ତାଳଚେରରେ ପ୍ରସ୍ତାବିତ ମେଡିକାଲ କଲେଜ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଅନୁଗୋଳ: ତାଳଚେରରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତି ଥିଲେ । ଏଠାରେ ୧୦୦ ସିଟ୍ ଓ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରାଯିବ । ଏମସିଏଲ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ମେଡିକାଲ କଲେଜ ଓ ହସପିଟାଲ […]

nv

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 02:21 PM IST

ଅନୁଗୋଳ: ତାଳଚେରରେ ମହାନଦୀ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଓ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତି ଥିଲେ । ଏଠାରେ ୧୦୦ ସିଟ୍ ଓ ୫ଶହ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲ ସ୍ଥାପନ କରାଯିବ । ଏମସିଏଲ ଦ୍ୱାରା ପ୍ରତିଷ୍ଠା ହେବାକୁ ଯାଉଥିବା ଏହି ମେଡିକାଲ କଲେଜ ଓ ହସପିଟାଲ ନିର୍ମାଣ ଲାଗି ୪୯୨ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଦୁଇବର୍ଷ ଭିତରେ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଯୋଗାଇ ଦେଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏମସିଏଲର ସହଯୋଗ ପାଇଁ ନବୀନ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେପଟେ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ତାଳଚେର ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସ୍ଥିତିରେ ସୁଧାର ଆସିବ ଓ ଲୋକେ କମ୍ ଖର୍ଚ୍ଚରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୁଷ ଗୋଏଲ୍ ଆଶା ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ତଥାଗତ ଶତପଥି, ସାଂସଦ ନଗେନ୍ଦ୍ର ପ୍ରଧାନ, ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଓ ସ୍ଥାନୀୟ ବିଧାୟକ ଉପସ୍ଥିତ ଥିଲେ । ଦୁଇଦିନିଆ ଗସ୍ତରେ ଆସିଥିବା ମନ୍ତ୍ରୀ ଗୋୟଲ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ଫେରି ଏଠାରେ ରାଜ୍ୟ ଶକ୍ତିମନ୍ତ୍ରୀଙ୍କ ସହ କୋଇଲା, ଶକ୍ତି, ଅକ୍ଷୟ ଶକ୍ତି ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ଆସନ୍ତାକାଲି ଏକ ସାମ୍ୱାଦିକ ସମ୍ମିଳନୀ କରିବା ପରେ ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି।

Related story