ପେଟ୍ରୋଲ୍‌ ଢାଳି ୨ ଝିଅ ସହ ସ୍ତ୍ରୀକୁ ଜାଳି ଦେଲା ସ୍ୱାମୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ପେଟ୍ରୋଲ୍ ଢାଳି ଜାଳି ଦେଇଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି। ପାରିବାରିକ କଳହକୁ ନେଇ ଏ ଘଟଣା ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜୟରାମ ମହାନନ୍ଦିଆର ଘର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଅଞ୍ଚଳରେ। ସେ ଦର୍ଲିପାଲିରେ ତା’ ସ୍ତ୍ରୀ […]

sundargarh

Rakesh Mallick
  • Published: Friday, 16 December 2016
  • , Updated: 16 December 2016, 09:43 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କୁ ପେଟ୍ରୋଲ୍ ଢାଳି ଜାଳି ଦେଇଛି। ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ସୁନ୍ଦରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ଫେରାର ହୋଇଯାଇଛି।

ପାରିବାରିକ କଳହକୁ ନେଇ ଏ ଘଟଣା ଘଟିଥିବା କୁହାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜୟରାମ ମହାନନ୍ଦିଆର ଘର ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଅଞ୍ଚଳରେ। ସେ ଦର୍ଲିପାଲିରେ ତା’ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ଭଡ଼ା ଘରେ ରହୁଥିଲା। ଦର୍ଲିପାଲି ଏନ୍‌ଟିପିସିରେ କାମ କରିବାକୁ ସେ ଏଠାକୁ ଚାଲି ଆସିଥିଲା। ଗତ ଦୀପାବଳିରେ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏହା ପରେ ଜୟାମ ଘର ଛାଡ଼ି ଚାଲି ଯାଇଥିଲା। ହେଲେ ଗତକାଲି ରାତିରେ ସମସ୍ତେ ଶୋଇଥିବା ବେଳେ ପାଖାପାଖି ସାଢ଼େ ୩ଟା ବେଳେ ସେ ହଠାତ୍ ଆସି ସ୍ତ୍ରୀ ଓ ଦୁଇ ଝିଅଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ଘଟଣା ସଂପର୍କରେ ଖବର ପାଇ ସଦର ଏସ୍‌ଡିପିଓ ପ୍ରଶାନ୍ତ କୁମାର ମହାନ୍ତି ଡାକ୍ତରଖାନାରେ ପହଞ୍ଚି ଆହତମାନଙ୍କୁ ପଚରାଉଚରା କରିଛନ୍ତି।

Related story