ସୂର୍ଯ୍ୟ ମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ କୋଣାର୍କ ବନ୍ଦ

କୋଣାର୍କ: ସୂର୍ଯ୍ୟମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ ଆଜି କୋଣାର୍କ ସୁରକ୍ଷା ସମିତି କୋଣାର୍କ ବନ୍ଦ ଡାକରା ଦେଇଛି। ଏହା ସହ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିରର ଟିକେଟ୍ କାଉଣ୍ଟରରେ ତାଲା ପକାଇବା ସହ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ଦୋକାନ ବଜାର  ବନ୍ଦ ରହିଛି। ପୁନଃ ଲାଗୁ ହୋଇଥିବା ବର୍ଦ୍ଧିତ ଫି’ କୁ ପ୍ରତ୍ୟାହାର କରିବାକୁ  ସୁରକ୍ଷା ସମିତି ଦାବି କରିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ […]

sun temple

Rakesh Mallick
  • Published: Friday, 06 May 2016
  • , Updated: 06 May 2016, 05:19 AM IST

କୋଣାର୍କ: ସୂର୍ଯ୍ୟମନ୍ଦିରରେ ବର୍ଦ୍ଧିତ ପ୍ରବେଶ ଶୁଳ୍କ ପୁନଃ ଲାଗୁ ପ୍ରତିବାଦରେ ଆଜି କୋଣାର୍କ ସୁରକ୍ଷା ସମିତି କୋଣାର୍କ ବନ୍ଦ ଡାକରା ଦେଇଛି। ଏହା ସହ କୋଣାର୍କ ସୁରକ୍ଷା ସମିତିର କର୍ମକର୍ତ୍ତାମାନେ ସୂର୍ଯ୍ୟମନ୍ଦିରର ଟିକେଟ୍ କାଉଣ୍ଟରରେ ତାଲା ପକାଇବା ସହ ମନ୍ଦିର ସମ୍ମୁଖରେ ଧାରଣାରେ ବସିଛନ୍ତି। ଫଳରେ ଦୋକାନ ବଜାର  ବନ୍ଦ ରହିଛି। ପୁନଃ ଲାଗୁ ହୋଇଥିବା ବର୍ଦ୍ଧିତ ଫି’ କୁ ପ୍ରତ୍ୟାହାର କରିବାକୁ  ସୁରକ୍ଷା ସମିତି ଦାବି କରିଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଅବ୍ୟାହତ ରହିବ ବୋଲି ସୁରକ୍ଷା ସମିତି ଚେତାବନୀ ଦେଇଛି। ଟିକେଟ କାଉଣ୍ଟର ବନ୍ଦ ରହିଥିବାରୁ  ପର୍ଯ୍ୟଟକମାନେ  ସୂର୍ଯ୍ୟମନ୍ଦିର  ନ ଦେଖି ଫେରି ଯାଉଛନ୍ତି।

 ଅନ୍ୟପକ୍ଷରେ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ  ବ୍ୟାପକ ପୋଲିସ୍  ମୁତୟନ କରାଯାଇଛି।

Related story