ସୁରତ କାର୍ଯ୍ୟକ୍ରମରେ ଓସ୍କାରକୁ ‘ମୋ କମ୍ପାନୀ’ କହିଥିଲେ ଉତ୍ତମ ମହାନ୍ତି

ଭୁବନେଶ୍ୱର: ଓସ୍କାର ସହ ଓଲିଉଡ଼ର ଲିଙ୍କ ନେଇ ପୁଣି ଏକ ରହସ୍ୟରୁ ପରଦା ଉଠିଛି। ୨୦୦୯ ପୂର୍ବରୁ ମଧ୍ୟ ଓଲିଉଡ଼ କଳାକାରମାନେ ସୁରତ ଯାଇ ଓସ୍କାରର ଗୁଣଗାନ କରିଛନ୍ତି। ଅଭିନେତା ଉତ୍ତମ ମହାନ୍ତି, ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସହ ଅଭିନେତ୍ରୀ କାଜଲ ସାମଲ ୨୦୦୮ରେ ସୁରତ ଯାଇ ଓସ୍କାରର କାର୍ଯ୍ୟକ୍ରମ ଯୋଗଦେଇ କମ୍ପାନୀର ଗୁଣଗାନ କରିବା ସହ ପ୍ରଭାସ ରାଉତଙ୍କ ପ୍ରଶଂସା କରିଥିଲେ। କେବଳ ପ୍ରଶଂସା କି ଗୁନଗାନ ନୁହେଁ ଉତ୍ତମ ମହାନ୍ତି ଓସ୍କାରକୁ ନିଜ […]

oscar

Rakesh Mallick
  • Published: Thursday, 23 June 2016
  • , Updated: 24 June 2016, 07:03 AM IST

ଭୁବନେଶ୍ୱର: ଓସ୍କାର ସହ ଓଲିଉଡ଼ର ଲିଙ୍କ ନେଇ ପୁଣି ଏକ ରହସ୍ୟରୁ ପରଦା ଉଠିଛି। ୨୦୦୯ ପୂର୍ବରୁ ମଧ୍ୟ ଓଲିଉଡ଼ କଳାକାରମାନେ ସୁରତ ଯାଇ ଓସ୍କାରର ଗୁଣଗାନ କରିଛନ୍ତି। ଅଭିନେତା ଉତ୍ତମ ମହାନ୍ତି, ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ସହ ଅଭିନେତ୍ରୀ କାଜଲ ସାମଲ ୨୦୦୮ରେ ସୁରତ ଯାଇ ଓସ୍କାରର କାର୍ଯ୍ୟକ୍ରମ ଯୋଗଦେଇ କମ୍ପାନୀର ଗୁଣଗାନ କରିବା ସହ ପ୍ରଭାସ ରାଉତଙ୍କ ପ୍ରଶଂସା କରିଥିଲେ। କେବଳ ପ୍ରଶଂସା କି ଗୁନଗାନ ନୁହେଁ ଉତ୍ତମ ମହାନ୍ତି ଓସ୍କାରକୁ ନିଜ କମ୍ପାନୀ ବୋଲି କହିବାକୁ ପଛାଇ ନ ଥିଲେ।

୨୦୦୮ରେ ସୁରତରେ କମ୍ପାନୀ ବାର୍ଷିକ ଉତ୍ସବରେ ଏହି କଳାକାରମାନେ ଯୋଗ ଦେଇଥିଲେ। ଏଥିରେ ଉତ୍ତମ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ସହ ପପୁ ପମ୍‌ପମ୍‌ ଓ କାଜଲ ମଧ୍ୟ ଯୋଗ ଦେଇଥିଲେ। ମଞ୍ଚରେ ପ୍ରଭାସ ରାଉତ ଓ ଅନ୍ୟ କର୍ମଚାରୀଙ୍କ ସହ ଏହି ୩ କଳାକାର ପୁରସ୍କାର ବିତରଣ କରିଥିଲେ। ସେଠାରେ ଏମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଉତ୍ତମ ମହାନ୍ତି ବାରମ୍ବାର ତାଙ୍କ ବକ୍ତବ୍ୟରେ ଓସ୍କାରକୁ ମୋ କମ୍ପାନୀ ବୋଲି କହିଥିଲେ। ଉତ୍ତମ ମହାନ୍ତିଙ୍କ ଭଳି ଜଣେ ଲୋକପ୍ରିୟ ଅଭିନେତାଙ୍କ ଏହି ବକ୍ତବ୍ୟ ଲୋକଙ୍କ ଭିତରେ କମ୍ପାନୀ ପ୍ରତି ବିଶ୍ୱାସ ବଢାଇବାରେ ସହାୟକ ହୋଇନାହିଁ କି? ବାରମ୍ବାର ଓସ୍କାର କମ୍ପାନୀ ବାର୍ଷିକ ସମ୍ମିଳନୀରେ ଏହି କଳାକାରମାନେ କାହିଁକି ଯୋଗ ଦେଉଥିଲେ? ଏହି କଳାକାରମାନଙ୍କୁ ନିଜ କାର୍ଯ୍ୟକ୍ରମରେ ନେଇ ପ୍ରଭାସ ଲୋକଙ୍କ ବିଶ୍ୱାସ ଭଜନ ହେବାକୁ ଚେଷ୍ଟା କରି ନ ଥିଲେ କି? ଆଦି ପ୍ରଶ୍ନ ଏବେ ଉଠିବାରେ ଲାଗିଛି। ୨୦୦୮ କାର୍ଯ୍ୟକ୍ରମରେ କୌଣସି ଫିଲ୍ମର ପ୍ରମୋସନ ହେଉ ନ ଥିଲା, ତଥାପି ୩ ଜଣ କଳାକାର ସେଠାକୁ ଯିବାର କାରଣ କ’ଣ ଥିଲା? ଉତ୍ତମ ଓ ପପୁଙ୍କର ପ୍ରଭାସଙ୍କ ସହ ସମ୍ପର୍କ କେବଳ କଳାକାର ଓ ପ୍ରଯୋଜକର ସମ୍ପର୍କ ଭିତରେ ସୀମିତ ଥିଲା କି ଆଉ କିଛି ତାହାର ମଧ୍ୟ ତଦନ୍ତ ହେବା ଦରକାର।

Related story