କଂଗ୍ରେସ ବହୁ ଗୋଷ୍ଠୀରେ ବିଭକ୍ତ, ମୁଁ କେଉଁଥିରେ ବି ଫିଟ୍ ହେଉନି: ଇସ୍ତଫାର କାରଣ ଦର୍ଶାଇଲେ ସୁଲୋଚନା

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଦଳର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ସୁଲୋଚନା ଦାସ। ସୋସିଆଲ୍ ମିଡିଆରେ ତାଙ୍କର ଇସ୍ତଫା ସଂପର୍କରେ ସୂଚନା ଦେଇଛନ୍ତି ସୁଲୋଚନା। ଏଥିରେ ସେ ଲେଖିଛନ୍ତି, ପିସିସି ଓ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସମନ୍ୱୟର ଅଭାବ ଓ ଦଳରେ ବିଶୃଙ୍ଖଳା ଯୋଗୁଁ କାମ କରିବାରେ ସମସ୍ୟା ଦେଖାଦେଇଥିଲା। ଏଥିସହିତ ଦଳ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛି। ସେ ନିଜେ କୌଣସି ଗ୍ରୁପ୍‌ରେ ଫିଟ୍ ହେଉନାହାଁନ୍ତି ବୋଲି କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି […]

sulochana

Rakesh Mallick
  • Published: Monday, 19 June 2017
  • , Updated: 19 June 2017, 05:41 PM IST

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଦଳର ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ସୁଲୋଚନା ଦାସ। ସୋସିଆଲ୍ ମିଡିଆରେ ତାଙ୍କର ଇସ୍ତଫା ସଂପର୍କରେ ସୂଚନା ଦେଇଛନ୍ତି ସୁଲୋଚନା। ଏଥିରେ ସେ ଲେଖିଛନ୍ତି, ପିସିସି ଓ କଂଗ୍ରେସ ବିଧାୟକ ଦଳ ମଧ୍ୟରେ ସମନ୍ୱୟର ଅଭାବ ଓ ଦଳରେ ବିଶୃଙ୍ଖଳା ଯୋଗୁଁ କାମ କରିବାରେ ସମସ୍ୟା ଦେଖାଦେଇଥିଲା। ଏଥିସହିତ ଦଳ ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୋଇଛି। ସେ ନିଜେ କୌଣସି ଗ୍ରୁପ୍‌ରେ ଫିଟ୍ ହେଉନାହାଁନ୍ତି ବୋଲି କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ସୁଲୋଚନା।

ଦୁଇଦିନ ତଳେ କଂଗ୍ରେସର ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ ଦଳ ଛାଡିବା କଥା ଚିନ୍ତା କରୁଛନ୍ତି ବୋଲି କହିଥିଲେ। ବିଧାୟକ ଯୋଗେଶ ସିଂହ ମଧ୍ୟ ହାଇକମାଣ୍ଡଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଛନ୍ତି। ପୂର୍ବରୁ ଅନୁଗୋଳ ଜିଲ୍ଲା କଂଗ୍ରେସ ସଭାପତି ଓ ଢେଙ୍କାନାଳ ଜିଲ୍ଲା କଂଗ୍ରେସ ସଭାପତି ଦଳ ଛାଡି ଅନ୍ୟ ଦଳରେ ମିଶିଛନ୍ତି। ଜଣଙ୍କ ପରେ ଜଣେ ନେତା ଦଳ ଛାଡିବା ଓ ଦଳ ଛାଡିବାର ସଂକେତ ରାଜ୍ୟ କଂଗ୍ରେସ ପାଇଁ ଚିନ୍ତାର କାରଣ ହୋଇଛି।

Related story