ସମ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୨୦ ଛୁଇଁଲା

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗ ୱାର୍ଡରେ ନିଆଁ ଲାଗିଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୧୦୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳେ ଏମସ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରି ନାହିଁ। ଆଜି ସକାଳେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସମ୍‌ ହସ୍ପିଟାଲ […]

sum

Rakesh Mallick
  • Published: Tuesday, 18 October 2016
  • , Updated: 18 October 2016, 04:19 PM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାର ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚିଛି। ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ ଯୋଗୁଁ ସମ୍‌ ହସ୍ପିଟାଲର ଡାଏଲେସିସି ବିଭାଗ ୱାର୍ଡରେ ନିଆଁ ଲାଗିଥିଲା। ଏଥିରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ୧୦୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସକାଳେ ଏମସ୍‌ରେ ଚିକିତ୍ସାଧୀନ ଥିବା ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ଘଟିଛି। ତାଙ୍କ ପରିଚୟ ମିଳିପାରି ନାହିଁ।

ଆଜି ସକାଳେ ସ୍ୱାସ୍ଥ୍ୟ ସଚିବ ଆରତୀ ଆହୁଜା ସମ୍‌ ହସ୍ପିଟାଲ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସେ କହିଛନ୍ତି,“ ହସ୍ପିଟାଲର ଆଇସିୟୁ ଓ ଡାଏଲେସିସି ୱାର୍ଡକୁ ସିଲ୍‌ କରାଯାଇଥିବା ବେଳେ ଜରୁରୀକାଳିନ ବିଭାଗକୁ ମଧ୍ୟ ସିଲ୍‌ କରାଯାଇଛି। ଅଗ୍ନିକାଣ୍ଡର କାରଣ ନେଇ ଖୁବ୍‌ଶୀଘ୍ର ତଦନ୍ତ କରାଯିବ। ଏହାସହିତ ମୃତକଙ୍କୁ ନିଜ ଘରକୁ ଯିବା ଲାଗି ଗାଡ଼ି ଯୋଗାଇ ଦିଆଯାଉଛି।”

ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୧୯ ଜଣଙ୍କ ଶବ ବ୍ୟବଚ୍ଛେଦ ସରିବା ପରେ ସେମାନଙ୍କ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି। ପୁରୀ ସ୍ୱର୍ଗ ଦ୍ୱାରରେ ୬ ଜଣଙ୍କ ଶବଦାହ ସମ୍ପନ୍ନ ହୋଇଛି। ୧୦୬ ଜଣ ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କ୍ୟାପିଟାଲ ହସ୍ପିଟାଲ, ଏସ୍‌ସିବି, ଆମ୍ରି ଓ କିମ୍ସ ସମେତ ବିଭିନ୍ନ ହସ୍ପିଟାଲରେ ଆହତଙ୍କୁ ଚିକିତ୍ସା କରାଯାଉଛି। ବର୍ତ୍ତମାନ ସୁଦ୍ଧା  ଆମ୍ରିରେ ୩୪, କ୍ୟାପିଟାଲରେ ୫, କିମ୍ସରେ ୧୪, ଏସ୍‌ସିବିରେ ୬, ଆପୋଲୋରେ ୬, ନୀଳାଚଳରେ ୮ ଓ କଳିଙ୍ଗ ହସ୍ପିଟାଲରେ ୫ ଜଣଙ୍କୁ ଭର୍ତ୍ତି କରାଯାଇଛି।

ମୃତକଙ୍କ ପରିଚୟ ମିଳିଛି। ସେମାନେ ହେଲେ ମନସ୍ୱିନୀ ଷଡ଼ଙ୍ଗୀ (ଜଙ୍କିଆ),  ପ୍ରସନ୍ନ ତ୍ରିପାଠୀ (ବୋଲଗଡ଼), ଲତିକା ଦାସ (ଭୁବନେଶ୍ୱର ଭୀମଟାଙ୍ଗି), ଅଶୋକ ସାହୁ (ସାମନ୍ତରାପୁର), ମହମ୍ମଦ ଜାକିର୍‌ ହୁସେନ୍‌ (କେରଙ୍ଗ), ନଗେନ୍ଦ୍ର ନାଥ ସୁର (ଜଳେଶ୍ୱର), ପଦ୍ମିନୀ ଦେହୁରୀ (କେନ୍ଦୁଝର), ତ୍ରିବେଣୀ ନାୟକ (ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ) ଲିଙ୍ଗରାଜ ରାଉଳ (ଛତ୍ରପୁର), ଭାଗ୍ୟଧର ବେହେରା (କାମାକ୍ଷାନଗର), ଶୈଳବାଳା ସାସମଲ (ଜଗତସିଂହପୁର ଦହିପଦା), ରଜନୀ ପାତ୍ର (ଖୋର୍ଦ୍ଧା କହ୍ନେଇପୁର), ସୁଲୋଚନା ପରିଡା ( ରଘୁନାଥପୁର, କେନ୍ଦ୍ରାପଡ଼ା), ଯୋଗେନ୍ଦ୍ର କୁମାର (ବେଗୁନିଆ), ନିମାଇଁ ନାୟକ (ଭୁବନେଶ୍ୱର ୟୁନିଟ୍‌-୮), ସୁକାନ୍ତି ସାହୁ (ବେଲପଡ଼ା ଜଟଣୀ),  ପି.କଲ୍ୟାଣୀ ପାତ୍ର (କବିସୂର୍ଯ୍ୟନଗର), ଲୋଚନ ବରାଳ (ବେଗୁନିଆ), ମହମ୍ମଦ ହସନ୍‌ (ଭୁବନେଶ୍ୱର ବଡ଼ଗଡ଼ କେନାଲ ରୋଡ୍‌)।

ମୃତାହତଙ୍କ ସମ୍ପର୍କରେ ଜାଣିବା ଲାଗି ହେଲପ୍‌ ଲାଇନ୍‌ ମଧ୍ୟ ଜାରି ହୋଇଛି। କ୍ୟାପିଟାଲ ହସ୍ପିଟାଲ ନଂ- ୯୪୩୯୯୯୧୨୨୬ ଓ ଆମ୍ରି ହସ୍ପିଟାଲ ନମ୍ୱର-୦୬୭୪-୬୬୬୬୬୦୦ ରହିଛି।

ଏହି ଅଗ୍ନିକାଣ୍ଡକୁ ନେଇ  ରାଜ୍ୟପାଳ ଏସ୍‌.ସି ଜମିର ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ଗୁରୁତରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ଆରଡିସି ସ୍ତରୀୟ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ସାହାଯ୍ୟ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Related story