ସାବଧାନ! ଗଳା କ୍ୟାନସର ଆଡ଼କୁ ଇସାରା କରିଥାଏ ଏସବୁ ଲକ୍ଷଣ

କ୍ୟାନସର ଏପରି ଏକ ରୋଗ ଯାହା ହେଲେ ଶରୀରର କୋଷିକା ଗୁଡ଼ିକ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗେ। ଅନେକ ପ୍ରକାରର କ୍ୟାନସର ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଗଳା କ୍ୟାନସର। ଅନ୍ୟ କ୍ୟାନସର ଭଳି ଏହା ବି ମାରାତ୍ମକ। ଏହି ରୋଗ ହେଲେ Voice box, vocal folds, ଓ ଗଳାର ଅନ୍ୟ ଭାଗ ଯେପରି ଟନ୍‌ସିଲ୍‌ ଓ oropharynx ଆଦି ପ୍ରଭାବିତ ହୋଇଥାଏ। ଗଳା କ୍ୟାନସରକୁ Pharyngeal cancer ଓ Laryngeal ନାମକ ଦୁଇଟି ବର୍ଗରେ […]

aaaaa

Rakesh Mallick
  • Published: Tuesday, 03 April 2018
  • , Updated: 03 April 2018, 11:51 AM IST

କ୍ୟାନସର ଏପରି ଏକ ରୋଗ ଯାହା ହେଲେ ଶରୀରର କୋଷିକା ଗୁଡ଼ିକ ଅସ୍ୱାଭାବିକ ଭାବେ ବଢ଼ିବାକୁ ଲାଗେ। ଅନେକ ପ୍ରକାରର କ୍ୟାନସର ରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଗଳା କ୍ୟାନସର। ଅନ୍ୟ କ୍ୟାନସର ଭଳି ଏହା ବି ମାରାତ୍ମକ। ଏହି ରୋଗ ହେଲେ Voice box, vocal folds, ଓ ଗଳାର ଅନ୍ୟ ଭାଗ ଯେପରି ଟନ୍‌ସିଲ୍‌ ଓ oropharynx ଆଦି ପ୍ରଭାବିତ ହୋଇଥାଏ।

ଗଳା କ୍ୟାନସରକୁ Pharyngeal cancer ଓ Laryngeal ନାମକ ଦୁଇଟି ବର୍ଗରେ ବିଭକ୍ତ କରାଯାଇଛି। ମହିଳାଙ୍କ ଅପେକ୍ଷା ପୁରୁଷ ମାନଙ୍କୁ ଏହି ରୋଗ ହେବାର ଅଧିକ ସମ୍ଭାବନା ରହିଛି। ଧୂମପାନ, ଅଧିକ ମଦ୍ୟପାନ ଓ ଶରୀରରେ ଭିଟାମିନ୍‌ ‘ଏ’ ଅଭାବ କାରଣରୁ ଏହି ରୋଗ ହୋଇଥାଏ। ଏହି ରୋଗର ଲକ୍ଷଣ ପ୍ରାରମ୍ଭରୁ ଚିହ୍ନଟ କରି ପାରିଲେ ଚିକିତ୍ସା ସମ୍ଭବ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ରୋଗକୁ ଚିହ୍ନଟ କରିବେ କିପରି।

ସ୍ୱରରେ ପରିବର୍ତ୍ତନ

ସାଧାରଣତଃ ଗଳା ଶୁଖିଗଲେ ଅବା ଥଣ୍ଡା ଜ୍ୱର ହେଲେ ସ୍ୱର ଟିକେ ବଦଳିଯାଏ। କିନ୍ତୁ ଅଧିକ ଦିନ ଯାଏଁ ସ୍ୱରରେ ପରିବର୍ତ୍ତନ ଦେଖାଯିବା ଗଳା କ୍ୟାନସରର ଲକ୍ଷଣ।

ହଠାତ୍‌ ଓଜନ କମିଯିବା

ଶାରୀରିକ ପରିଶ୍ରମ ବିନା ହଠାତ୍‌ ଓଜନ କମିବାକୁ ଲାଗିଲେ ସତର୍କ ହୋଇଯାଆନ୍ତୁ। ଏହା ଗଳା କ୍ୟାନସରର ପ୍ରାଥମିକ ଲକ୍ଷଣ।

ଖାଦ୍ୟ ଗିଳିବାରେ ଅସୁବିଧା ହେବା

କଠିନ ଖାଦ୍ୟ ହେଉ ବା ତରଳ ଖାଦ୍ୟ ଗିଳିବାରେ ସମସ୍ୟା ଦେଖାଦେଲେ ଏହି ସ୍ଥିତିକୁ 'dysphagia' କୁହାଯାଏ। ଗିଳିବା ସମସ୍ୟା, କାଶିବା ସମୟରେ ରକ୍ତ ପଡ଼ିବା ଓ କଫ ଅଧିକ ଦିନ ଯାଏଁ ଲାଗି ରହିଲେ ଏହା ଗଳା କ୍ୟାନସର ଲକ୍ଷଣ।

ନିଶ୍ୱାସ ନେବାରେ ଅସୁବିଧା

ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେଲେ ଅବା ନିଶ୍ୱାସ ନେବା ସମୟରେ ସିଟି ମାରିବା ଭଳି ଶଦ୍ଦ ଆସିବା ଗଳା କ୍ୟାନସରର ଲକ୍ଷଣ ହୋଇଥାଏ।

କାନ ଦରଜ

କାନରେ ମଳି ଜମିଗଲେ ଅଥବା ଥଣ୍ଡା ହେଲେ କାନ କୁଣ୍ଡାଇବା ପରି ସମସ୍ୟା ଦେଖା ଦେଇଥାଏ। କିନ୍ତୁ କାନ ଅଧିକ ଦିନ ଯାଏଁ ଦରଜ ଅବା ମୁଣ୍ଡ ବିନ୍ଧା ଲାଗି ରହିଲେ ଏହା ଗଳା କ୍ୟାନସରର ଲକ୍ଷଣ ହୋଇଥାଏ।

ଗଳା ସହ ଅନ୍ୟ ଅଙ୍ଗ ଦରଜ ହେବା

ଗଳା କ୍ୟାନସର ହେଲେ କେବଳ ଗଳା ପ୍ରଭାବିତ ହୁଏ ନାହିଁ। ଗଳା ସହ ଆଖି ଓ ଦାନ୍ତ ଦରଜ ହେବା ପରି ଲକ୍ଷଣ ଦେଖା ଦେଇଥାଏ।

 

Related story