ହାତୀ ଭାଙ୍ଗିଲା ଘର: ୪ ବର୍ଷର ଶିଶୁ ମୃତ, ମା’ ଗୁରୁତର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ହାତୀ ପଶି ଜଣେ ୪ ବର୍ଷର ଶିଶୁକୁ ଦଳି ଦେଇଛି। ଶିଶୁର ମା’ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତକାଲି ରାତିରେ ମା’ ଓ ତାଙ୍କ ୪ ବର୍ଷର ଝିଅ ଘରରେ ଶୋଇଥିଲେ। ବିଳମ୍ୱିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ହାତୀ ଟିମନା ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଶିଶୁ କନ୍ୟାକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ […]

sundragada hati daledala

Rakesh Mallick
  • Published: Wednesday, 24 August 2016
  • , Updated: 24 August 2016, 10:46 AM IST

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଟିମନା ଗାଁରେ ହାତୀ ପଶି ଜଣେ ୪ ବର୍ଷର ଶିଶୁକୁ ଦଳି ଦେଇଛି। ଶିଶୁର ମା’ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ରାତିରେ ମା’ ଓ ତାଙ୍କ ୪ ବର୍ଷର ଝିଅ ଘରରେ ଶୋଇଥିଲେ। ବିଳମ୍ୱିତ ରାତିରେ ନିକଟସ୍ଥ ଜଙ୍ଗଲରୁ ଗୋଟିଏ ହାତୀ ଟିମନା ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଶିଶୁ କନ୍ୟାକୁ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା।

ଏହି ଘଟଣା ପରେ ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଯଥାଶୀଘ୍ର ସହାୟତା ଯୋଗାଇ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି।

Related story