ସୁରବାବା ଓ ତାଙ୍କ ଦୁଇପୁଅଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓ ଓରଫ ସୁର ବାବାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ବାବା ଓ ତାଙ୍କ ଦୁଇ ପୁଅଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଆଜି ଜେଏମଏଫସି କୋର୍ଟରେ ପୋଲିସ ଆବେଦନ କରିଛି। ରିମାଣ୍ଡରେ ଆଣି ସୁର ସାମ୍ରାଜ୍ୟର ଅସଲ କାହାଣୀ ଓ ତାଙ୍କ କଳା କାରନାମା ସମ୍ପର୍କରେ ଖୋଳତାଡ଼ କରିବ ପୋଲିସ୍। ସୋମବାର ସନ୍ଧ୍ୟାରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ସୁରେନ୍ଦ୍ରଙ୍କ […]

court

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 06:34 AM IST

ଭୁବନେଶ୍ୱର: ସୁରେନ୍ଦ୍ର ମିଶ୍ର ଓ ଓରଫ ସୁର ବାବାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବ କମିଶନରେଟ୍ ପୋଲିସ। ବାବା ଓ ତାଙ୍କ ଦୁଇ ପୁଅଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ ଆଜି ଜେଏମଏଫସି କୋର୍ଟରେ ପୋଲିସ ଆବେଦନ କରିଛି। ରିମାଣ୍ଡରେ ଆଣି ସୁର ସାମ୍ରାଜ୍ୟର ଅସଲ କାହାଣୀ ଓ ତାଙ୍କ କଳା କାରନାମା ସମ୍ପର୍କରେ ଖୋଳତାଡ଼ କରିବ ପୋଲିସ୍।

ସୋମବାର ସନ୍ଧ୍ୟାରେ ସୁରେନ୍ଦ୍ର ଏବଂ ତାଙ୍କ ଦୁଇ ପୁଅଙ୍କୁ ଖୋର୍ଦ୍ଧା ଜେଏମଏଫସିଙ୍କ କୋର୍ଟରେ ହାଜର କରାଯାଇଥିଲା। ତେବେ ସୁରେନ୍ଦ୍ରଙ୍କ ପକ୍ଷରୁ ଜାମିନ ଆବେଦନ କରାଯାଇ ନ ଥିଲା କି ପୋଲିସ ରିମାଣ୍ଡରେ ଆଣିବାକୁ ଆବେଦନ କରି ନ ଥିଲା। ଫଳରେ ସୁରବାବା ଓ ତାଙ୍କ ଦୁଇ ପୁଅଙ୍କୁ ଝାରପଡା ଜେଲକୁ ପଠାଇ ଦିଆଯାଥିଲା।

ରବିବାର ପୋଲିସ୍ ହେପାଜତରେ ଥିବା ସୁରେନ୍ଦ୍ର ମିଶ୍ର ଓରଫ ସୁରବାବାଙ୍କୁ ସୋମବାର ଗିରଫ କରାଯାଇଥିଲା। ସୁରବାବାଙ୍କ ସହିତ ତାଙ୍କର ଦୁଇ ପୁଅ ବିରଞ୍ଚି ଓ ତ୍ରିଲୋଚନଙ୍କୁ ମଧ୍ୟ ଗିରଫ କରାଯାଇଥଲା। ଗିରଫ କରାଯିବା ପୂର୍ବରୁ ବାପପୁଅ ତିନି ଜଣଙ୍କୁ ଭୁବନେଶ୍ୱର ସ୍ଥିତ ପୋଲିସ୍ କମିଶନରେଟର ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯାଇ ପଚରାଉଚରା କରାଯାଇଥିଲା।

Related story