଲୁ।

ଏହି ଦୁଇ ପ୍ରସଙ୍ଗକୁ ଦେଖିଲେ ସ୍ୱତଃ ଗୋଟିଏ ପ୍ରଶ୍ନ ମନକୁ ଆସୁଛି ଯେ, ପୋଲିସ କହାର ଇସାରାରେ କାମ କରୁନି ତ? ହେଲେ ପଚାରିବା କାହାକୁ ? ଏଠି ପଚାରିଲେ ଦୋଷ । ନ ହେଲେ କ’ଣ ସଚିବାଳୟକୁ ଗଣମାଧ୍ୟମର କ୍ୟାମେରା, ବୁମ୍‌ ମନା ହୋଇଥାନ୍ତା ନା କ’ଣ। ଏଣୁ ଅଣ୍ଡା ଉପାଖ୍ୟାନକୁ ବିଶେଷ ଭାବେ ବିସ୍ତାର କରି ନିଜ ମୁଣ୍ଡକୁ ହଣା ମୁହଁକୁ ନେବାକୁ ଚାହୁଁନୁ। ହେଲେ ଗୋଟିଏ କଥା ଆମ ମନକୁ ଆଉଟୁ ପାଉଟୁ କରୁଛି।

ସତରେ  କ’ଣ ସେହି ମହିଳାଙ୍କ କ୍ଷେତ୍ରରେ ହତ୍ୟା ଅଭିଯୋଗ ଯୁକ୍ତିଯୁକ୍ତ? ଯଦି ଯୁକ୍ତିଯୁକ୍ତ ତା ହେଲେ ଏଠି ବିଜୁ ବାବୁ ମନେପଡିବା ସ୍ୱଭାବିକ୍‌। ତାଙ୍କ ନୀର୍ଭିକ ଗୁଣ ଏହି ଅଣ୍ଡା ପ୍ରସଙ୍ଗରେ ମହିମାନ୍ୱୀତ ହୋଇଥିଲା। ତାଙ୍କ ଜୀବଦ୍ଦଶାରେ ସେ ମଧ୍ୟ ସୁପୁତ୍ର ନବୀନଙ୍କ ଭଳି ଅଣ୍ଡା ଅସ୍ତ୍ରର ଶିକାର ହୋଇଥିଲେ। ହେଲେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ସାହସିକତାକୁ ପ୍ରଶଂସା କରି ବିଜୁ ନିଜ ନୀର୍ଭିକ ପଣିଆର ପରିଚୟ ଦେଇଥିଲେ। ଉପହାର ସ୍ୱରୂପ ଚାକିରି ମଧ୍ୟ ଦେଇଥିଲେ । ଅବଶ୍ୟ ସେତେବେଳେ ବୋଧେ ଅଣ୍ଡା ଦୁର୍ବଳ ଥିଲା। ହେଲେ ଆଜି ଏଠି ଯାହା ଘଟୁଛି ତାକୁ ଦେଖି ଲାଗୁଛି ଅଣ୍ଡା ସତେରେ ବଡ଼ ଅମୋଘ ଅସ୍ତ୍ର। ତା ପାରିବା ପଣିଆ ନିଶ୍ଚିତ ପ୍ରଶଂସନୀୟ।

ଫୋନ୍: ୯୬୬୮୭୭୩୯୦୪

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story