ବନ୍ଦ କୋଠରୀରୁ ମିଳିଲା ୫ଟି ମୃତଦେହ: ସମସ୍ତେ ଗୋଟିଏ ପରିବାରର, ପଚା ଗନ୍ଧ ବାହାରିବାରୁ ଜଣାପଡ଼ିଲା

ସୁନ୍ଦରଗଡ଼: ବନ୍ଦ କୋଠରୀରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆଜି ପଚା ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି। ପୋଲିସ ସୂତ୍ରରୁ ପ୍ରକାଶ, ବସୁନ୍ଧରା କୋଇଲା ଖଣି ଷ୍ଟାଫ୍‌ କ୍ୱାର୍ଟର୍ସରେ ଶ୍ରମିକ ଠିକାଦାର ରାମ ପ୍ରସାଦ ଶର୍ମା ସପରିବାର ସହ […]

suicide

Rakesh Mallick
  • Published: Monday, 17 July 2017
  • , Updated: 17 July 2017, 06:33 PM IST

ସୁନ୍ଦରଗଡ଼: ବନ୍ଦ କୋଠରୀରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମାତ୍ର ସେମାନଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଆଜି ପଚା ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଘଟିଛି।

ପୋଲିସ ସୂତ୍ରରୁ ପ୍ରକାଶ, ବସୁନ୍ଧରା କୋଇଲା ଖଣି ଷ୍ଟାଫ୍‌ କ୍ୱାର୍ଟର୍ସରେ ଶ୍ରମିକ ଠିକାଦାର ରାମ ପ୍ରସାଦ ଶର୍ମା ସପରିବାର ସହ ରହୁଥିଲେ। ତାଙ୍କର ପରିବାର କହିଲେ ପତ୍ନୀ, ଦୁଇ ଝିଅ ଓ ପୁଅ। ତେବେ ଗତ ଶୁକ୍ରବାରଠାରୁ ରାମ ପ୍ରସାଦଙ୍କ ଘର କବାଟ ବନ୍ଦ ରହିଥିଲା। ପରିବାର ଲୋକେ କେହି ବାହାରକୁ ଆସୁନଥିଲେ। ଏନେଇ କ୍ୱାର୍ଟର୍ସରେ ଅନ୍ୟ ଶ୍ରମିକଙ୍କ ମନରେ ସନ୍ଦେହ ହେଉଥିଲେ ମଧ୍ୟ କବାଟ ବାଡାଉ ନଥିଲେ। ତେବେ ଆଜି ଉକ୍ତ ଘରୁ ପଚା ଗନ୍ଧ ବାହାରିବାରୁ କ୍ୱାର୍ଟର୍ସ ବାସୀଙ୍କ ମଧ୍ୟରେ ସନ୍ଦେହ ହୋଇଥିଲା। ପରେ ଏନେଇ ହେମଗିରି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story