ଶରୀରରେ କାହିଁକି ଦେଖାଯାଏ ଷ୍ଟ୍ରେଚ୍‌ ମାର୍କ ? ଆପଣ ଭୋଗୁଛନ୍ତି କି ଏମିତି ସମସ୍ୟା

ସ୍ୱାସ୍ଥ୍ୟ: କୁହାଯାଏ ଶୀରର ଅଛି ତ ରୋଗ ବି ଅଛି। ତେଣୁ ରୋଗ ପାଇଁ ଅଧର୍ଯ୍ୟ ନ ହୋଇ ଏହାର ଚିକିତ୍ସା କରିବା ଦରକାର। ଏହାଛଡ଼ା ଆମ ଶରୀରରେ ହେଉଥିବା ପ୍ରତ୍ୟେକ ରୋଗ ବିଷୟରେ ଅବଗତ ହେବା ଆମର ନିହାତି ଆବଶ୍ୟକ। ଫଳରେ ମନରେ ରୋଗ ପ୍ରତି ଆଉ ଭୟ ରହିବ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ଚର୍ମ ଜନିତ ଏକ ରୋଗ ବିଷୟରେ ଜଣାଇବୁ। ଯାହା ଜାଣିବା ଆପଣଙ୍କର ନିହାତି ଆବଶ୍ୟକ। ଆମେ ଆଜି […]

hqdefault_grande

Rakesh Mallick
  • Published: Sunday, 10 June 2018
  • , Updated: 11 June 2018, 03:25 PM IST

ସ୍ୱାସ୍ଥ୍ୟ: କୁହାଯାଏ ଶୀରର ଅଛି ତ ରୋଗ ବି ଅଛି। ତେଣୁ ରୋଗ ପାଇଁ ଅଧର୍ଯ୍ୟ ନ ହୋଇ ଏହାର ଚିକିତ୍ସା କରିବା ଦରକାର। ଏହାଛଡ଼ା ଆମ ଶରୀରରେ ହେଉଥିବା ପ୍ରତ୍ୟେକ ରୋଗ ବିଷୟରେ ଅବଗତ ହେବା ଆମର ନିହାତି ଆବଶ୍ୟକ। ଫଳରେ ମନରେ ରୋଗ ପ୍ରତି ଆଉ ଭୟ ରହିବ ନାହିଁ। ତେଣୁ ଆଜି ଆମେ ଆପଣଙ୍କୁ ଚର୍ମ ଜନିତ ଏକ ରୋଗ ବିଷୟରେ ଜଣାଇବୁ। ଯାହା ଜାଣିବା ଆପଣଙ୍କର ନିହାତି ଆବଶ୍ୟକ। ଆମେ ଆଜି ଆପଣଙ୍କୁ ଶରୀରରେ ଚର୍ମରେ ଦେଖାଯାଉଥିବା ଷ୍ଟ୍ରେଚ୍‌ମାର୍କ ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଏହି ରୋଗ ସମ୍ପର୍କରେ କିଛି ଜାଣିବା।

ଷ୍ଟ୍ରେଚ୍‌ ମାର୍କ କଣ, ଏହା କିପରି ହୋଇଥାଏ ?

ଅନେକ ଲୋକଙ୍କ ଶରୀରର ବାହୁ, ଜଙ୍ଘ, ପେଟ, ଛାତି, ଅଣ୍ଟା ଓ ପିଚା ଆଦିରେ ଫାଟିଗଲା ପରି ମୋଟା ମୋଟା ଗାର ପଡ଼ିଥାଏ। ଏହାକୁ ଷ୍ଟ୍ରେଚ୍‌ ମାର୍କ ବୋଲି କୁହାଯାଏ। ଏହା କେତେକ କ୍ଷେତ୍ରରେ ବଂଶଗତ କାରଣରୁ କିମ୍ବା ଜିର୍ଣ୍ଣ ରୋଗ କାରଣରୁ ହୋଇଥାଏ। ଏହି ଷ୍ଟ୍ରେଚ୍‌ ମାର୍କଗୁଡ଼ିକ ସାଧାରଣତଃ ନରମ ମାଂସଳ ସ୍ଥାନରେ ହିଁ ହୋଇଥାଏ। ଷ୍ଟ୍ରେଚ୍‌ ମାର୍କ ହେବା ଏକ ସାଧାରଣ କଥା। ଏହା ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଅଧିକ ହୋଇଥାଏ। ଯୁବାବସ୍ଥାରେ ଶରୀରର ବୃଦ୍ଧି ଅନୁସାରେ ଚର୍ମ ସଙ୍କୁଚିତ ଓ ପ୍ରଶାରିତ ନ ହୋଇପାରିଲେ ଏପରି ସମସ୍ୟା ଦେଖା ଯାଇଥାଏ।

