ସୁଙ୍କି ବିସ୍ଫୋରଣ ପଛରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ନନ୍ଦପୁର କମିଟିର ସମ୍ପୃକ୍ତି ସନ୍ଦେହ

କୋରାପୁଟ: କୋରାପୁଟ ସୁଙ୍କି ଘାଟିରେ ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପଛରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ନନ୍ଦପୁର କମିଟିର ସମ୍ପୃକ୍ତି ସନ୍ଦେହ କରାଯାଉଛି। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌. ସାଇନି। ସେ କହିଛନ୍ତି,“ମାଓବାଦୀଙ୍କୁ ଏହାର ଜବାବ ଦିଆଯିବ। ମାଓ ପ୍ରବଣ ଅଞ୍ଚଳରେ କୁମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ସୁଙ୍କି ଘାଟି ବିସ୍ଫୋରଣର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି। କ୍ରାଇମବ୍ରାଞ୍ଚର ଲେଫ୍ଟ ୱିଙ୍ଗ ଏକ୍ସଟ୍ରିମିଷ୍ଟ ୱିଙ୍ଗ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି। ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ […]

s.saini

Rakesh Mallick
  • Published: Friday, 03 February 2017
  • , Updated: 03 February 2017, 05:27 PM IST

କୋରାପୁଟ: କୋରାପୁଟ ସୁଙ୍କି ଘାଟିରେ ହୋଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପଛରେ ଆନ୍ଧ୍ର-ଓଡ଼ିଶା ବର୍ଡ଼ର ନନ୍ଦପୁର କମିଟିର ସମ୍ପୃକ୍ତି ସନ୍ଦେହ କରାଯାଉଛି। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍‌. ସାଇନି।

ସେ କହିଛନ୍ତି,“ମାଓବାଦୀଙ୍କୁ ଏହାର ଜବାବ ଦିଆଯିବ। ମାଓ ପ୍ରବଣ ଅଞ୍ଚଳରେ କୁମ୍ୱିଂ ଅପରେଶନ୍‌କୁ ଜୋରଦାର କରାଯାଇଛି। ସୁଙ୍କି ଘାଟି ବିସ୍ଫୋରଣର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚ ନେଇଛି। କ୍ରାଇମବ୍ରାଞ୍ଚର ଲେଫ୍ଟ ୱିଙ୍ଗ ଏକ୍ସଟ୍ରିମିଷ୍ଟ ୱିଙ୍ଗ ବିସ୍ଫୋରଣ ଘଟଣାର ତଦନ୍ତ କରୁଛି। ଜଣେ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ୪ ଜଣିଆ ଟିମ୍‌ ମଧ୍ୟ କୋରାପୁଟ ଯାଇଛି। ଏହି ଟିମ୍‌ ସହ ଫୋରେନ୍‌ସିକ୍‌ ଏକ୍ସପର୍ଟ ମଧ୍ୟ କୋରାପୁଟ ଯାଇଛନ୍ତି। କେଉଁ ପରିସ୍ଥିତିରେ ଓ କିଭଳି ବିସ୍ଫୋରଣ ଘଟଣା, ବିସ୍ଫୋରଣରେ କେଉଁ ପ୍ରକାରର ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି ଏହି ଟିମ୍‌ ତା’ର ତାହାର ତଦନ୍ତ କରିବ।”

Related story