ସୁରବାବା ବିବାଦ: ଆଶ୍ରମରୁ ବିଡା ବିଡା ନୋଟ ଜବତ, ଆକାଉଣ୍ଟରୁ ୨କୋଟି ୪୦ଲକ୍ଷ ଟଙ୍କା ଠାବ

ଭୁବନେଶ୍ୱର: ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କୁ କ୍ରାଇମବ୍ରାଞ୍ଚ ଜେରାର ଦ୍ୱିତୀୟ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ୧୨ଜଣିଆ ଟିମ ଯାଞ୍ଚ ଜାରି ରଖିଛି। ଚର୍ଚ୍ଚିତ ପୋଥୀ ଖୋଜୁ ଖୋଜୁ କ୍ରାଇମବ୍ରାଞ୍ଚ ହାତରେ ପଡିଛି ବିଡା ବିଡା ୧୦୦୦ ଟଙ୍କିଆ ନୋଟ । ଏସବୁ ଟଙ୍କା କେଉଁଠୁ ଆସିଲା, ତା’ର ଖୋଳତାଡ କ୍ରାଇମବ୍ରାଞ୍ଚ କରୁଛି । ଦାନସୂତ୍ରରେ ଏହି ଟଙ୍କା ସଂଗୃହିତ ହୋଇଛି ନା […]

sura-1 (2)

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 06:04 PM IST

ଭୁବନେଶ୍ୱର: ଝିଇଁଣ୍ଟି ତ୍ରାହି ଅଚ୍ୟୁତ ଆଶ୍ରମ ମୁଖ୍ୟ ସୁରବାବାଙ୍କୁ କ୍ରାଇମବ୍ରାଞ୍ଚ ଜେରାର ଦ୍ୱିତୀୟ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ୧୨ଜଣିଆ ଟିମ ଯାଞ୍ଚ ଜାରି ରଖିଛି। ଚର୍ଚ୍ଚିତ ପୋଥୀ ଖୋଜୁ ଖୋଜୁ କ୍ରାଇମବ୍ରାଞ୍ଚ ହାତରେ ପଡିଛି ବିଡା ବିଡା ୧୦୦୦ ଟଙ୍କିଆ ନୋଟ । ଏସବୁ ଟଙ୍କା କେଉଁଠୁ ଆସିଲା, ତା'ର ଖୋଳତାଡ କ୍ରାଇମବ୍ରାଞ୍ଚ କରୁଛି । ଦାନସୂତ୍ରରେ ଏହି ଟଙ୍କା ସଂଗୃହିତ ହୋଇଛି ନା ଅନ୍ୟ କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଆସିଛି, ଏହାର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ଏହାସହ ଆଶ୍ରମରୁ କ୍ରାଇମବ୍ରାଞ୍ଚ ଟିମ ୨୦ରୁ ଅଧିକ ହୁଣ୍ଡି ଓ ଦାନବାକ୍ସ ଜବତ କରିଛି । ଗୋଟିଏ ସିନ୍ଦୁକରୁ ୨୫ଲକ୍ଷ ଟଙ୍କା ମିଳିଛି । ଟଙ୍କା ଗଣିବା ପାଇଁ ଟଙ୍କା ଗଣା ମେସିନ ଆଶ୍ରମକୁ ନିଆଯାଇଛି । ଆଶ୍ରମରେ ଥିବା ପୋ ଘରୁ ତାଳପତ୍ର ପୋଥୀ ଓ ଜାତକ ଜବତ କରାଯାଇଛି । ତେବେ ଜବତ ତାଳପତ୍ର ପୋଥୀ ଶୂନ୍ୟ ପୋଥୀ କି ନୁହଁ ତାହା ଜଣାପଡିନାହିଁ ।

ସେପଟେ ଆଶ୍ରମ ଭିତରେ ଥିବା ଏସବିଆଇ ଶାଖାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରିବା ବେଳେ କୋଟି କୋଟି ଟଙ୍କା ଠାବ କରିଛି ।ସୁରବାବା ପରିବାର ସଦସ୍ୟଙ୍କୁ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ, ସୁରବାବା, ତାଙ୍କ ସ୍ତ୍ରୀ,ବୋହୁ ଏବଂ ଦୁଇପୁଅଙ୍କ ଆକାଉଣ୍ଟ ଓ ଟ୍ରଷ୍ଟ ଆକାଉଣ୍ଟରେ ୨ କୋଟି ୪୦ ଲକ୍ଷ ଟଙ୍କା ରହିଛି। ୭ଟି ଆକାଉଣ୍ଟରୁ ଏହି ଟଙ୍କା ଠାବ ହୋଇଥିବା କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା ସୂଚନା ଦେଇଛନ୍ତି। ଏହାସହ ଆଶ୍ରମ ସମେତ ତ୍ରାହି ଅଚ୍ୟୁତ ନଗରରେ ଯାଞ୍ଚ ଚାଲିଛି। ଆଶ୍ରମ ଅନ୍ତେବାସୀଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚୁରା କରି ତଥ୍ୟ ସଂଗ୍ରହ କରୁଛି । କ୍ରାଇମବ୍ରାଞ୍ଚର ଆଉ ଏକ ଟିମ୍ ଯୌନ କେଳେଙ୍କାରୀ ଅଭିଯୋଗ ଆଣିଥିବା ମହିଳାଙ୍କ ଗାଁକୁ ଯାଇ ତାଙ୍କ ବୟାନ ରେକର୍ଡ କରିଛି। କ୍ରାଇମବ୍ରାଞ୍ଚର ଅନ୍ୟ ଏକ ଟିମ୍ ତ୍ରାହି ଅଚ୍ୟୁତ ଆଶ୍ରମ ସମ୍ୱନ୍ଧୀୟ ସମସ୍ତ ମାମଲା, କେଶ ଡାଇରୀ, ସିଜର ଲିଷ୍ଟ ଆଦି ବାଲିପାଟଣା ପୋଲିସଠାରୁ ସଂଗ୍ରହ କରିଛି। ସୁରବାବା ଏବଂ ତାଙ୍କ ଦୁଇପୁଅଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ ପଚରାଉଚୁରାରେ କ୍ରାଇମବ୍ରାଞ୍ଚକୁ ସେମାନେ ସବୁ ତଥ୍ୟ ଦେଉ ନ ଥିବା ସୂଚନା ମିଳିଛି।

Related story