ମହିଳାଙ୍କର ଗର୍ଭାବସ୍ଥା ସମୟରେ ମଧ୍ୟ ସେମାନଙ୍କ ପେଟରେ ଠିକ୍‌ ଏପରି ଦାଗ ପଡ଼ିଥାଏ। କାରଣ ଯୁବାବସ୍ଥାରେ ହଠାତ୍‌ ପେଟର ଆକାର ବା ଓଜନ ବଢ଼ିବା ଓ କମିବା ସହିତ ତାଳ ଦେଇ ଚର୍ମ ସଙ୍କୁଚିତ କିମ୍ବା ପ୍ରସାରିତ ହୋଇପାରେ ନାହିଁ। ଫଳରେ ଏପରି ସମସ୍ୟା ହୋଇଥାଏ।

ଏହା ଶରୀର ପାଇଁ ବିପଦ କି ?

ଯଦିଓ ଏହା ଶରୀର ପାଇଁ ସେତେଟା ବଡ଼ ସମସ୍ୟା ନୁହେଁ। କିନ୍ତୁ ନିଜ ସୁନ୍ଦର ଶରୀରରେ ଏପରି ଦାଗ ପାଇଁ କେତେକ ଲୋକ ଚିନ୍ତା ପଡ଼ିଯାଆନ୍ତି। ବେଳେ ବେଳେ ଏହି ଦାଗ ବିନା ଚିକିତ୍ସାରେ ମଧ୍ୟ ଭଲ ହୋଇ ଯାଇଥାଏ।

ଚିକିତ୍ସା ପଦ୍ଧତି

କେତେକ କ୍ଷେତ୍ରରେ ଷ୍ଟ୍ରେଚ୍‌ ମାର୍କର ଚିକିତ୍ସା ମହଙ୍ଗା ହୋଇଥାଏ। କିନ୍ତୁ ଚିକିତ୍ସା ସଫଳ ହେବାର କୌଣସି ଗ୍ୟାରେଣ୍ଟି ନ ଥାଏ। ବିଭିନ୍ନ ପ୍ରକାରର ଲୋସନ ତେଲ ଆଦି କସ୍‌ମେଟିକ୍‌ ବ୍ୟବହାର କରିବାରୁ ଷ୍ଟ୍ରେଚ୍‌ ମାର୍କ ହୋଇଥାଏ ବୋଲି ଅନେକ ଲୋକ ଭାବନ୍ତି। କିନ୍ତୁ ଏହାକୁ ନେଇ କୌଣସି ବଡ଼ କିମ୍ବା ସଠିକ୍‌ ପ୍ରମାଣ ମିଳେ ନାହିଁ। ତେଣୁ ଏଥିରୁ ରକ୍ଷା ପାଇବା ପାଇଁ ହେଲେ କେତୋଟି ସାବଧାନତା ଆପଣାଇବାକୁ ପଡ଼ିବ।

ସାବଧାନତା

୧.ବୟସ ଅନୁସାରେ ଶରୀର ପ୍ରତି ଯତ୍ନବାନ ହେବା ଜରୁରୀ।

୨. ଏଣୁତେଣୁ ଖାଦ୍ୟ ନ ଖାଇ ଶରୀରରେ ଭିଟାମିନ୍‌ ଓ ମିନେରାଲ୍‌ସ ପାଇଁ ଆବଶ୍ୟକ ଅନୁସାରେ ଭୋଜନ କରିବା ଆବଶ୍ୟକ।

୩. ଗର୍ଭାବସ୍ଥାରେ ଧୀରେ ଧୀରେ ଓଜନ ବୃଦ୍ଧି ପାଇଁ ଚେଷ୍ଟା କରିବା ଉଚିତ୍।

୪. ପ୍ରତ୍ୟେକ ଦିନ ୬ରୁ ୮ ଗ୍ଲାସ ପାଣି ପିଇବା ଆବଶ୍ୟକ।

 

Related story