ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ନିଜ ଆଡୁ ରାଜ୍ୟ ମାନବାଧିକାର କମିଶନ ମାମଲା ଦାୟର କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଓ ଅଗ୍ନିଶମ ଡିଜି ବିନୟ ବେହାରାଙ୍କୁ ନୋଟିସ୍‌ ଜାରି କରାଯାଇଛି। ୩ ସପ୍ତାହ ମଧ୍ୟରେ ଘଟଣାର ଯାଞ୍ଚ କରି ରିପୋର୍ଟ  ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଏନ୍‌ଏଚ୍‌ଏମ୍‌ର ଅତିରିକ୍ତ ନିର୍ଦ୍ଦେଶକ ଓ ମେଡିକାଲ ଏଡୁକେସନ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ଦାୟିତ୍ୱରେ ରହିଛନ୍ତି। […]

human-right

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 04:49 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ନିଜ ଆଡୁ ରାଜ୍ୟ ମାନବାଧିକାର କମିଶନ ମାମଲା ଦାୟର କରିଛନ୍ତି। ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ଓ ଅଗ୍ନିଶମ ଡିଜି ବିନୟ ବେହାରାଙ୍କୁ ନୋଟିସ୍‌ ଜାରି କରାଯାଇଛି। ୩ ସପ୍ତାହ ମଧ୍ୟରେ ଘଟଣାର ଯାଞ୍ଚ କରି ରିପୋର୍ଟ  ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଏନ୍‌ଏଚ୍‌ଏମ୍‌ର ଅତିରିକ୍ତ ନିର୍ଦ୍ଦେଶକ ଓ ମେଡିକାଲ ଏଡୁକେସନ ଯୁଗ୍ମ ନିର୍ଦ୍ଦେଶକ ମଧ୍ୟ ଦାୟିତ୍ୱରେ ରହିଛନ୍ତି। ପ୍ରତି ଘଣ୍ଟାରେ କଣ୍ଟ୍ରୋଲ ରୁମ୍‌ ଆହତଙ୍କ ଚିକିତ୍ସାର ସମୀକ୍ଷା କରିବ। ମୃତାହତଙ୍କ ସମ୍ପର୍କରେ ଜାଣିବା ପାଇଁ ଫୋନ୍‌ ନମ୍ୱର ଦିଆଯାଇଛି। ନମ୍ୱରଟି ହେଲା ୦୬୭୪-୨୫୩୬୯୪୯।

ହସ୍ପିଟାଲରେ କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଏ ନେଇ ତଦାରଖ କରିବା ପାଇଁ ପୋଲିସ୍‌ କମିଶନରଙ୍କ ସହ ଫରେନସିକ୍‌ ଟିମ୍‌ ଘଟଣାସ୍ଥଳରେ ପହଛିଞ୍ଚି।

ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା ପାଇଁ ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।

Related story