ସୁନ୍ଦରଗଡ଼ ବିଧାନସଭା ନିର୍ବାଚନ ମାମଲାର ଆଜି ପରବର୍ତ୍ତୀ ଶୁଣାଣି  

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ମାମଲାର  ଆଜି ପରବର୍ତ୍ତୀ ଶୁଶାଣି ହେବ।ଗତକାଲି ତାଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣକୁ ହାଇକୋର୍ଟ ବାରଣ କରିଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରି ନ ଥିବାରୁ ତାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ନ କରିବାକୁ  ଆବେଦନକାରୀଙ୍କ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ। ଗତ ମେ’ ୧୨ ତାରିଖରେ ଯୋଗେଶ ସିଂହଙ୍କ ପକ୍ଷରୁ ସାକ୍ଷୀମାନଙ୍କ ସାକ୍ଷ୍ୟଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ଯୋଗେଶ ଏଥିପାଇଁ […]

jogasha

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 10:30 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ବିରୋଧରେ ଚାଲିଥିବା ନିର୍ବାଚନୀ ମାମଲାର  ଆଜି ପରବର୍ତ୍ତୀ ଶୁଶାଣି ହେବ।ଗତକାଲି ତାଙ୍କ ପକ୍ଷରୁ ସାକ୍ଷ୍ୟ ଗ୍ରହଣକୁ ହାଇକୋର୍ଟ ବାରଣ କରିଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରି ନ ଥିବାରୁ ତାଙ୍କ ପକ୍ଷରୁ ସାକ୍ଷ୍ୟଗ୍ରହଣ ନ କରିବାକୁ  ଆବେଦନକାରୀଙ୍କ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ।

ଗତ ମେ’ ୧୨ ତାରିଖରେ ଯୋଗେଶ ସିଂହଙ୍କ ପକ୍ଷରୁ ସାକ୍ଷୀମାନଙ୍କ ସାକ୍ଷ୍ୟଗ୍ରହଣ କରିବାକୁ ସ୍ଥିର ହୋଇଥିଲା। ଯୋଗେଶ ଏଥିପାଇଁ ସମୟ ମାଗିଥିଲେ ହେଁ, ଜାଣିଶୁଣି ମାମଲାରେ ବିଳମ୍ବ କରିବାକୁ ମହଲତ ମାଗୁଥିବା କହି ଆବେଦନକାରୀଙ୍କ ଓକିଲ  ବିରୋଧ କରିଥିଲେ। ଏସବୁକୁ  ଦୃଷ୍ଟିରେ ରଖି ୨ଟି ପୃଥକ ମାମଲାରେ ଅଢ଼େଇ ହଜାର ଟଙ୍କା ଲେଖାଏଁ ଅର୍ଥଦଣ୍ଡ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ୨ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କ ଓକିଲଙ୍କୁ ଏହି ଅର୍ଥ ଦେବାଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଯୋଗେଶ ଏଥିରେ ଖିଲାପ କରିଥିଲେ ।

Related story