ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୨୬କୁ ବୃଦ୍ଧି

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାର ମୃତକଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ଆଜି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ କାର୍ତ୍ତିକେଶ୍ୱର ଦାସ। ତାଙ୍କ ଘର ଭୁବନେଶ୍ୱରର ରସୁଲଗଡ଼ ନିକଟସ୍ଥ ଜିଜିପି କଲୋନିରେ। ସମ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ପରେ ତାଙ୍କୁ ଉଦ୍ଧାର କରାଯାଇ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ଗତକାଲି କଟକ ବଡ଼ ମେଡିକାଲ୍ ଓ […]

sum-hospital

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 05:45 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଏହି ଘଟଣାର ମୃତକଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି।

ଆଜି ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାଁ କାର୍ତ୍ତିକେଶ୍ୱର ଦାସ। ତାଙ୍କ ଘର ଭୁବନେଶ୍ୱରର ରସୁଲଗଡ଼ ନିକଟସ୍ଥ ଜିଜିପି କଲୋନିରେ। ସମ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ ପରେ ତାଙ୍କୁ ଉଦ୍ଧାର କରାଯାଇ ଆପୋଲୋ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ଗତକାଲି କଟକ ବଡ଼ ମେଡିକାଲ୍ ଓ ଆମ୍ରି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେମାନେ ହେଲେ ଖୋର୍ଦ୍ଧାର ସେକ୍ କୁର୍ବାନ ଓ ବ୍ରହ୍ମଗିରିର ଭଣ୍ଡାରୀକୁଦ ଅଞ୍ଚଳର ଅନ୍ନପୂର୍ଣ୍ଣା ସାମନ୍ତରାୟ।

Related story