ସମ୍‌ ଅଗ୍ନିକାଣ୍ଡ: ୨୭ରେ ମନୋଜଙ୍କ ଜାମିନ ଆବେଦନର ଶୁଣାଣି

ଭୁବନେଶ୍ୱର: କେସ ଡାଏରୀ ଦାଖଲ ହୋଇ ନ ଥିବାରୁ ଅଗ୍ନିକାଣ୍ଡରେ ଗିରଫ ହୋଇ ଜେଲରେ ଥିବା  ସମ୍‌ ହସପିଟାଲ ମାଲିକ ମନୋଜ ନାୟକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌  କୋର୍ଟରେ ଏହି ଶୁଶାଣି ହୋଇଛି।  ୨୭ ତାରିଖରେ କେସ୍‌ ଡାଏରୀ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍‌ ଅଗ୍ନିକାଣ୍ଡ ଦିନ ମୃତ୍ୟୁ ହୋଇଥିବା ୧୯ଜଣ ଲୋକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ […]

monoj-nayak

Rakesh Mallick
  • Published: Tuesday, 25 October 2016
  • , Updated: 25 October 2016, 03:01 PM IST

ଭୁବନେଶ୍ୱର: କେସ ଡାଏରୀ ଦାଖଲ ହୋଇ ନ ଥିବାରୁ ଅଗ୍ନିକାଣ୍ଡରେ ଗିରଫ ହୋଇ ଜେଲରେ ଥିବା  ସମ୍‌ ହସପିଟାଲ ମାଲିକ ମନୋଜ ନାୟକଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ଆସନ୍ତା ୨୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଆଜି ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍‌  କୋର୍ଟରେ ଏହି ଶୁଶାଣି ହୋଇଛି।  ୨୭ ତାରିଖରେ କେସ୍‌ ଡାଏରୀ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମ୍‌ ଅଗ୍ନିକାଣ୍ଡ ଦିନ ମୃତ୍ୟୁ ହୋଇଥିବା ୧୯ଜଣ ଲୋକଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି।

ଅଗ୍ନିଶମ ବିଭାଗର ଏକ ଟିମ୍‌ ଆଜି ପୁଣି ସମ୍‌ ହସପିଟାଲ ଯାଇ ଯାଞ୍ଚ କରିଛି।

ଗତକାଲି କମିଶନରେଟ୍‌ ପୋଲିସ୍‌ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମିତ ବାନାର୍ଜୀଙ୍କୁ ଜେରା କରିବା ସହ ହସପିଟାଲ୍‌ ରେଜିଷ୍ଟ୍ରେସନ୍‌ ନେଇ ଡିଏମ୍‌ଇଟି ଅଫିସରେ ଖୋଳତାଡ଼ କରିଥିଲା। ଆମ୍ରି ହସପିଟାଲରେ ଚିକିତ୍ସିତ ଆଉ ଜଣେ ରୋଗୀଙ୍କର ସୋମବାର ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି।

 

 

Related story