ତାରାଙ୍କ ଇସାରା, ଛାଡ଼ିବେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦ

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀ ଛାଡ଼ିବେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏନେଇ ରବିବାର ସେ ଦେଇଛନ୍ତି ସ୍ପଷ୍ଟ ସଂକେତ। ତାରା ବାହିନୀପତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରେ ରହିବା ପାଇଁ ତାଙ୍କର ଆଉ ଇଚ୍ଛା ନାହିଁ। ଗାନ୍ଧୀ ପରିବାର ଓ କଂଗ୍ରେସ ଯାହା ନିଷ୍ପତ୍ତି ନେବ ତାହାକୁ ସେ ମାନି ନେବେ। କାରଣ ସେ ଚାହୁଁନାହାନ୍ତି ତାଙ୍କ ପାଇଁ କଂଗ୍ରେସର କ୍ଷତି ଘଟୁ। […]

taraprasad

taraprasad

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 07:50 AM IST

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀ ଛାଡ଼ିବେ ବରିଷ୍ଠ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏନେଇ ରବିବାର ସେ ଦେଇଛନ୍ତି ସ୍ପଷ୍ଟ ସଂକେତ।

taraprasadତାରା ବାହିନୀପତି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରେ ରହିବା ପାଇଁ ତାଙ୍କର ଆଉ ଇଚ୍ଛା ନାହିଁ। ଗାନ୍ଧୀ ପରିବାର ଓ କଂଗ୍ରେସ ଯାହା ନିଷ୍ପତ୍ତି ନେବ ତାହାକୁ ସେ ମାନି ନେବେ। କାରଣ ସେ ଚାହୁଁନାହାନ୍ତି ତାଙ୍କ ପାଇଁ କଂଗ୍ରେସର କ୍ଷତି ଘଟୁ। ତା’ସହିତ ସେ ଅସମ୍ମାନିତ ହେବା ପାଇଁ ବି ଚାହୁଁନାହାନ୍ତି ବୋଲି କହିଛନ୍ତି ତାରା।

ଏହି ବରିଷ୍ଠ କଂଗ୍ରେସ ନେତା ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ଏହା ତାଙ୍କର ଶେଷ ବିଧାନସଭା ଅଧିବେଶନ ହେବ। ଏଥିରୁ ସଂକେତ ମିଳୁଛି ଯେ ଚଳିତ ବିଧାନସଭା ଅଧିବେଶନ ପରେ ସେ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରୁ ଇସ୍ତଫା ଦେଇ ଦେଇପାରନ୍ତି। ଯଦିଓ ଏହି ପଦ ଛାଡ଼ିବା ପାଇଁ ସେ ନିର୍ଦ୍ଦିଷ୍ଟ କୌଣସି ତାରିଖ ସଂପର୍କରେ କିଛି କହି ନାହାନ୍ତି। ସେ କହିଛନ୍ତି ଯେ ବିଧାନସଭା ଅଧିବେଶନ ପରେ  ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଦଳର ଓଡ଼ିଶା ପ୍ରଭାରୀ ବି.କେ ହରିପ୍ରସାଦ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ଆଲୋଚନା କଲା ପରେ ମୁଖ୍ୟ ସଚେତକ ପଦ ଛାଡ଼ିବା ନେଇ ନିଷ୍ପତ୍ତି ନେବ।

ତାରା କହିଛନ୍ତି, ଯଦି ମୋର କେହି ବନ୍ଧୁ ପଦ ଚାହୁଁଛନ୍ତି ତା’ହେଲେ ତାଙ୍କ ବାଟ ମୁଁ କାହିଁକି ଓଗାଳିବି। ତେବେ ଏନେଇ ମୋ ଉପରେ ହାଇକମାଣ୍ଡଙ୍କ ଚାପ ନାହିଁ। ମୋ ବିଧାୟକ ବନ୍ଧୁମାନେ ମଧ୍ୟ ମୋ ଉପରେ ଚାପ ପକାଇ ନାହାନ୍ତି। କିନ୍ତୁ କିଛି ଅସନ୍ତୋଷ ରହିଛି। ସେ ଅସନ୍ତୋଷକୁ ମୁଁ ଦୂର କରିବାକୁ ଚାହୁଁଛି। ବାରମ୍ବାର ଦଳୀୟ ବିଧାୟକ ଓ ନେତା ଦିଲ୍ଲୀ ଯିବା ଦ୍ୱାରା ଦଳର କ୍ଷତି ଘଟୁଛି। ମୋ ପାଇଁ ଦଳର କ୍ଷତି ଘଟୁ ବୋଲି ମୁଁ ଚାହୁଁ ନାହିଁ। ସମସ୍ତଙ୍କୁ ଶାନ୍ତିରେ ରଖିବା ମୋର ଦାୟିତ୍ୱ। ତା’ସହିତ ତାଙ୍କର କୌଣସି ଦାବି ମଧ୍ୟ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଏଥର ସଂସଦର ମୌସୁମୀ ଅଧିବେଶନ ପ୍ରାରମ୍ଭରେ ରାଜ୍ୟ କଂଗ୍ରେସର ୧୨ ବିଧାୟକ ଦିଲ୍ଲୀ ଯାଇ ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀ ଓ ଉପ-ସଭାପତି ରାହୁଲଙ୍କ ଗାନ୍ଧୀଙ୍କୁ ଭେଟିଥିଲେ। ତାରା ପ୍ରସାଦ ବାହିନୀପତିଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପଦବୀରୁ ହଟାଇବା ପାଇଁ ସେମାନେ ଦିଲ୍ଲୀ ଯାଇଥିଲେ ବୋଲି ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ର କହିବା ପରେ ବିବାଦ ଆରମ୍ଭ ହୋଇଯାଇଥିଲା। ବିଧାୟକ ନବ ଦାସଙ୍କ ନେତୃତ୍ୱରେ ଦିଲ୍ଲୀ ଯାଇଥିବା ଏହି ବିଧାୟକମାନେ ଲୁଲୁଙ୍କ କଥାକୁ ଅସ୍ୱୀକାର କରିଥିଲେ। ନବ ଦାସଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ପଦ ଦେବା ପାଇଁ ଏହି ବିଧାୟକମାନେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟି କହିଥିଲେ ବୋଲି ଅଭିଯୋଗ ହୋଇଥିଲା।  ଏହାକୁ ନେଇ ରାଜ୍ୟରେ ବେଶ୍ କିଛି ଦିନ ଧରି ଚର୍ଚ୍ଚା ଜୋର ଧରିବା ପରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଏଥିରି ତାଳି ପକାଇଥିଲେ। କିନ୍ତୁ ଭିତରେ ଭିତରେ ଏ ପ୍ରସଙ୍ଗ କିଛି ନା କିଛି ଘଟୁଥିଲା ବୋଲି ଆଜି ତାରାଙ୍କ ମନ୍ତବ୍ୟରୁ ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos